ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କରିବାର ବିଶେଷ ବିଧି ଅଛି। ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିବା ସମୟରେ ଶ୍ରୀଚୈତନ୍ୟ ଶ୍ରୀଜଗନ୍ନାଥ (ବା ଶ୍ରୀକୃଷ୍ଣ)ଙ୍କର ବିରହଜ୍ୱାଳା ସହି ନ ପାରି ବ୍ୟାକୁଳ ହୋଇ ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କ ନିକଟକୁ ଧାଇଁ ଯାଉଥିଲେ ବୋଲି ଜନଶ୍ରୁତି ରହିଛି। ଏହି ଜନଶ୍ରୁତି ଅନୁସାରେ ଶ୍ରୀଜଗନ୍ନାଥ, ଶ୍ରୀକୃଷ୍ଣ ଓ ଶ୍ରୀଅଲାରନାଥ ଭିନ୍ନ ନୁହନ୍ତି; ଏକ। ଶ୍ରୀଅଲାରନାଥ ଦଣ୍ଡାୟମାନ ବିଷ୍ଣୁମୂର୍ତ୍ତି। ଏହି ବିଷ୍ଣୁମୂର୍ତ୍ତିଙ୍କର ନାମ କାହିଁକି ଅଲାରନାଥ ତାହା ତାତ୍ପର୍ଯ୍ୟପୂର୍ଣ୍ଣ। ‘ଆଲୱାର’ର ଅର୍ଥ ପରମପୁରୁଷ ବା ଭଗବାନ ବିଷ୍ଣୁଙ୍କଠାରେ ସଂପୂର୍ଣ୍ଣ ଆତ୍ମନିମଜ୍ଜନ। ବେଦରେ ଯାହା କଥିତ ବା ଆଗମରେ ଯାହା ବିବୃତ, ତାହାଠାରୁ ଆଲୱାରମାନଙ୍କର ତତ୍ତ୍ୱ ଉପଦେଶ ଭିନ୍ନ ନୁହେଁ। କେବଳ ଭିନ୍ନତା ହେଉଛି, ସେମାନେ ବେଦ-ଉପନିଷଦ-ଆଗମ ଆଦିର ସେହିସବୁ ଦିବ୍ୟଜ୍ଞାନକୁ ପ୍ରଥମକରି ଜନସାଧାରଣଙ୍କ ପାଇଁ ସେମାନଙ୍କର ବୁଝିପାରିବା ଭଳି ଭାଷାରେ କହିଥିଲେ- ଠିକ୍ ଆମ ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସଙ୍କ ପରି।ଏ ପ୍ରସଙ୍ଗରେ ଶ୍ରୀରାମାନୁଜଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ଅଜ୍ଞାନରେ ମୋହିତ ଜନସାଧାରଣଙ୍କୁ ବିଷ୍ଣୁମତରେ ଦୀକ୍ଷିତ କରାଇବାକୁ ତାଙ୍କର ପରୋକ୍ଷଗୁରୁ ଶ୍ରୀଯାମୁନାଚାର୍ଯ୍ୟଙ୍କଠାରେ ସଂକଳ୍ପ କରିଥିଲେ। ସେହି ଅନୁସାରେ ସେ କାମ କରିଥିଲେ। ସେହି କ୍ରମରେ ଦ୍ୱାଦଶ ଶତାବ୍ଦୀରେ ସେ ଆସିଥିଲେ ପୁରୀ। ତାଙ୍କର ସଂସ୍ପର୍ଶରେ ଆସି ଶୈବ ଚୋଡ଼ଗଙ୍ଗଦେବ ବୈଷ୍ଣବରେ ପରିଣତ ହୋଇଥିଲେ। ତାଙ୍କରି ଧାରାରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ମନ୍ଦିରରେ ପ୍ରତିଷ୍ଠା ହୋଇଥିଲେ ଶ୍ରୀଲକ୍ଷ୍ମୀ ବା ଲକ୍ଷ୍ମୀଦେବୀ। ପରବର୍ତ୍ତୀ କାଳରେ ଅଦୂରବର୍ତ୍ତୀ ବ୍ରହ୍ମଗିରିର ଅଲାରନାଥଠାରେ ସ୍ୱତନ୍ତ୍ର ଭାବରେ ପ୍ରତିଷ୍ଠିତ ହୋଇଥିଲେ ଶ୍ରୀଅଲାରନାଥ। ତାଙ୍କୁ କୁହାଯାଏ ଆଜାନୁବାହୁ ଅଲାରନାଥ ବା ଆଜାନୁବାହୁ ଶ୍ରୀଜଗନ୍ନାଥ।ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସଂପାଦିତ ‘ମାଦଳାପାଞ୍ଜି’ ଓ ଭବାନୀଚରଣ ବନ୍ଦ୍ୟୋପାଧ୍ୟାୟଙ୍କ ‘ଶ୍ରୀପୁରୁଷୋତ୍ତମ ଚନ୍ଦ୍ରିକା’ର ତଥ୍ୟ ଅନୁସାରେ, ୧୦୯୪ରୁ ୧୦୯୭ ଶକାବ୍ଦ ବା ୧୧୭୨ରୁ ୧୧୭୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କ ମନ୍ଦିର ନିର୍ମାଣ ହୋଇ ସେଥିରେ ଶ୍ରୀଅଲାରନାଥ ଦେବ ପ୍ରତିଷ୍ଠିତ ହୋଇଥିଲେ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post