Poco C95 Pro ଫୋନ୍ ଲଞ୍ଚ, ଜାଣନ୍ତୁ ଫିଚର୍ସ ଓ ପ୍ରାଇସ୍
Poco ଆଉ ଏକ ବଜେଟ୍ ଫ୍ରେଣ୍ଡଲି ଫୋନ୍ ଲଞ୍ଚ କରିଛି । Pocoର ଏହି ଫୋନ୍ 7,500mAhର ପାୱାରଫୁଲ୍ ବ୍ୟାଟେରୀ ସହ ଆସୁଛି । ଏହି ଫୋନକୁ Pocoର C ସିରିଜରେ ପ୍ରସ୍ତୁତ କରାଯାଇଛି । କମ୍ପାନୀ ନିକଟରେ F ସିରିଜର ଏକ ଫୋନକୁ ଗ୍ଲୋବାଲ୍ ମାର୍କେଟରେ ଉପସ୍ଥାପନ କରିଛି । Poco F9 ସିରିଜରେ କମ୍ପାନୀ ଦୁଇଟି ଫୋନ୍ ଲଞ୍ଚ କରିଛି । ଖୁବଶୀଘ୍ର ଏହାକୁ ଭାରତ ସମେତ ଅନ୍ୟାନ୍ୟ ମାର୍କେଟରେ ମଧ୍ୟ ଲଞ୍ଚ କରାଯାଇପାରେ। Poco C ସିରିଜର ଏହି ଫୋନକୁ Poco C95 Pro ନାମରେ ଉପସ୍ଥାପନ କରାଯାଇଛି।
ଫିଚର୍ସ:
ଏହି ବଜେଟ୍ ଫ୍ରେଣ୍ଡଲି ଫୋନରେ 6.9 ଇଞ୍ଚର HD+ ଡିସପ୍ଲେ ରହିଛି । ଫୋନର ଡିସପ୍ଲେ ରେଜଲୁସନ୍ 1600 x 720 ପିକ୍ସେଲ୍ । ଏହା ସହିତ 120Hz ରିଫ୍ରେଶ୍ ରେଟ୍ ଏବଂ 825 ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ସପୋର୍ଟ କରେ । ଡିସପ୍ଲେ ର ପ୍ରୋଟେକ୍ସନ ପାଇଁ କମ୍ପାନୀ Corning Gorilla Glass 7i ଦେଇଛି । ଏହି ସ୍ମାର୍ଟଫୋନ୍ MediaTek Helio G91 Ultra ଚିପସେଟରେ ଚାଲିଥାଏ । ଏଥିରେ 8GB RAM ଏବଂ 256GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସପୋର୍ଟ ମିଳୁଛି । ଫୋନର RAM ଏବଂ ଷ୍ଟୋରେଜକୁ ଏକ୍ସପାଣ୍ଡ କରାଯାଇପାରିବ । RAMକୁ 16GB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ। ଏହି ଫୋନ୍ Android 16 ରେ ବେସ୍ଡ HyperOS 3 ଅପରେଟିଂ ସିଷ୍ଟମ୍ରେ ଚାଲିଥାଏ ।
Poco C95 Proରେ କମ୍ପାନୀ 7,500mAhର ପାୱାରଫୁଲ୍ ବ୍ୟାଟେରୀ ଦେଇଛି । ଏହାକୁ ଚାର୍ଜ କରିବା ପାଇଁ 45W ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ଏହା ସହିତ 22.5W ରିଭର୍ସ ଚାର୍ଜିଂ ସପୋର୍ଟ ମଧ୍ୟ ଦିଆଯାଇଛି। ସ୍ମାର୍ଟଫୋନର ବ୍ୟାକରେ ୫୦MP କ୍ୟାମେରା ରହିଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ 8MP କ୍ୟାମେରା ଦିଆଯାଇଛି। ଏହି ଫୋନରେ 3.5mm ଅଡିଓ ଜ୍ୟାକ୍, Bluetooth 5.4, NFC, 4G ଏବଂ Wi-Fi ଭଳି କନେକ୍ଟିଭିଟି ଫିଚର୍ ରହିଛି । ଫୋନଟି IP64 ରେଟେଡ୍ ହୋଇଥିବାରୁ ଧୂଳି ଏବଂ ପାଣିରୁ ସୁରକ୍ଷା ମିଳିବ।
ପ୍ରାଇସ୍:
ଚୀନର ଏହି କମ୍ପାନୀ ଫୋନକୁ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ୍ରେ ଲଞ୍ଚ କରାଯାଇଛି ଯାହା ହେଉଛି- 6GB RAM + 128GB ଷ୍ଟୋରେଜ୍ ଏବଂ 8GB RAM + 256GB ଷ୍ଟୋରେଜ୍ ରହିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୧୨,୭୦୦ ଟଙ୍କା । ଏହାର ଟପ୍ ଭାରିଆଣ୍ଟ୍ର ମୂଲ୍ୟ ୧୫,୦୦୦ ଟଙ୍କା ରହିଛି । ଏହି ଫୋନ୍ ବ୍ଲାକ୍, ବ୍ଲୁ ଏବଂ ଗ୍ରୀନ୍ କଲର୍ ଅପ୍ସନ୍ରେ ଉପଲବ୍ଧ ହେବ । ଏଥିସହ ଯଦି ଆପଣ ବଜେଟ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।