ନନ୍ଦନକାନନରେ କ୍ବାରେଣ୍ଟାଇନ ଗୃହକୁ ଯାଇ ଓରାଙ୍ଗଉଟାନ ଶିଶୁଙ୍କୁ ଦେଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା, ଗତିବିଧି ଏବଂ ଖାଦ୍ୟପେୟ ଉପରେ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହ ଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା । ଏଥିସହ ନୂତନ ଭାବେ ନନ୍ଦନକାନନ ଆସିଥିବା ବିଦେଶୀ ଜନ୍ତୁଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଏବଂ ଖୁଆଡ଼ ପରିଦର୍ଶନ କରିଥିଲେ। ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଏଥିସହ ନନ୍ଦନକାନନକୁ ନୂତନ ଭାବେ ଆସିଥିବା ବିଦେଶୀ ଜନ୍ତୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ପଚାରି ବୁଝିଥିଲେ ପ୍ରଭାତୀ ପରିଡ଼ା। ସେମାନଙ୍କ ପାଇଁ ରହିଥିବା ବ୍ୟବସ୍ଥା ଏବଂ ଖୁଆଡ଼ର ସ୍ଥିତି ମଧ୍ୟ ପରିଦର୍ଶନ କରିଥିଲେ। ନୂଆ ଜନ୍ତୁମାନଙ୍କ ସ୍ବାସ୍ଥ୍ୟ ଉପରେ ନିୟମିତ ନଜର ରଖିବା ସହ ଆବଶ୍ୟକ ଚିକିତ୍ସା ଓ ଯତ୍ନ ସୁନିଶ୍ଚିତ କରିବା ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ନନ୍ଦନକାନନରେ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସ୍ବାସ୍ଥ୍ୟ ଓ ଉତ୍ତମ ପରିବେଶ ପାଇଁ ଚାଲିଥିବା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଉପସ୍ଥିତ ଅଧିକାରୀଙ୍କଠାରୁ ସୂଚନା ନେଇଥିଲେ ଉପ ମୁଖ୍ୟମନ୍ତ୍ରୀ। ଏହି ପରିଦର୍ଶନ ସମୟରେ ନନ୍ଦନକାନନର ଅଧିକାରୀ ଓ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।