Browsing Category

World

All world wide news update will uploaded

ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ-ଆମେରିକା ମଧ୍ୟରେ ଲାଗି ରହିଛି ତିକ୍ତତା । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରି ପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତା ମାସରେ ମୋଦୀ ଆମେରିକା ଗସ୍ତ କରି ପାରନ୍ତି । ପ୍ରଧାନମନ୍ତ୍ରୀଙ୍କ…

ଇସ୍ରାଏଲ ଆକ୍ରମଣରେ ଜଜିରା ନ୍ୟୁଜ୍‌ ଚ୍ୟାନେଲର ୫ ଜଣ ସାମ୍ବାଦିକ ମୃତ

ଇସ୍ରାଏଲ ପକ୍ଷରୁ ରବିବାର ରାତିରେ ପାଲେଷ୍ଟାଇନର ଗାଜା ସହର ଉପରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ୭ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଲ୍‌ ଜଜିରା ନ୍ୟୁଜ୍‌ ଚ୍ୟାନେଲର ୫ ଜଣ ସାମ୍ବାଦିକ ସାମିଲ ଅଛନ୍ତି। ଏମାନେ ହେଲେ ଆନାସ ଅଲ୍‌-ସରିଫ, ମହମ୍ମଦ କ୍ବେରିଖେ, ଇବ୍ରାହିମ ଜାହିର,…

ମୁନୀରଙ୍କ ପରମାଣୁ ଧମକ

ଯଦି ଭାରତ ସହ ଭବିଷ୍ୟତରେ ଯୁଦ୍ଧ ହୁଏ ଏବଂ ଏଥିରେ ପାକିସ୍ତାନର ଅସ୍ତିତ୍ୱ ଉପରେ ବିପଦ ଘେରି ରହେ ତ ପୂରା କ୍ଷେତ୍ରକୁ ପରମାଣୁ ଯୁଦ୍ଧରେ ଉଡାଇଦେବୁ। ଆମେରିକାର ଟାମ୍ପା ସହରରେ ବିଜନେସମ୍ୟାନ ଅଦନାନ ଅସଦଙ୍କ ଦ୍ୱାରା ଆୟୋଜିତ ଡିନରରେ ଯୋଗ ଦେଇ ମୁନିର କହିଛନ୍ତି ଆମେ ଏକ ପରମାଣୁ ସମ୍ପନ୍ନ…

ଆମେରିକାର ଋଣ ଆନୁଷ୍ଠାନିକ ଭାବରେ ୩୭ ଟ୍ରିଲିୟନ ଡଲାର ଅତିକ୍ରମ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଅର୍ଥନୀତି ବିଷୟରେ ବଡ଼ ବଡ଼ ଦାବି କରୁଛନ୍ତି କିନ୍ତୁ ଦେଶର ବୃଦ୍ଧି ପାଉଥିବା ଋଣକୁ ରୋକିବାରେ ସେ ବିଫଳ ହୋଇଛନ୍ତି। ପ୍ରଥମ ଥର ପାଇଁ ଆମେରିକାର ଋଣ ଆନୁଷ୍ଠାନିକ ଭାବରେ ୩୭ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ୪ ଜୁଲାଇରେ ୱାନ୍…

ରୁଷ ଆମେରିକା ଆଲୋଚନାକୁ ଭାରତର ସ୍ବାଗତ

ରୁଷ ଓ ଆମେରିକା ମଧ୍ୟରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଆଲାସ୍କାରେ ଏକ ବୈଠକ କରିବାକୁ ହୋଇଥିବା ସହମତିକୁ ସ୍ବାଗତ କରିଛି ଭାରତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ଏହି ବୈଠକରେ ୟୁକ୍ରେନ ଯୁଦ୍ଧ ଶେଷ ହେବାର ରାସ୍ତା…

୫୦ ପ୍ରତିଶତ ଟାରିଫ ଲାଗିବା ପରେ ଏକାଠି ହେଲେ ଭାରତ – ବ୍ରାଜିଲ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଓ ବ୍ରାଜିଲ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଯିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା ଫୋନରେ ଆଲୋଚନା କରିଛନ୍ତି। ଲୁଲା ପ୍ରକାଶ କରିଛନ୍ତି ଯେ, ସେମାନେ…

