ମାଆ ଆସିଛନ୍ତି ବୋଲି ସଜେଇ ହୋଇଛି ମନ୍ଦିରମାଳିନୀ ଭୁବନେଶ୍ବର । ସହରର ପ୍ରମୁଖ ଛକ ଛକରେ ବଡ଼ ବଡ଼ ପୂଜା ପେଣ୍ଡାଲ, ଆକାଶଛୁଆଁ ତୋରଣ । ରଙ୍ଗୀନ ଆଲୋକମାଳା ସହ ଭିନ୍ନ ଭିନ୍ନ ଥିମରେ ପେଣ୍ଡାଲ ନିର୍ମାଣ କରିଛନ୍ତି ବିଭିନ୍ନ ପୂଜା କମିଟି । ଖାଲି କଣ ପେଣ୍ଡାଲ,ମୀନା ବଜାର, ଦୋଳି ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ବି ହୋଇଛି । ଯାହାକୁ ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ତେବେ ପୂଜା ବଜାର ସରଗରମ ଥିବା ବେଳେ ଭିଡ଼ କିନ୍ତୁ ସବୁ ଉତ୍ସାହରେ ପାଣି ଛିଞ୍ଚି ଦେଉଛି । କାରଣ ଭିଡ଼ ଏବଂ ଟ୍ରାଫିକ ଜାମ୍ ଦେଖି ଲୋକେ ଘରୁ ବାହାରିବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି । ଯଦିଓ ରାଜଧାନୀଆ ଲୋକ ଚାଲାକର ସହ ନିଜ ନିଜକୁ ସୁଆଇଲା ଭଳି ସମୟରେ ବାହାରୁଛନ୍ତି । କିଏ ଭିଡ ପାଇଁ ଅଧ ରାତିରେ ପୂଜା ପେଣ୍ଡାଲ ବୁଲୁଥିବା ବେଳେ ପୁଣି କିଏ ସକାଳେ ସକାଳେ ବୁଲୁଛି । କିନ୍ତୁ ଯେତେ ଯାହା କଲେ କି ଯେତେବେଳେ ଆସିଲେ ଭିଡ ହିଁ ଭିଡ଼ ଦେଖିବାକୁ ମିଳିଛି । ଏପଟେ ମାଆଙ୍କ ପାଇଁ ଉତ୍ସବର ଭିଡ଼ ଥିବା ବେଳେ ଦଶହରା ବୁଲିବାକୁ କିଏ ନୂଆ ପୋଷାକ କିଣିବାକୁ ତ ପୁଣି କିଏ ଏହାକୁ ମାନିଲା ଭଳି ଚୁଡ଼ି ଓ କାନଫୁଲ ବାଛି ନେବାକୁ ବଜାର ଅଭିମୁଖେ ଛୁଟିଛନ୍ତି । କୋଲକାତା ପରେ କଟକ ଏବଂ କଟକ ପରେ ଏବେ ଭୁବନେଶ୍ବରରେ ମନମତାଣିଆ ତୋରଣ, ମେଢ଼ ହେଉଥିବାରୁ ଭୁବନେଶ୍ବରିଆଙ୍କ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଆସର। ମେଳା ବୁଲା, ଦୋଳି ଖେଳା, ମୀନା ବଜାରରୁ ଭଳିକି ଭଳି ସାମଗ୍ରୀ କିଣା ସାଙ୍ଗକୁ ମେଲୋଡି ମନସ୍କ ହେଲେଣି ସହରିଆ। କିଏ କିଏ ପୂଜା ବଜାରକୁ ଆସୁଥିବା ନୂଆ ନୂଆ ପତ୍ରିକା କିଣିବାକୁ ବି ରାଜଧାନୀ ପତ୍ରିକା ହାଟରେ ଭିଡ଼ କଲେଣି । ପୂଜା ପାଇଁ ଫଳ, ପୂଜା ସାମଗ୍ରୀ କିଣିବାକୁ ପୂଜା ବଜାର ସରଗରମ । ମୋଟ୍ ଉପରେ ମା’ ଜଗତଜନନୀଙ୍କ ପାଇଁ ସହର ଉତ୍ସବମୁଖର ହୋଇଛି । ସେପଟେ ଦଶହରା ପରେ ପରେ କୁମାର ପୂର୍ଣ୍ଣିମା ପଡୁଥିବାରୁ ନୂଆ ପୋଷାକ ପିନ୍ଧିବାକୁ ଝିଅମାନେ ପ୍ରବଳ ଭିଡ଼ ମାର୍କେଟ ବିଲ୍ଡିଂ ଠାରୁ ଆରମ୍ଭ କରି ମଲ୍, ସୋ’ରୁମ୍ରେ ଦେଖିବାକୁ ମିଳିଲାଣି। କିଏ ଦଶହରା ପାଇଁ ପାର୍ଲର ଯାଉଛି ତ କିଏ ପୁଣଇ ଦାଣ୍ଡିଆ ନାଇଟ୍ର ମଜା ନେବାକୁ ବିଭିନ୍ନ ହୋଟେଲ କିମ୍ବା ପଡ଼ିଆକୁ ଧାଉଛି । ମେଳା, ମହୋତ୍ସବ, ବଜାର, ହାଟ, ମଲ ମୁହାଁ ଲୋକେ ହେଉଥିବାରୁ ରାସ୍ତାରେ ମାଳମାଳ ଲୋକ, ଶହଶହ ଗାଡ଼ି । ସଞ୍ଜ ବାଜିଲେ ରାସ୍ତା ଜନସମୁଦ୍ର ପାଲଟୁଥିବା ବେଳେ ଅଧକିଲୋମିଟର ରାସ୍ତା ଯିବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ଆଉ ଏହି ଭିଡ଼ ଲୋକଙ୍କ ପାଇଁ କାଳ ସାଜୁଛି । ଯିଏ ଦିନ ୩ଟାରେ ଘରୁ ବାହାରିଥିବ ପୂଜା ଦେଖିବାକୁ ସିଏ ଗୋଟେ ପେଣ୍ଡାଲ ପାଖରେ ପହଞ୍ଚିବାକୁ ତାକୁ ରାସ୍ତାରେ ୨ ଘଣ୍ଟା କଟିଯାଉଛି । ସେଠି ବୁଲି ସାରି ଆଉ ଏକ ପୂଜା ପେଣ୍ଡାଲ ବୁଲିଯିବା ବେଳକୁ ରାତି ହେଇଯାଉଛି, ଯଦି ଜିଦିରେ ପିଲା ଆଉ ଗୋଟେ ପେଣ୍ଡାଲ ଯିବାକୁ କହିଲେ ତ କଥା ସରିଲା- ଘର ପହଞ୍ଚିବାକୁ ରାତି ଅଧ । ରାତି ପାହି ଯାଉଛି କିନ୍ତୁ ଭୁବନେଶ୍ବରରେ ପୂଜା ପେଣ୍ଡାଲ ବୁଲା ଗୋଟେ ପ୍ରକାର ସରୁନି ଆଉ ତାର ଏକମାତ୍ର କାରଣ କେବଳ ଆଉ କେବଳ ଏଇ ଅସମ୍ଭାଳ ଭିଡ଼ । ଯାହା ଦିନରୁ ରାତି ଯାଏଁ ଲାଗିଛି । ସଞ୍ଜ ହେଲେ ତ ବିଗିଡିଯାଉଛି ପୂରା ସହରର ସ୍ଥିତି ।
Trending
- ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକ ଦେଖିଲେ ନୂଆ ପ୍ରଜାତିର ବିଦେଶୀ ଜୀବଜନ୍ତୁ,ଆଜିଠାରୁ ୧୧ଟି ନୂତନ ପ୍ରଜାତିର ମୋଟ ୩୬ଟି ପ୍ରାଣୀଙ୍କୁ ପର୍ଯ୍ୟଟକ ଦେଖିବା ପାଇଁ ପାଇଁ ଖୁଆଡ଼କୁ ଛଡ଼ା
- ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ, ୫ ମୃତ ୧୦ ଜଣ ଆହତ
- ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ନୋଏଡ଼ାରୁ ଛାତି ଥରାଇ ଦେବା ଭଲି ଘଟଣା ସାମ୍ନାକୁ ଆସିଛି,୪୩ ମହଲା କୋଠାରୁ ଡେଇଁଲେ ୩୫ ବର୍ଷୀୟ ଯୁବକ, ଘଟଣାସ୍ଥଳରେ ମୃତ
- ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ , କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା,ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ ହେଲା ଜଟଣୀ ପୋଲିସ
- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ,ରାଜ୍ୟ କାର୍ଯ୍ୟାଳୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବୈଠକ
- ଆସନ୍ତା ୪ ତାରିଖରୁ କ୍ଷୀର ଦର ବୃଦ୍ଧି କରିବ ଓମଫେଡ୍,ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି
- ବିଜେଡ଼ି ର ଜନସମ୍ପର୍କ ପଦଯାତ୍ରା: ‘ଓଡ଼ିଶା ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି,ପିଲାଙ୍କ ପାଖରେ ବହି ନାହିଁ, ବୁଢ଼ାବୁଢ଼ୀଙ୍କ ପାଇଁ ଭତ୍ତା ନାହିଁ- ନବୀନ
- ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା