ଏହି ଜନାଦେଶ କେବଳ କ୍ଷମତା ପରିବର୍ତ୍ତନ ନୁହେଁ, ବରଂ ଭୟମୁକ୍ତ ଏବଂ ବିକାଶ ଆଧାରିତ ପଶ୍ଚିମବଙ୍ଗ ଆଡ଼କୁ ବର୍ଦ୍ଧିତ ନିର୍ଣ୍ଣାୟକ ପଦକ୍ଷେପ – ମୋଦୀ

ପଶ୍ଚିମବଙ୍ଗରେ ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟରୁ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ପଶ୍ଚିମବଙ୍ଗରେ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି କହିଛନ୍ତି। ସେ କହିଛନ୍ତି ଏହି ଜନାଦେଶ କେବଳ କ୍ଷମତା ପରିବର୍ତ୍ତନ ନୁହେଁ, ବରଂ ଭୟମୁକ୍ତ ଏବଂ ବିକାଶ ଆଧାରିତ ପଶ୍ଚିମବଙ୍ଗ ଆଡ଼କୁ ବର୍ଦ୍ଧିତ ନିର୍ଣ୍ଣାୟକ ପଦକ୍ଷେପ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡା. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ସ୍ବପ୍ନକୁ ମନେ ପକାଇ କହିଛନ୍ତି, ଆଜି ପଶ୍ଚିମବଙ୍ଗର ଜନତା ସ୍ବପ୍ନକୁ ସଫଳ କରିବା ପାଇଁ ସୁଯୋଗ ଦେଇଛନ୍ତି। ପଶ୍ଚିମବଙ୍ଗରେ ଏକେ ନୂଆ ଯାତ୍ରାର ଆରମ୍ଭ ହେବ, ଯେଉଁଠି ବିକାଶ, ଭସା ଏବଂ ନୂଆ ଆଶାର ଜନ୍ମ ନେବ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମହିଳାମାନଙ୍କୁ ସୁରକ୍ଷିତ ବାତାବରଣ ମିଳିବ। ଯୁଗଗୋଷ୍ଠୀଙ୍କ ପାଇଁ ରୋଜଗାର ମିଳିବ। ପଳାୟନ ନିୟନ୍ତ୍ରଣ କରାଯିବ। ରାଜ୍ୟର ବିକାଶ ପାଇଁ ବିଜେପି ସରକାର ପୂରା ଶକ୍ତି ଲଗାଇବ। ପ୍ରଥମ କ୍ୟାବିନେଟ‌ ବୈଠକରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବା ନେଇ ନିଷ୍ପତ୍ତି ନିଆଯିବ। ପଶ୍ଚିମବଙ୍ଗରେ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପିର ଏହି ଐତିହାସିକ ବିଜୟ, ପିଢ଼ିପିଢ଼ି ଧରି ଅଗଣିତ କର୍ମକର୍ତ୍ତାଙ୍କ ଉଦ୍ୟମ ଏବଂ ସଂଘର୍ଷ ବିନା ସମ୍ଭବ ହୋଇପାରି ନଥାନ୍ତା। ମୁଁ ସେ ସମସ୍ତଙ୍କୁ ପ୍ରଣାମ କରୁଛି। ବର୍ଷବର୍ଷ ଧରି ସେମାନେ ତୃଣମୂଳସ୍ତରରେ ବହୁ ପରିଶ୍ରମ କରିଛନ୍ତି। ବହୁ ଅସୁବିଧାର ସାମ୍ନା କରିଛନ୍ତି ଏବଂ ଆମର ବିକାଶ ଏଜେଣ୍ଡାକୁ ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି। ସେମାନେ ହେଉଛନ୍ତି ଆମ ଦଳର ପ୍ରକୃତ ବଳ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସବୁବେଳେ ମନେ ରହିବ। ଜନତାଙ୍କ ଶକ୍ତିର ବିଜୟ ହୋଇଛି। ମୁଁ ପଶ୍ଚିମବଙ୍ଗର ପ୍ରତ୍ୟେକ ଲୋକଙ୍କ ନିକଟରେ ପ୍ରଣାମ କରୁଛି। ଜନତା ବିଜେପିକୁ ଏକ ଉତ୍ସାହଜନକ ଜନାଦେଶ ଦେଇଛନ୍ତି। ଲୋକଙ୍କର ଆଶା ଏବଂ ଆକାଂକ୍ଷା ପୂରଣ କରାଯିବାକୁ ଉଦ୍ୟମ କରାଯିବ। ଆମେ ଏକ ଏଭଳି ସରକାର ଦେବୁ, ଯାହା ସମାଜର ସମସ୍ତ ବର୍ଗକୁ ଅବସର ଏବଂ ସମ୍ମାନ ସୁନିଶ୍ଚିତ କରିବ।

Leave a comment