ହଠାତ୍‌ ସୃଷ୍ଟିହୋଇଥିବା ବର୍ଷା ଓ ପବନ ‌ଯୋଗୁଁ ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ହେଲିକପ୍ଟରର ଜରୁରୀ ଅବତରଣ

ଭୁବନେଶ୍ବରରେ ହଠାତ୍‌ ସୃଷ୍ଟିହୋଇଥିବା ବର୍ଷା ଓ ପବନ ‌ଯୋଗୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ମୟୂରଭଞ୍ଜରୁ ଭୁବନେଶ୍ବର ନେଇ ଆସୁଥିବା ହେଲିକପ୍ଟର ପୁରୀର ସମଙ୍ଗ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ନିକଟ ହେଲରିପ୍ୟାଡ୍‌ରେ ଜରୁରୀ ଅବତରଣ କରିଛନ୍ତି।ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ଠାରୁ ଭୁବନେଶ୍ବର ସେ ସଡ଼କ ପଥରେ ଆସିବାକୁ ଯୋଜନା ହୋଇଥିଲା। ତେବେ ପୁରୀରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଯାଇଥିବାରୁ ସେଠାରୁ ପୁରୀର ସର୍କିଟ୍‌ ହାଉସ୍‌କୁ ମୁଖ୍ୟମନ୍ତ୍ରୀଙ୍କୁ ଆଣିବାକୁ ଆଲୋଚନା ଚାଲିଛି। ସେଠାରେ କିଛି ସମୟ ବିଶ୍ରାାମ କରିବା ପରେ ଭୁବନେଶ୍ବର ଗସ୍ତ ନେଇ ନିଷ୍ପତ୍ତି ନିଆଯିବ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି।

Leave a comment