ଆରଡିସି ତଦନ୍ତରେ ଜଳଜଳ ହୋଇ ଦିଶିଲା ବ୍ୟାଙ୍କ ଆଉ ପ୍ରଶାସନର ଅବହେଳା,ବିଜୁଳି ବେଗରେ ତାଙ୍କ ପାଇଁ ସବୁ ମୌଳିକ ସୁବିଧା ଯୋଗାଇ ଦେଇଛି ପ୍ରଶାସନ
ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେଲା ଓଡ଼ିଶା । ଆରଡିସି ତଦନ୍ତରେ ଜଳଜଳ ହୋଇ ଦିଶିଲା ବ୍ୟାଙ୍କ ଆଉ ପ୍ରଶାସନର ଅବହେଳା । ଏହା ପରେ ପ୍ରଶାସନର ନିଦ ଭାଙ୍ଗିଲା । କଙ୍କାଳ ଝଡ଼ ପରେ କେନ୍ଦୁଝରର ଜିତୁ ମୁଣ୍ଡାଙ୍କ ମୁଣ୍ଡରେ ଅଜାଡ଼ି ହେଉଛି ସରକାରୀ ଯୋଜନା । ବିଜୁଳି ବେଗରେ ତାଙ୍କ ପାଇଁ ସବୁ ମୌଳିକ ସୁବିଧା ଯୋଗାଇ ଦେଇଛି ପ୍ରଶାସନ । ଜିତୁ ମୁଣ୍ଡାଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା । ଘରକୁ ମିଳିଲା ବିଦ୍ୟୁତ ସଂଯୋଗ । ଭଉଣୀଙ୍କ ନାଁରେ ଥିବା ରାସନ କାର୍ଡ ଜିତୁ ମୁଣ୍ଡାଙ୍କ ନାଁରେ କଲା ପ୍ରଶାସନ । ଏବେ ସବୁ ଯୋଜନା ତାଙ୍କ ଉପରେ ଅଜାଡ଼ି ଦେଇଛି ।
ଆରଡିସି ତଦନ୍ତ ପରେ ଜିଲ୍ଲା ପ୍ରଶାସନ ଜିତୁ ମୁଣ୍ଡାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିଛି । ବିଦ୍ୟୁତ ବିଭାଗ ଘରକୁ ବିଦ୍ୟୁତ ସଂଯୋଗ କରିଛି । ଭଉଣୀ କାଲରା ମୁଣ୍ଡାଙ୍କ ନାମରେ ଥିବା ଅନ୍ତଦୋୟ ରାସନ କାର୍ଡକୁ ଜିତୁ ମୁଣ୍ଡାଙ୍କ ନାମରେ ପରିବର୍ତ୍ତନ କରିଛି । ତାଙ୍କ ଘରକୁ ୫୦ କିଲୋ ଚାଉଳ ଦିଆଯାଇଛି । ଏବେ ପିଇବା ପାଣି ପାଇଁ ନଳକୂଅ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି ପ୍ରଶାସନ