ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ୮୬୯.୮ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି

ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବାଦଶ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ୧୭୮ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ୮୬୯.୮ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ବୈଠକରୁ ଜଣାପଡ଼ିଛି…

ଅର୍ଥ ବିଭାଗର ବିନା ଅନୁମତିରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇପାରିବ ନାହିଁ

ଅର୍ଥ ବିଭାଗର ବିନା ଅନୁମତିରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇପାରିବ ନାହିଁ। ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଏ ସମ୍ପର୍କରେ ଚିଠି ଜରିଆ‌ରେ ସମସ୍ତ ବିଭାଗକୁ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର ଜଣାଇଛନ୍ତି ଯେ ଆଉଟ୍‌ସୋର୍ସିଂ ଆଧାରରେ କର୍ମଚାରୀ ନିଯୁକ୍ତି କରିବା ଲାଗି ଅର୍ଥ…

୧୦ ସରପଞ୍ଚ ବିଜେପିରେ ମିଶିଲେ

ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ (ବିଜେଡି)କୁ ବଡ଼ ଧକ୍କା ଲାଗିଛି। ଲଖନପୁର ବ୍ଲକର ୧୦ ଜଣ ବିଜେଡି ସମର୍ଥିତ ସରପଞ୍ଚ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଏହା ବ୍ରଜରାଜନଗରରେ ବିଜେପିର ସ୍ଥାନୀୟ ସଂଗଠନକୁ ଆହୁରି ମଜଭୂତ କରିଛି।…

ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?

ଓଡ଼ିଶାରେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବୟାନ ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଓ…

ରାଶିଫଳ:ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ

ମେଷ: ଦିନଟି ଉତ୍ସାହଭରା ରହିବ। ସବୁ ଶକ୍ତି ନିଜର ନୂଆ କାମରେ ଲଗାଇବେ। ବ୍ୟବସାୟ‌ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ ରହିବ। ‌ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ବୃଷ: ଦିନଟି ପୂର୍ବାପେକ୍ଷା ଭଲ ରହିବ। ଅଫିସରେ ପ୍ରତିଦିନ ତୁଳନାରେ ଭଲ କାମ ହେବ।…

ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି

ଦୁଇ ରାଷ୍ଟ୍ର ଗସ୍ତର ଦ୍ଵିତୀୟ ପର୍ଯ୍ୟାୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଳଦୀପର ମାଲେରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଭାଲେନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିବା ପରେ ମାଳଦୀପ ରାଷ୍ଟ୍ରପତି ଡଃ ମହମଦ ମୁଈଜୁ ସ୍ୱାଗତ କରିଥିଲେ। ଉଭୟ…

୧.୧ ବିଲିୟନ ଡଲାରକୁ ଅତିକ୍ରମ କରିଛି ସୁନ୍ଦର ପିଚାଇଙ୍କ ସମ୍ପତ୍ତି

ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇ ଏକ ବଡ଼ ଆର୍ଥିକ ସଫଳତାର ଶୃଙ୍ଗକୁ ଛୁଇଁଛନ୍ତି। ଯେଉଁଠାରେ ତାଙ୍କର ମୋଟ ସମ୍ପତ୍ତି (ନେଟ୍ ୱର୍ଥ) ବ୍ଲୁମବର୍ଗ ବିଲିୟନେର୍ସ ଇଣ୍ଡେକ୍ସ ଅନୁଯାୟୀ ୧.୧ ବିଲିୟନ ଡଲାରକୁ ଅତିକ୍ରମ କରିଛି। ଏହାର ମୁଖ୍ୟ କାରଣ ଆଲଫାବେଟ୍ ଷ୍ଟକର ମୂଲ୍ୟ ବୃଦ୍ଧି ରହିଛି। ୨୦୨୩ର…

ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି  କହିଛନ୍ତି ଯେ ତାଙ୍କ ଦଳ କ୍ଷମତାରେ ଥିବା ସମୟରେ ଜାତିଗତ ଜନଗଣନା ନକରିବା ତାଙ୍କର ଭୁଲ ଥିଲା, କିନ୍ତୁ ଏବେ ସେ ଏହି ଭୁଲକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି ଯେ ଜାତିଗତ ଜନଗଣନା ପ୍ରସଙ୍ଗ ଏକ ରାଜନୈତିକ ଭୂମିକମ୍ପ…

ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ହେବ ଟେକ୍ସଟାଇଲ ହବ୍। ଲୋକେ ଓଡ଼ିଶାରେ ରହି କାମ କରିବେ। ତାମିଲନାଡୁ, ମୁମ୍ବାଇ, ଗୁଜୁରାଟ ଯିବେନି ଓଡ଼ିଶା ଲୋକେ। ଆଜି ୭ ହଜାର ୮୦୮  କୋଟି ଟଙ୍କାର  ୩୩ ଟି ଏମଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ ୫୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଗକୁ ଟେକ୍ସଟାଇଲ କ୍ଷେତ୍ରରେ ଆହୁରି ୫ ଲକ୍ଷ…

‘ୱାର ୨ ର ଟ୍ରେଲର ରିଲିଜ୍

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଆଗାମୀ ଆକ୍ସନ ଫିଲ୍ମ 'ୱାର ୨' ଘୋଷଣା ହେବା ପରଠାରୁ, ଦର୍ଶକ ଏହାର ରିଲିଜକୁ ନେଇ ଉତ୍ସାହିତ ଅଛନ୍ତି। ଫିଲ୍ମଟି ରିଲିଜ୍ ହେବାକୁ ଆଉ ମାତ୍ର ତିନି ସପ୍ତାହ ବାକି ଥିବା ବେଳେ ଏବେ ଏହାର ବହୁ ପ୍ରତୀକ୍ଷିତ ଚମତ୍କାର ଟ୍ରେଲର ରିଲିଜ୍ ହୋଇଛି। ଆଜିି ଏହାର…