Browsing Category

Culture

ରଥ ନିର୍ମାଣ ବିଳମ୍ବ

ଅଧିକାଂଶ ଦଣ୍ଡାକାଠ ପୋଲା ପଡ଼ୁଥିବାରୁ ଏଭଳି ଆଶଙ୍କା ଦେଖାଦେଇଛି। ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ଧରି ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ ରଥ ପାଇଁ ଆସିଥିବା କାଠ ପୋଲା ଥିବା ମିଳୁଛି। ତେବେ, ଅଧିକ ପୋଲାକାଠ ନନ୍ଦିଘୋଷ ଓ ଦର୍ପଦଳନ ରଥରୁ ମିଳୁଛି। ସ୍ଥିତି ଏପରି ହୋଇଛି ଯେ…

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଯୋଜନା

୧୨ ତାରିଖରେ ବିଜେପି ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଥିବାରୁ ୪ ଦିନ ମଧ୍ୟରେ ଚାରିଦ୍ବାର ଖୋଲିବା ନେଇ ବିଜେପିର ତୁଙ୍ଗ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ଏହିଦୃଷ୍ଟିରୁ ୧୩ ତାରିଖ ବେଳକୁ ଭକ୍ତମାନଙ୍କ ପ୍ରବେଶ ଲାଗି ଚାରିଦ୍ବାରରେ କୌଣସି ପ୍ରତିବନ୍ଧକ ନଥିବ। ଏହିଭଳି ଏକ ଚର୍ଚ୍ଚା ଆରମ୍ଭ…

ବର ଶୋଭାଯାତ୍ରାରେ ଦୁଲୁକିଲା ଏକାମ୍ରକ୍ଷେତ୍ର

ବର ଦେଉଳରୁ କନିଆ ଘର ସବୁଠିଥିଲା ଉତ୍ସାହର ପରିବେଶ । ଶୋଭାଯାତ୍ରାରେ ଦୁଲୁକିଲା ଏକାମ୍ରକ୍ଷେତ୍ର । ବଡସିଂହାର ବେଶ ପରେ ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ବିମାନରେ ବାହାରିଥିଲେ କନିଆ ଘର । ବର ଯାତ୍ରୀଙ୍କୁ ନେଇ ବିରାଟ ପଟୁଆରର କେଦାରଗୌରୀ ମନ୍ଦିରରେ ପହଞ୍ଚିିଥିଲେ ପ୍ରଭୁ ଲିଙ୍ଗରାଜ ।…

ଆଜି ଦେବ ଦମ୍ପତ୍ତିି ବିବାହ ଉତ୍ସବ

ଆଜି ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ । ଆସନ୍ତାକାଲି ଶିତଳଷଷ୍ଠୀ ପର୍ବ । ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଚଳଚଞ୍ଚଳ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ। ମନ୍ଦିରରେ ପ୍ରସିଦ୍ଧ ଶିବବିବାହ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ପୀଠ। ମନ୍ଦିର ପରିସର ଓ…

ଶ୍ରୀଜଗନ୍ନାଥବଲ୍ଲଭ ପ୍ରଦର୍ଶନୀ ବନ୍ଦ

ଶ୍ରୀଜଗନ୍ନାଥବଲ୍ଲଭ ପାର୍କିଂରେ ହୋଇଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ପ୍ରଦର୍ଶନୀକୁ ବନ୍ଦ କରିଦିଆଯାଇଛି ମହାପ୍ରଭୁଙ୍କର ୨୫ ପ୍ରକାରର ବେଶ ସାଙ୍ଗକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ୩ ରଥର ମିନିଏଚର ଶୋଭା ପାଉଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଯେଉଁ ଶ୍ରଦ୍ଧାଳୁମାନେ…

ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା

୫୩ ବର୍ଷ ପରେ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ହାତରେ ଦୁଇଦିନ ସମୟ କମ୍‌ ଥିବାରୁ ଚଳିତ ରଥଯାତ୍ରା ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ନୂଆ ସରକାରଙ୍କୁ ନେଇ ଚଳିତ ରଥଯାତ୍ରା କିଭଳି ସମନ୍ବୟ ଭିତ୍ତିରେ…

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବାକୁ ଅପେକ୍ଷା

ଓଡ଼ିଶାରେ ଭାଜପା ସରକାର ଆସିଲେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବ ବୋଲି ଦଳର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସମ୍ପ୍ରତି ରାଜ୍ୟରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭାହେବା ପରେ ସରକାର ଗଠନ କରିବାକୁ ଯାଉଛି। ତେଣୁ ଶ୍ରୀମନ୍ଦିର…

ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ବନ୍ଦ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକ୍ରମେ ମହାପ୍ରଭୁଙ୍କ ଅର୍ପଣ ରଥ ଚାଉଳରେ ପ୍ରସ୍ତୁତ ହେଉଥିଲା କାନିକା, ଖେଚେଡ଼ି ଆଦି ମହାପ୍ରସାଦ। ସୁଆର ମହାସୁଆର ନିଯୋଗ ଏହାକୁ ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ କରି ଶ୍ରୀମନ୍ଦିରର ତିନି ଦ୍ବାରରେ ଭକ୍ତଙ୍କୁ ମାଗଣାରେ…

ଆଜି ସାବିତ୍ରୀ ବ୍ରତ , ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ସ୍ତ୍ରୀ

ଆଜି ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ସ୍ତ୍ରୀ । ଲକ୍ଷ୍ମୀନାରାୟଣଙ୍କ ପୂଜା କରି ସ୍ୱାମୀଙ୍କ ମଙ୍ଗଳ କାମନା କରୁଛନ୍ତି । ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ କରୁଛନ୍ତି ପୂଜାର୍ଚ୍ଚନା । ମହିଳାମାନେ ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି , ୭ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଦ୍ଵିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା ୭ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ ଦତ୍ତ ମହାପାତ୍ର ସେବକ ମାନେ ବିଭିନ୍ନ ପ୍ରାକୃତିକ ରଙ୍ଗରେ ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର କରିବେ। ଦ୍ଵିତୀୟ ଭୋଗ ମଣ୍ଡପ…