ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି

ଭୁବନେଶ୍ବର ଜନତା ମୈଦାନରେ ବ୍ୟାପକ ଧ୍ବଂସଲୀଳା କରିଛି କାଳବୈଶାଖୀ। ଛାରଖାର ହୋଇ ଯାଇଛି ଟ୍ରେଡ୍ ଫେୟାର ।  ଜନତା ମୈଦାନରେ ଚାଲିଥିବା ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼। ମେଳା ପରିସରରେ ଲାଗିଥିବା ଅନେକ ଷ୍ଟଲ କ୍ଷତିଗ୍ରସ୍ତ ହୋଇଛି ।  କେତେକ ଷ୍ଟଲ ଭାଙ୍ଗିଯାଇଥିବା ବେଳେ ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି । ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀମାନେ ଆୟୋଜକଙ୍କ ଅବ୍ୟବସ୍ଥାକୁ ଏଥିପାଇଁ ଦାୟୀ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ମେଳା ପରିସରରେ ଲାଗିଥିବା ଏସି ୟୁନିଟ୍ ମଧ୍ୟ ତଳେ ପଡ଼ିଯାଇଥିବା ଦେଖିବାକୁ ମିଳିଛି ।  ମେଳାରେ ୩୦୦ରୁ ଅଧିକ ଷ୍ଟଲ ଲାଗିଛି। କ୍ଷତିଗ୍ରସ୍ତ ହୋଇଥିବା ଷ୍ଟଲର ମରାମତି ଆରମ୍ଭ ହୋଇଛଇ ।  ଗତକାଲି ଠାରୁ ଆରମ୍ଭ ହୋଇଥିଲା ମେଳା। ଆସନ୍ତା ୧୭ ତାରିଖ ଯାଏଁ ଚାଲିବ।

Leave a comment