ଲୋକପ୍ରିୟ ଗାୟକଙ୍କ ପରଲୋକ

ଅମରରସ ରେକର୍ଡସର ବ୍ୟାଣ୍ଡ 'ବାଡ଼ମେର ବାଏଜ୍'ର ମୁଖ୍ୟ ଗାୟକ ଭାବରେ ନିଜର ସ୍ୱର ପାଇଁ ପ୍ରସିଦ୍ଧ ଲାଭ କରିଥିବା ରାଜସ୍ଥାନୀ ଲୋକଗାୟକ ମାଙ୍ଗେ ଖାନଙ୍କର ବୁଧବାର ଦେହାନ୍ତ ହୋଇଛି। ତାଙ୍କୁ ମୃତ୍ୟୁ ବେକକୁ ୪୯ ବର୍ଷ ବୟସ ହୋଇଥିଲା। ମାଙ୍ଗେ ଖାନ ହୃଦରୋଗରେ ପୀଡିତ ଥିଲେ। ଏହି…

ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର

ଶେଷ ହୋଇଛି କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ୍‌ରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ସୂଚନା ଅନୁଯାୟୀ, ଲୋକସେବା ଭବନରେ ବସିଥିବା ଏହି ବୈଠକରେ ୩ଟି…

ଅକ୍ଟୋବର ୨୭ ତାରିଖରେ ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ

ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍‌ ପରୀକ୍ଷା ପାଇଁ ତାରିଖ ପ୍ରକାଶ ପାଇଛି। ଅକ୍ଟୋବର ୨୭ ତାରିଖରେ ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା ନେଇ ଓଡିଶା ଜନସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ ପରୀକ୍ଷାର ବିସ୍ତୃତ କାର୍ଯ୍ୟକ୍ରମ ବିଷୟରେ ସୂଚନା ପରେ ଦିଆଯିବ।…

ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏକ ନିଯୁକ୍ତି ମେଳା ମାଧ୍ୟମରେ ଏହି…

ସିପିଏମର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀ ଆଉ ନାହାନ୍ତି

ସିପିଏମର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀ ଆଉ ନାହାନ୍ତି। ଆଜି ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଶ୍ୱାସନଳୀ ସଂକ୍ରମଣ ଯୋଗୁ ସେ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ସେଠାରେ ଡାକ୍ତରଙ୍କ…

ନିଯୁକ୍ତି ମେଳାରେ ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ମେଳାରେ ୪୭୬ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ମୁଁ ଆନନ୍ଦିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ…

ମା’-ବାପାଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି

ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି। ମା’-ବାପାଙ୍କ ଉପରେ ନିର୍ଭରଶୀଳ ବିବାହିତା ଝିଅ/ ସାବତ ଝିଅଙ୍କୁ ନିଯୁକ୍ତି ପାଇଁ କ୍ୟାବିନେଟରେ…

ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସ୍‌ରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ

ରାଜ୍ୟ ସରକାର ଗୁରୁବାର କ୍ୟାବିନେଟ୍‌ରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ୟାବିନେଟ୍‌ ବୈଠକରେ ଅଗ୍ନିବୀରଙ୍କୁ ନେଇ ଆଜି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ…

ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଥିବା ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରି ଏହାର ଶୁଭାରମ୍ଭ କରିବେ। ଏହି ଯୋଜନା…

ଆଜି ବସ୍ ଚଳାଚଳ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘର ଡାକରା

ଆଜି କୁଚିଣ୍ଡାରୁ ଗଡୁନି ଘରୋଇ ବସ୍। ବସ୍ ଚଳାଚଳ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘ ଡାକରା ଦେଇଛି। କୁଚିଣ୍ଡା, ଝାରସୁଗୁଡା ଘରୋଇ ବସ୍ ମାଲିକ ସଂଘର ବିବାଦରେ କୁଚିଣ୍ଡା ଥାନା ଅଧିକାରୀଙ୍କ ହସ୍ତକ୍ଷେପକୁ ବିରୋଧ କରି ସଂଘ ଏଭଳି ଡାକରା ଦେଇଛି। ଏ ନେଇ ଘରୋଇ ବସ୍ ମାଲିକ ସଂଘ ଉପଜିଲ୍ଲାପାଳ,…