ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ସିଜନ୍ ୫: ଗ୍ରାଣ୍ଡ ଫିନାଲେ ସମସ୍ତଙ୍କୁ ପଛରେ ପକାଇ ସିଜିନର ଟ୍ରଫି ନିଜ ନାଁରେ କଲେ ୧୯ ବର୍ଷୀୟ ରିତେଶ ପାଲ୍

ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ସିଜନ୍ ୫ ର ବିଜେତା ହୋଇଛନ୍ତି ରିତେଶ ପାଲ୍ । ଗ୍ରାଣ୍ଡ ଫିନାଲେ ସମସ୍ତଙ୍କୁ ପଛରେ ପକାଇ ସିଜିନର ଟ୍ରଫି ନିଜ ନାଁରେ କରିଛନ୍ତି । ଟ୍ରଫି ସହିତ ୧୯ ବର୍ଷୀୟ ରିତେଶଙ୍କୁ ୧୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ମିଳିଛି । ତାଙ୍କର କୋରିଓଗ୍ରାଫର୍ ତଥା ମେଣ୍ଟର ପ୍ରତୀକ ଉତେକର ସଫଳତାରେ ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଛନ୍ତି ।

ଶୋରେ ଜଜ୍ ଭାବେ କରିସ୍ମା କପୁର, ଜାଭେଦ୍ ଜାଫେରୀ, ଗୀତା କପୁର ଏବଂ ଟେରେନ୍ସ ଲୁଇସ୍ ଉପସ୍ଥିତ ରହିଥିଲେ । ଗ୍ରାଣ୍ଡ ଫିନାଲେରେ ସ୍ପେଶାଲ ଗେଷ୍ଟ ଭାବେ ଜ୍ୟାକି ଶ୍ରଫ୍, ତମନ୍ନା ଭାଟିଆ ଓ ସିଦ୍ଧାର୍ଥ ମଲହୋତ୍ରା ଯୋଗ ଦେଇଥିଲେ ।

ଛତିଶଗଡ଼ ରାୟପୁରର ବାସିନ୍ଦା ହେଉଛନ୍ତି ରିତେଶ । ଏକ ଗରିବ ପରିବାରରୁ ଆସିଥିବା ରିତେଶ ଅର୍ଥ ଅଭାବରୁ ଏକ ସେଲୁନରେ କାମ କରୁଥିଲେ । ହେଲେ ଡ୍ୟାନ୍ସ ପ୍ରତି ତାଙ୍କର ନିଶା କେବେ କମି ନଥିଲା । ଆଗରୁ ସେ ‘ଡ୍ୟାନ୍ସ ପ୍ଲସ୍ ପ୍ରୋ ୨୦୨୪ ର ମଧ୍ୟ ବିଜେତା ହୋଇସାରିଛନ୍ତି ।

Leave a comment