ଆସନ୍ତା କାଲି ସକାଳେ ଦିଲ୍ଲୀ ପହଞ୍ଚିବେ ଟିମ ଇଣ୍ଡିଆ

ଭାରତୀୟ କ୍ରିକେଟ ଟିମ୍‌ ବାର୍ବାଡୋସ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଛି । ଜୁନ ୨୯ ଶନିବାର ଦିନ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଦଳ ଟିମ ଇଣ୍ଡିଆ ଚାମ୍ପିୟନ ହୋଇଥିଲା। ଚାମ୍ପିୟନ ହେବା ପରେ ଟିମ ଇଣ୍ଡିଆ ଭାରତକୁ ଫେରିବାକୁ ଥିଲା, କିନ୍ତୁ…

ଯୁକ୍ତ୨ ନାମଲେଖା ଅବଧି ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ଅବଧିକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୬ ଥିବାବେଳେ ଏହାକୁ ବଢ଼ାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା…

ରଥଯାତ୍ରା ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରଥଯାତ୍ରା ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଜାରି ହୋଇଛି ଚୂଡାନ୍ତ ଗସ୍ତସୂଚୀ । ଜୁଲାଇ ୭ରେ ଘୋଷଯାତ୍ରା ରହିଛି । ରାଷ୍ଟ୍ରପତି ଜୁଲାଇ ୬ରୁ ୯ ତାରିଖ ଯାଏ ଓଡିଶା ଗସ୍ତରେ ରହିବେ । ଜୁଲାଇ ୭: ପୁରୀ ଗସ୍ତ, ଅପରାହ୍ନରେ ଦେଖିବେ ରଥଯାତ୍ରା ଜୁଲାଇ ୮: ସମୂଦ୍ର…

ଆଜି ଖଳିଲାଗି ଏକାଦଶୀରେ ମହାପ୍ରଭୁ ପିନ୍ଧିବେ ରକ୍ତବସ୍ତ୍ର

ଅଣସର ଘରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଆଜି ଏକାଦଶୀରେ ମହାପ୍ରଭୁଙ୍କଠାରେ ଲାଗି ହେବ ରଙ୍ଗ ବେରଙ୍ଗର ପୁଷ୍ପ ,ତୁଳସୀ ଓ ବାଜିବ ଘଣ୍ଟ ଘଣ୍ଟାର ଶବ୍ଦ। ସନ୍ଧ୍ୟାଧୂପ ପରେ ଆରମ୍ଭ ହେବ ଏହି ସବୁ ନୀତି । ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେବ ଶ୍ରୀ ମନ୍ଦିର ପରିବେଶ।ଆଜି ସୁଦ୍ଧସୂଆରଙ୍କ ପକ୍ଷରୁ…

ଆଜିର ରାଶିଫଳ

ମେଷ: ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ । ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି । ଦିନଟି ସବୁ ଦିଗରୁ ଭଲରେ କଟିଲେ ମଧ୍ୟ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ । ଦିବା ୧୧ା୧୪ ଗତେ ସ୍ୱାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ…

ବଡ଼ ଇଭେଣ୍ଟରୁ ଓହରିଗଲେ ନୀରଜ

ଜୁଲାଇ ମାସର ଶେଷରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସ । ଜୁଲାଇ ୨୬ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ଭାରତକୁ ଲାଗିି ଶକ୍ତ ଝଟକା । ଦେଶର ‘ସୁନା ପୁଅ’ ନୀରଜ ଚୋପ୍ରା ଏକ ବଡ଼ ଟୁର୍ଣ୍ଣାମେଣ୍ଟରୁ ନିଜ ନାମ ଫେରାଇ ନେଇଛନ୍ତି । ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ…

ଖସିଲା ୟୁପିଆଇ କାରବାର

ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) କାରବାରର ପରିମାଣ ଏବଂ ମୂଲ୍ୟ ମେ’ ମାସ ତୁଳନାରେ ଜୁନରେ ସାମାନ୍ୟ ହ୍ରାସ ପାଇଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ସୋମବାର ମିଳିଥିବା ସରକାରୀ ତଥ୍ୟରେ ଦର୍ଶାଯାଇଛି ଯେ, ୟୁପିଆଇ କାରବାରରେ ମେ’ ତୁଳନାରେ ଜୁନ ମାସରେ…

କେନ୍ଦ୍ର ସରକାରଙ୍କୁ ଘେରିଲେ ବିଜେଡି ଏମ୍‌ପି

ବିଜେଡି ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ ରାଜ୍ୟ ସଭାରେ ଓଡ଼ିଶା ପ୍ରତି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଛନ୍ତି। ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେ କହିଛନ୍ତି, ସ୍ବାଧୀନତା ପରଠାରୁ ଓଡ଼ିଶା କେନ୍ଦ୍ର ଉଦାସୀନତାର ଫଳ ଭୋଗୁଛି।…

ଚାଇନାର ‘ତିଆନ୍‌ଲଙ୍ଗ୍‌-୩’ ରକେଟ ଦୁର୍ଘଟଣା

ଚାଇନାର ସ୍ପେସ୍‌ ପାୟୋନିଅର କମ୍ପାନୀ ଦ୍ୱାରା ‘ତିଆନ୍‌ଲଙ୍ଗ୍‌-୩’ ରକେଟକୁ ସୋମବାର ପରୀକ୍ଷଣ କରାଯାଉଥିବାବେଳେ ଏହା ହଠାତ୍‌ ଉତ୍‌କ୍ଷେପିତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ରକେଟଟି ଲଞ୍ଚ୍‌ପ୍ୟାଡ୍‌ରୁ ଅଲଗା ହେବା ସହ ଆକାଶରେ ଦ୍ରୁତବେଗରେ ଗତିକରି ମଧ୍ୟ ଚାଇନାର ହେନାନ୍‌ ପ୍ରଦେଶର…

ରାହୁଲ-ମୋଦୀ ମୁହାଁମୁହିଁ

ଲୋକସଭାରେ ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି। ରାହୁଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହାଁମୁହିଁ ହୋଇଛନ୍ତି। ଧର୍ମ ଓ ସମ୍ବିଧାନ ସଂପର୍କରେ ମନ୍ତବ୍ୟକୁ ନେଇ ରାହୁଲଙ୍କ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ମୋଦୀ, ସ୍ବରାଷ୍ଟ୍ର…