୨୪ ଘଣ୍ଟା ମଧ୍ୟରେ ଭାରତ ଉପରେ ଲାଗିବ କି ଅଧିକ ଶୁଳ୍କ

ଆମେରିକା ଚାହୁଁଛି ତାର କୃଷି ପ୍ରଡକ୍ଟକୁ ଭାରତ ବଜାରରେ ବିକ୍ରିକରିବା ପାଇଁ । ଯାହାକୁ ଭାରତ ଅନୁମତି ଦେଉନାହିଁ । ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଭାରତ ଏହା କରିବାକୁ ଦେଉନାହିଁ । ସେପଟେ ଭାରତ ରୁଷରୁ ତେଲ ଆଣୁଥିବାରୁ ଆମେରିକା ତାହା ସହି ପାରୁନାହିଁ । ୨୫ ପ୍ରତିଶତ ଶୁଳ୍କ ଉପରେ ଭାରତ କଡ଼ା…

ନୌକା ଓଲଟି ୬୮ ଜଣ ଶରଣାର୍ଥୀଙ୍କ ମୃତ୍ୟୁ

ୟେମେନରେ ବଡ଼ ଅଘଟଣ । ଦକ୍ଷିଣ ଅବିଆନ ପ୍ରଦେଶ ନିକଟରେ ନୌକା ଓଲଟି ପଡ଼ିବାରୁ  ୬୮ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି । ୟେମେନ ଗଣମାଧ୍ୟମ ଅନୁଯାୟୀ, ପ୍ରାୟ ୧୫୪ ଜଣ ଶରଣାର୍ଥୀଙ୍କୁ ନେଇ ଏହି ନୌକା ଗଲ୍ଫ ଅଫ ଏଡେନରେ ଖରାପ ପାଗ ଯୋଗୁ ଓଲଟି ପଡ଼ିଥିଲା । ମାତ୍ର ୧୨ ଜଣ ଉଦ୍ଧାର ହୋଇଛନ୍ତି, ଆଉ ୭୪…

ଇସ୍ରାଏଲ ଏକ ଘରିଆ

ଗାଜାରେ ଚାଲିଥିବା ହିଂସା ଏବଂ ମାନବାଧିକାର ଉଲ୍ଲଂଘନ ପାଇଁ ସମଗ୍ର ବିଶ୍ୱରେ ଇସ୍ରାଏଲ  ବିରୁଦ୍ଧରେ ସମାଲୋଚନା ନିରନ୍ତର ବୃଦ୍ଧି ପାଉଛି। ଏବେ ସ୍ଲୋଭେନିଆ ଏକ ବଡ଼ ଏବଂ କଠୋର ପଦକ୍ଷେପ ନେଇଛି।  ଇସ୍ରାଏଲ ସହିତ ଯେକୌଣସି ପ୍ରକାରର ଅସ୍ତ୍ରଶସ୍ତ୍ର କାରବାରକୁ ସ୍ଲୋଭେନିଆ  ସମ୍ପୂର୍ଣ୍ଣ ନିଷିଦ୍ଧ…

ଚୀନରେ ବନ୍ୟା 30 ମୃତ

ପ୍ରବଳ ବର୍ଷା ଜନିତ ବନ୍ୟା ଓ ମାଟି ଅତଡା ଧସି ଚୀନରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ସୋମବାର ରାତିରେ ଉତ୍ତର-ପୂର୍ବ ବେଜିଂର ପାର୍ବତ୍ୟାଞ୍ଚଳ ମିୟୁନରେ ଏହି ବର୍ଷା ବିତ୍ପାତ ହୋଇଛି। ଏହି ଅଞ୍ଚଳରେ ୨୧ ଇଞ୍ଚର ବର୍ଷା ହୋଇଛି। ମଙ୍ଗଳବାର ପର୍ଯ୍ୟନ୍ତ ବର୍ଷା…