ସାମାଜିକ ଗଣମାଧ୍ୟମରେ ଅଳଙ୍କାର ପ୍ରଦର୍ଶନ କରିବା ପଡ଼ିଲା ମହଙ୍ଗା, କଳାକନା ବୁଲାଇଲେ ଦୁର୍ବୃତ୍ତ
ସାମାଜିକ ଗଣମାଧ୍ୟମରେ ନିଜ ଘରେ ରଖିଥିବା ଟଙ୍କା, ସୁନା ସହ ହୀରା ଅଳଙ୍କାର ପ୍ରଦର୍ଶନ କରିବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କ ଘରେ ପଶି କେତେକ ଦୁର୍ବୃତ୍ତ ଏକକୋଟି ଟଙ୍କାରୁ ଊର୍ଦ୍ଧ୍ବ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି। ପୁଲିସ ସୂଚନାନୁଯାୟୀ ଥାମାଟୁକୋନାମ ଅଞ୍ଚଳରେ ମଧୁମିତା ନାମ୍ନୀ ଜଣେ ମହିଳା ନିଜ ପତି ବିନୋଦ କୁମାର ଓ ପିଲା ସହ ରହନ୍ତି। ତାଙ୍କ ସ୍ବାମୀ ଜଣେ ବ୍ୟବସାୟୀ। ମଧୁମିତା ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ। ସେ ନିଜ ଘରେ ଥିବା ଟଙ୍କା, ସୁନା, ହୀରା ଗହଣା ଆଦିର ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଥାନ୍ତି। ଗତ ଗୁରୁବାର ସେ ନିଜ ପତି ଓ ପିଲା ସହ ବଜାରକୁ ଯାଇଥିବା ବେଳେ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ଏହାର ସୁଯୋଗ ନେଇ କେତେକ ଦୁର୍ବୃତ୍ତ ତାଙ୍କ ଘରେ ପଶି ଆଲମାରି ଭାଙ୍ଗି ସେଥିରେ ଥିବା ୫୦ ହଜାର ଟଙ୍କା, ୧୨୦ ଗ୍ରାମ ସୁନା ଗହଣା ସହ ଏକାଧିକ ହୀରା ଗହଣା ଚୋରି କରି ନେଇଥିଲେ।କଳ