ଆଇପିଏଲ୍ ୨୦୨୬ର ୪୩ତମ ମ୍ୟାଚ୍ : ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ
ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍) ୨୦୨୬ର ୪୩ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ଟସ୍ ଜିଣି ରାଜସ୍ଥାନ ରୟାଲ୍ସ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଅକ୍ଷର ପଟେଲଙ୍କ ନେତୃତ୍ବରେ ଦିଲ୍ଲୀ ବୋଲିଂ କରୁଛି।ଏହି ମୁକାବିଲାରେ ପୁଣି ଥରେ ବୈଭବ ସୂର୍ଯ୍ୟବଂଶୀ ନରଜରେ ରହିବେ। ରାଜସ୍ଥାନ ଟିମ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ଥିବା ବେଳେ ଦିଲ୍ଲୀ ସପ୍ତମ ସ୍ଥାନରେ ଅଛି। ରାଜସ୍ଥାନ ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍ରେ ୯ରୁ ୬ଥର ବିଜୟୀ ହୋଇଛି। ଦିଲ୍ଲୀ ୮ଟି ମ୍ୟାଚରୁ ୩ଟି ଜିତିଛି। ଆଇପିଏଲ୍ର ସପ୍ତଦଶ ସଂସ୍କରଣରେ ଦିଲ୍ଲୀ ଉଭୟ ଟିମ୍ ମଧ୍ୟରେ ଏକମାତ୍ର ମୁକାବିଲାରେ ରାଜସ୍ଥାନକୁ ସୁପର ଓଭରରେ ପରାସ୍ତ କରିଥିଲା।