ବିଜେଡି ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ ରାଜ୍ୟ ସଭାରେ ଓଡ଼ିଶା ପ୍ରତି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଛନ୍ତି। ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେ କହିଛନ୍ତି, ସ୍ବାଧୀନତା ପରଠାରୁ ଓଡ଼ିଶା କେନ୍ଦ୍ର ଉଦାସୀନତାର ଫଳ ଭୋଗୁଛି। ଓଡ଼ିଶା ମାଟି ତଳେ ଯେତିକି ସମ୍ପଦ ଅଛି ମାଟି ଉପରେ ସେତିକି ରହିଛି। ତଥାପି ଓଡ଼ିଶା ଯେଉଁ ଗତିରେ ଆଗେଇ ପାରିବା କଥା ଆଗେଇ ପାରିନାହିଁ। ଓଡ଼ିଶାକୁ ବିଭିନ୍ନ ସମୟରେ ବାତ୍ୟା, ବନ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି। କେନ୍ଦ୍ର ସରକାର ସହଯୋଗର ହାତ ବଢ଼ାଇବା କଥା। କିନ୍ତୁ ସହଯୋଗର ହାତ ଆସୁ ନାହିଁ। ରାଜ୍ୟ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ।
ମୁହଁରେ କେନ୍ଦ୍ର ସରକାର ଯେଉଁ କଥା କୁହାଇଲେ ସେଥିରେ କିଛି ସ୍ପଷ୍ଟତା ନାହିଁ। ମୋତେ ଲାଗୁଛି କେନ୍ଦ୍ର ସରକାର ଅନେକ କଥା ଲୁଚାଇବାକୁ ଚାହୁଁଛନ୍ତି। ଜଣେ ରୋଗୀ ଯଦି ରୋଗ ଲୁଚାଇବ ତେବେ ରୋଗର ଚିକିତ୍ସା ହେବ କେମିତି। ସରକାର ବିଫଳତା ଓ ଦୁର୍ବଳତା ସବୁକିଛି ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବିଧାନରେ ଅହିଂସାକୁ ସାମିଲ କରିବା ନେଇ ପ୍ରସ୍ତାବ ଦେଇଥିଲେ। ଏ ପର୍ଯ୍ୟନ୍ତ ସେଥି ପ୍ରତି ଦୃଷ୍ଟି ନ ଦେବା ଦୁଃଖ ଓ ପରିତାପର ବିଷୟ ବୋଲି ଶୁଭାଶିଷ କହିଛନ୍ତି। ଓଡ଼ିଶା କେନ୍ଦ୍ରର ଚିର ଅବହେଳାର ଶିକାର ହୋଇଛି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ସେ ଦାବି କରିଛନ୍ତି।
ସେ ନିଜର ଅଭିଭାଷଣ ଜୟ ଜଗନ୍ନାଥରୁ ଆରମ୍ଭ କରିଥିଲେ। ସେ ଗଣତନ୍ତ୍ରର ପବିତ୍ର ମନ୍ଦିରକୁ ପ୍ରଣାମ କରିବା ସହ ପ୍ରଥମ ବକ୍ତବ୍ୟ ଦେବାକୁ ସୁଯୋଗ ଦେଇଥିବାରୁ ସେ ଉପାଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥି ସହିତ ଏମ୍ପି ଭାବେ ରାଜ୍ୟ ସଭାକୁ ପଠାଇଥିବାରୁ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ, ପୁରୀ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ରରୁ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ କୌଣସି ସଙ୍କୀର୍ଣ୍ଣ ବନ୍ଧନରେ ବାନ୍ଧି ହେବନାହିଁ। ସେ ଭାବର ଠାକୁର ଜଗତର ନାଥ। ଏଭଳି ଭାବାବେଗର ଶ୍ରୀକ୍ଷେତ୍ରର ଉନ୍ନତି ଏକାନ୍ତ କାମ୍ୟ। ବିଜେଡି ସରକାର ଅମଳରେ ଶ୍ରୀକ୍ଷେତ୍ରରେ ଅନେକ ଆଖିଦୃଶିଆ କାମ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ। ଗଜପତି ମହାରାଜାଙ୍କ ଭାଷାରେ ଯାହା ୭୦୦ ବର୍ଷରେ ହୋଇ ପାରି ନ ଥିଲା ତାହା ହୋଇ ପାରିଛି। ଏହାକୁ ଆଗେଇ ନେବାକୁ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ସେ କହିଛନ୍ତି, ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ଆରମ୍ଭ କରି କୋଷ୍ଟାଲ ହାଇଓ୍ବେ ଓ ପୁରୀ -କୋଣାର୍କ ରେଲ୍ଓ୍ବେ ଏବଂ ସିଦ୍ଧ ମହାବୀର ରେଲ୍ଓ୍ବେ ଓଭର ବ୍ରିଜ୍ କାର୍ଯ୍ୟ ଆହୁରି ତ୍ୱରାନ୍ବିତ ହେବାର ଆବଶ୍ୟକତା ରହିଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post