ନିଜ ଭକ୍ତର ଦୁଃଖ ବୁଝିବା ପାଇଁ ସେ ପ୍ରତି ବର୍ଷ ବଡ ଦେଉଳ ଛାଡି ବଡଦାଣ୍ଡକୁ ଆସିଥାନ୍ତି । କିନ୍ତୁ ବିଶ୍ୱବ୍ରହ୍ମାଣ୍ଡ ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥ ଅଧାଗଢା କାହିଁକି ? କାହିଁକି ଦାରୁ ଦିଅଁଙ୍କର ନାହିଁ ପାପୁଲି କିମ୍ବା କାନ? ଶାସ୍ତ୍ର କୁହେ ଯେ, ଭଗବାନଙ୍କୁ ମିଳିଥିବା ଅଭିଶାପ ଯୋଗୁଁ ସେ ଆଜି ଅଧାଗଢା ହୋଇ ରହି ଯାଇଛନ୍ତି । ଏହା ସତ୍ୟ ଯେ, ବିଶ୍ୱକର୍ମା ଶ୍ରୀଜିଉଙ୍କ ମୂର୍ତ୍ତି ନିର୍ମାଣ କରୁଥିବା ସମୟରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଭୁଲ ଯୋଗୁଁ ସେ ଅଧାଗଢା ରହିଛନ୍ତି । ତେବେ ଏହା ପଛରେ ଏକ ବିରାଟ ରହସ୍ୟ ରହିଛି ।ଗଭବାନ ବିଷ୍ଣୁଙ୍କ ଅନ୍ୟ ଅବତାରରେ ସେ ଦୁଇ ଜଣଙ୍କ ପାଖରୁ ଅଭିଶାପ ପାଇଥିଲେ । ତେଣୁ କଳି ଯୁଗରେ ସେ ଅଧାଗଢା ରହିବା ପାଇଁ ବଚନ ମଧ୍ୟ ଦେଇଥିଲେ । ରାମାୟଣ ଅନୁସାରେ, କିସ୍କିନ୍ଧା ରାଜ୍ୟର ରାଜା ବାଳିଙ୍କୁ ବଦ୍ଧ କରି ଶ୍ରୀରାମଚନ୍ଦ୍ର ବନ୍ଧୁ ସୁଗ୍ରୀବଙ୍କୁ ରାଜା ଭାବରେ ଅଭିଷେକ କରାଇଥିଲେ । ସେଥିପାଇଁ ପରାକ୍ରମୀ ବାଳିଙ୍କୁ ଛଳନା କରି ମାରିଥିଲେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ବାଳି ଏବଂ ସୁଗ୍ରୀବ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏକ ଗଛ ଆଢୁଆଳରେ ରହି ରଘୁନାଥ ବାଳିଙ୍କ ଉପରକୁ ଶର ମାରିଥିଲେ । ଯାହା ଫଳରେ ବାଳି ସେହିଠାରେ ହିଁ ଲୋଟି ପଡିଥିଲେ । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଶ୍ରୀରାମଙ୍କୁ ଗୋଟିଏ ବର ମାଗିଥିଲେ । ସେ କହିଥିଲେ ଯେ, ହେ ଶ୍ରୀରାମ ଆପଣ ନାରାୟଣଙ୍କ ଅବତାର ହୋଇ ମଧ୍ୟ ମୋତେ କପଟ କରି ହତ୍ୟା କରିଛନ୍ତି । ତେଣୁ ମୁଁ ଆପଣଙ୍କୁ ଏତିକି ବର ମାଗୁଛି ଯେ ଆପଣ ଯେଉଁ ପାପୁଲିରେ ଶରବିଦ୍ଧ କରିଛନ୍ତି, ସେହି ହାତ ଆପଣଙ୍କର ନ ରହୁ ।ବାଳିଙ୍କର ଏହି କଥା ଶୁଣି ଶ୍ରୀରାମ ମଧ୍ୟ କାନ୍ଦି ପକାଇଥିଲେ ଏବଂ କହିଥିଲେ, ତଥାସ୍ତୁ… ହେ ପରାକ୍ରମୀ ବାଳି, ଆପଣଙ୍କର ଏହି ଅଭିଶାପକୁ ମୁଁ ଏହି ଜନ୍ମରେ ପୂରଣ କରିପାରିବି ନାହିଁ । ତେଣୁ କଳିଯୁଗରେ ମୁଁ ଯେବେ ଜନ୍ମ ନେବି, ଆପଣଙ୍କୁ ଦେଇଥିବା ବର ଅନୁସାରେ ମୋର ହାତ ରହିବ ହେଲେ ପାପୁଲି ନଥିବ । ଅଧାଗଢା ହୋଇ ମୁଁ ଶ୍ରୀଜଗନ୍ନାଥ ରୂପରେ ଅବତାର ନେବି । ସେତେବେଳେ ମୋ ପାଖରେ ପାପୁଲି ନଥିବ କି ମୁଁ କାହାକୁ ଏପରି ଛଳନା କରି ହତ୍ୟା କରିପାରିବି ନାହିଁ । ଏତିକି ଶୁଣିବା ପରେ ବାଳି ଶ୍ରୀରାମଚନ୍ଦ୍ରଙ୍କ କୋଳରେ ପ୍ରାଣତ୍ୟାଗ କରିଥିଲେ । ତେଣୁ ତ୍ରେତୟା ଯୁଗରେ ବାଳିଙ୍କୁ ଦେଇଥିବା ବରଦାନ ଏବଂ ପ୍ରତିଜ୍ଞା ଯୋଗୁଁ କଳି ଯୁଗରେ ଅଧାଗଢା ହୋଇ ରହିଛନ୍ତି ପ୍ରଭୁ ନାରାୟଣଙ୍କ ଅବତାର ଶ୍ରୀଜଗନ୍ନାଥ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