ଭାରତୀୟ ବଜାରରେ Vuର ବଡ଼ ଧମାକା, ଲଞ୍ଚ୍ ହେଲା ୧୧୫ ଇଞ୍ଚର MiniLED ସ୍ମାର୍ଟ ଟିଭି

ଭାରତୀୟ ବଜାରରେ Vuର ବଡ଼ ଧମାକା । ଲଞ୍ଚ୍ ହେଲା ୧୧୫ ଇଞ୍ଚର MiniLED ସ୍ମାର୍ଟ ଟିଭି । ଦାମ୍ ଜାଣିଲେ ଉଡ଼ିଯିବ ହୋସ୍ । କାଲିଫର୍ଣ୍ଣିଆର ପ୍ରସିଦ୍ଧ ଟେକ୍ନୋଲୋଜି କମ୍ପାନୀ Vu ଭାରତୀୟ ବଜାରରେ ନିଜର ନୂଆ ସ୍ମାର୍ଟ ଟିଭି ସିରିଜ୍ ଲଞ୍ଚ୍ କରିଛି । କମ୍ପାନୀର Masterpiece AEye TV ସିରିଜରେ ୧୧୫ ଇଞ୍ଚର ବଡ଼ MiniLED ସ୍ମାର୍ଟ ଟିଭି ସାମିଲ ହୋଇଛି । ଏହି ଟିଭିର ମୂଲ୍ୟ ରହିଛି ୧୩ ଲକ୍ଷ ଟଙ୍କା । ଏହା ସହିତ ୫୫ ଇଞ୍ଚରୁ ୯୮ ଇଞ୍ଚ ପର୍ଯ୍ୟନ୍ତ ଅନ୍ୟ ମଡେଲ୍ ମଧ୍ୟ ଲଞ୍ଚ୍ କରିଛି କମ୍ପାନୀ ।

ଫିଚର୍ସ:

କମ୍ପାନୀର ଏହି ନୂଆ ଟିଭି ସିରିଜରେ RGB MiniLED ପ୍ୟାନେଲ୍ ବ୍ୟବହାର କରାଯାଇଛି । ଏଥିରେ ୧୦୦ ପ୍ରତିଶତ BT.2020 କଲର୍ କଭରେଜ୍ ମିଳିବ । ୫୫ରୁ ୯୮ ଇଞ୍ଚ ମଡେଲରେ ୨,୫୦୦ ନିଟ୍ସ ପିକ୍ ବ୍ରାଇଟନେସ୍ ଥିବାବେଳେ ୧୧୫ ଇଞ୍ଚ ମଡେଲ୍‌ରେ ୩,୦୦୦ ନିଟ୍ସ ପର୍ଯ୍ୟନ୍ତ ବ୍ରାଇଟନେସ୍ ମିଳିବ । ଏହାସହ ୧୧୫ ଇଞ୍ଚ ମଡେଲ୍‌ରେ ୨,୬୯୬ ଜୋନ‌ର ଲୋକାଲ୍ ଡିମିଂ ସପୋର୍ଟ ରହିଛି । ଟିଭିର ବଡିକୁ ମଜବୁତ୍ ଏଲୁମିନିୟମ୍ ଆଲୟରେ ତିଆରି କରାଯାଇଛି । ଏହା ୨୮୮Hz Fluid Motion ଏବଂ Hyper Motion AI Engine ଟେକ୍ନୋଲୋଜିକୁ ସପୋର୍ଟ କରୁଛି ।

ସାଉଣ୍ଡ୍ କ୍ଷେତ୍ରରେ ମଧ୍ୟ କମ୍ପାନୀ ଗ୍ରାହକଙ୍କୁ ନିରାଶ କରିନାହିଁ । ୫୫ରୁ ୯୮ ଇଞ୍ଚ ମଡେଲରେ ୧୧୦W VuFX ସାଉଣ୍ଡ୍ ସିଷ୍ଟମ୍ ସହ ୪ଟି ସ୍ପିକର୍ ଓ ୨ଟି ରିୟର୍ ୱୁଫର୍ ରହିଛି । ସେହିପରି ୧୧୫ ଇଞ୍ଚ ମଡେଲରେ ୨୪୦Wର ୧୦-ଡ୍ରାଇଭର୍ ସାଉଣ୍ଡ୍ ସିଷ୍ଟମ୍ ଦିଆଯାଇଛି । ଏଥିରେ ୮ଟି ସ୍ପିକର୍ ଓ ୨ଟି ରିୟର୍ ସବ୍‌ୱୁଫର୍ ସହ ଟପ୍, ସାଇଡ୍ ଏବଂ ଡାଉନ୍ ଫାୟାରିଂ ଡ୍ରାଇଭର୍ସ ରହିଛି । ଏହି ସ୍ମାର୍ଟ ଟିଭି ସିରିଜରେ Dolby Atmos ଓ Dolby AC-4 Dialogue Enhancer ସପୋର୍ଟ ମିଳିବ । ଏହା Google TV ପ୍ଲାଟଫର୍ମରେ କାମ କରିବ । ଏଥିରେ Google Gemini AI ସପୋର୍ଟ ସହ ୩GB RAM ଏବଂ ୩୨GB ଇଣ୍ଟରନାଲ୍ ଷ୍ଟୋରେଜ୍ ରହିଛି । ଏହାସହ ଦୁଇଟି Bluetooth Voice Remote ମଧ୍ୟ ଦିଆଯାଇଛି ।

ପ୍ରାଇସ୍:

Vu Masterpiece AEye TV ସିରିଜ୍‌ରେ ମୋଟ ୬ଟି ସ୍କ୍ରିନ୍ ସାଇଜ୍ ଉପଲବ୍ଧ ହେଉଛି ।

୫୫ ଇଞ୍ଚ – ୭୫ ହଜାର ଟଙ୍କା

୬୫ ଇଞ୍ଚ – ୯୫ ହଜାର ଟଙ୍କା

୭୫ ଇଞ୍ଚ – ୧ ଲକ୍ଷ ୩୦ ହଜାର ଟଙ୍କା

୮୫ ଇଞ୍ଚ – ୧ ଲକ୍ଷ ୭୫ ହଜାର ଟଙ୍କା

୯୮ ଇଞ୍ଚ – ୨ ଲକ୍ଷ ୯୫ ହଜାର ଟଙ୍କା

୧୧୫ ଇଞ୍ଚ – ୧୩ ଲକ୍ଷ ଟଙ୍କା

ନଭେମ୍ବର ୧୨ ତାରିଖରୁ ଏହି ସିରିଜ୍‌ର ଟିଭିଗୁଡ଼ିକ ଅନଲାଇନ୍ ଓ ଅଫଲାଇନ୍ ଷ୍ଟୋର୍‌ରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି । ମୋଟାମୋଟି ଭାବେ, ବଡ଼ ସ୍କ୍ରିନ୍, ଦମ୍‌ଦାର ଡିସପ୍ଲେ ଏବଂ ମର୍ଡନ AI ଫିଚର୍ସ ସହ Vuର ଏହି ନୂଆ ଟିଭି ସିରିଜ୍ ପ୍ରିମିୟମ୍ ସ୍ମାର୍ଟ ଟିଭି ବଜାରରେ ଏକ ବଡ଼ ଆକର୍ଷଣ ପାଲଟିବାକୁ ଯାଉଛି ।

Leave a comment