୪୯ ଦିନରେ ଚଳଚଞ୍ଚଳ ରଥଖଳା , ଆଜି ରଥ ଉପରକୁ ଉଠିଛି, ଛଅ କାଠ , ଭୋଇ ସେବକ ପକାଇଛନ୍ତି ଚତୁର୍ଥ ହରିବୋଲ୍

୪୯ ଦିନରେ ଚଳଚଞ୍ଚଳ ରଥଖଳା । ଆଜି ରଥ ଉପରକୁ ଉଠିଛି, ଛଅ କାଠ ।ଭୋଇ ସେବକ ପକାଇଛନ୍ତି ଚତୁର୍ଥ ହରିବୋଲ୍ ।୨୦୪ ସେବକଙ୍କ ଉପସ୍ଥିତିରେ ଚାଲିଛି ନିର୍ମାଣ କାର୍ଯ୍ୟ ।ତିନି ରଥରେ ରଥରେ ଛନ୍ଦ ଗୟଳ ମୋଡା କାର୍ଯ୍ୟ ଶେଷ ହୋଇ  ଯୋଖା ଫିଟିଙ୍ଗ କାର୍ଯ୍ୟ ମଧ୍ୟ ଶେଷ ହୋଇ ସାରିଛି  । ୩ ଟି ରଥରେ ସମୁଦାୟ ୪୪ ଟି ଯୋଖା ସଂଯୋଗ ହୋଇଛି ।

ଏହାପରେ ପ୍ରଥମ ଭୂଇଁ ରଥ ଉପରକୁ ଯୋଗାଇ ଦେଇଥିଲେ ଭୋଇ ସେବକ । ସମାନ୍ତରାଳ ଭାବରେ ତିନି ରଥର ଚାଳି ରେ କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ରଥ ଉପରକୁ ଛ କାଠ ଉଠିଛି ।ପୂର୍ବରୁ ଛ କାଠ ଫ୍ରେମ୍ ପ୍ରସ୍ତୁତ ସରିଥିଲା।ଛ କାଠି ଉଠିବା ପରେ ଭୋଇ ସେବକ ମାନେ ଚତୁର୍ଥ ହରିବୋଲ ଦେଇଛନ୍ତି ।ଏହାପରେ ଭୂଇଁ ସଂଯୋଗ ସହ ଚଉଦ ନାହାକା ଉଠିବ । ଚଳିତ ବର୍ଷ ଜ୍ୟେଷ୍ଠ ମାସରେ ମଳ ମାସ ବା ଅତିରିକ୍ତ ମାସ ଯୋଗ ହୋଇଥିବା ଯୋଗୁଁ ଏଥର ସଅଳ ଚାଲିଛି ନିର୍ମାଣ କାର୍ଯ୍ୟ ।

ସେପଟେ ରୂପକାର ସେବକ ମାନେ,ତିନିରଥର ବେଦୀ ସିଂହାସନ ମୁହାଁଟିରେ ଚିତ୍ର ରୂପ ଖୋଦେଇ ଶେଷ କରିବା ସହ ରୁପ ଗୁଡ଼ିକର ପଲିସ୍ କାର୍ଯ୍ୟ ଶେଷ କରିଛନ୍ତି ।, ତିନିରଥର ୮ ଟି ଲେଖାଏଁ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରୀ ରହିଛି।ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକ ମାନେ ଯୋକା କଣ୍ଟା ଶେଷ କରି ଭୂଇଁ କଣ୍ଟା, ପୋଟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ସେପଟେ ଗୁଳୁଗୁଳି ରେ କାମ ଚାଲିଥିବା ବେଳେ କେନ୍ଦ୍ରାଞ୍ଚଳ ପୋଲିସ,ଆଇ ଜି ରଥ ନିର୍ମାଣ ସମୀକ୍ଷା କରିଛନ୍ତି ।ରଥ ନିର୍ମାଣ,ରଥ ଟଣା,ମୋଡ,ବ୍ରେକ ଇତ୍ୟାଦି ବିଷୟରେ ରଥ ମହାରଣା ଓ ଭୋଇ ସେବକଙ୍କ ସହ ଆଲୋଚନା କରିଛନ୍ତି ।ଅନ୍ୟପଟରେ ରଥଖଳାରେ ଘୋଳ ଦହି ବାଣ୍ଟିଛନ୍ତି ଆଇଜି ।

 

Leave a comment