ଯୁବପିଢ଼ିଙ୍କ ଭରସା ଜିତିଲେ ବିଜୟ,ନୂଆ ଦଳ TVKକୁ ପ୍ରଭାବଶାଳୀ ଦଳ ଭାବେ ଉଭା କରିବା ପଛର ନାୟକ ହେଲେ ପ୍ରଶାନ୍ତ କିଶୋର
ତାମିଲନାଡୁରେ ବିଜୟଙ୍କ ଝଡ଼ ପଛରେ କିଏ ? କିଏ ବିଜୟଙ୍କ ପାଇଁ କରିଥିଲେ ରଣନୀତି ? ନୂଆ ଦଳ TVKକୁ ପ୍ରଭାବଶାଳୀ ଦଳ ଭାବେ ଉଭା କରିବା ପଛର ନାୟକ ହେଲେ ପ୍ରଶାନ୍ତ କିଶୋର । ୧୦୦ରୁ ଅଧିକ ଆସନ ଜିତି ଏକ ଐତିହାସିକ ସଫଳତା ପାଇଛି, ଯାହା ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀକୁ ସତ ପ୍ରମାଣିତ କରିଛି । ୨୦୨୫ରେ TVKର ଏକ କାର୍ଯ୍ୟକ୍ରମରେ PK କହିଥିଲେ ଯେ ସେ ତାମିଲନାଡୁରେ ଧୋନିଙ୍କ ପରେ ସବୁଠାରୁ ଲୋକପ୍ରିୟ ବିହାରୀ ହେବାକୁ ଚାହାଁନ୍ତି ।
ଆଜିର ଫଳାଫଳ ପରେ, ସେ ତାମିଲ ରାଜନୀତିର ଜଣେ ବଡ଼ “କିଙ୍ଗମେକର୍” ଭାବେ ଉଭା ହୋଇଛନ୍ତି । କ୍ରିକେଟର ଧୋନି ତାମିଲନାଡୁରେ “ଥାଲା” ଭାବେ ପରିଚିତ । CSK ପାଇଁ ତାଙ୍କର ଅବଦାନ ଯୋଗୁଁ ତାଙ୍କ ପ୍ରତି ଲୋକଙ୍କର ଭାବନାତ୍ମକ ସମ୍ପର୍କ ବହୁତ ଗଭୀର । ବିଜୟଙ୍କ ବିଜୟ ପରେ PK ମଧ୍ୟ ବର୍ତ୍ତମାନ ତାମିଲନାଡୁର ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତି ।
ପିକେଙ୍କଠାରୁ ପରାମର୍ଶ ନେଇଥିଲେ ଥାଲାପତି ବିଜୟ ?
ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାନ୍ତ କିଶୋର କିମ୍ବା ବିଜୟ କୌଣସି ଅଫିସିଆଲ୍ ଚୁକ୍ତି ବିଷୟରେ ଘୋଷଣା କରିନାହାଁନ୍ତି । କିନ୍ତୁ ରିପୋର୍ଟ ଅନୁଯାୟୀ, ବିଜୟ ତାଙ୍କ ଦଳ ଗଠନ କରିବା ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ସହ ପରାମର୍ଶ କରିଥିଲେ । ତାମିଲନାଡୁ ରାଜନୀତିରେ କିପରି ଏକ ତୃତୀୟ ବିକଳ୍ପ ସୃଷ୍ଟି କରାଯାଇପାରିବ, ସେ ନେଇ ପିକେ କିଛି ମୌଳିକ ଟିପ୍ସ ଦେଇଥିବା କୁହାଯାଉଛି । କିନ୍ତୁ ତାଙ୍କ ସଂସ୍ଥା I-PAC ର ଅନେକ ପୁରୁଣା ଏବଂ ଅଭିଜ୍ଞ ରଣନୀତିକାର ବିଜୟଙ୍କ ଦଳ ପାଇଁ ଗ୍ରାଉଣ୍ଡ ଲେଭଲରେ କାମ କରୁଛନ୍ତି । ଦଳର ସଦସ୍ୟ ସଂଗ୍ରହ ଅଭିଯାନ ଏବଂ ଡିଜିଟାଲ୍ ମାର୍କେଟିଂରେ ପିକେ-ଶୈଳୀର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି ।
ଯୁବପିଢ଼ିଙ୍କ ଭରସା ଜିତିଲେ ବିଜୟ
ବିଜୟଙ୍କର ତାମିଲନାଡୁରେ ପ୍ରବଳ ଜନପ୍ରିୟତା ରହିଛି, ଯାହା ଭୋଟ୍ ରେ ପରିଣତ ହେବାର ସମ୍ଭାବନା ଅଛି। ଯୁବପିଢ଼ିଙ୍କ ସମର୍ଥନ: ପୁରୁଣା ଦ୍ରାବିଡ଼ ରାଜନୀତିରୁ ମୁକ୍ତି ଚାହୁଁଥିବା ଯୁବକମାନେ ବିଜୟଙ୍କୁ ପସନ୍ଦ କରୁଛନ୍ତି। ତାମିଲନାଡୁରେ ବର୍ତ୍ତମାନ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି, ଯାହାକୁ ବିଜୟ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରଶାନ୍ତ କିଶୋର ସିଧାସଳଖ ଭାବେ ବିଜୟଙ୍କ ଦଳରେ ନାହାଁନ୍ତି, କିନ୍ତୁ ତାଙ୍କର ରଣନୀତି ଏବଂ ଶିକ୍ଷା ବିଜୟଙ୍କ ରାଜନୈତିକ ଯାତ୍ରାକୁ ଏକ ବଡ଼ ଶକ୍ତି ପ୍ରଦାନ କରୁଛି।