ଆଫଗାନିସ୍ତାନର ନିରୁସ୍ତାନରେ ବନ୍ୟା ପରିସ୍ଥିତି,୨୦ ମୃତ ୧୦୦ ରୁ ଅଧିକ ନିଖୋଜ
ଆଫଗାନିସ୍ତାନର ନିରୁସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ସ୍ଥିତିକୁ ଆହୁରି ଖରାପ କରିଦେଇଛି । ଫଳରେ ଏହି ବନ୍ୟା ଯୋଗୁଁ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ ରୁ ଅଧିକ ନିଖୋଜ ରହିଛନ୍ତି । ଏହାରି ମଧ୍ୟରେ ଆଫଗାନିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷର ପ୍ରବକ୍ତା ୟୁସଫ ହମ୍ମାଦ କହିଛନ୍ତି ଯେ, ପୂର୍ବ ପ୍ରାନ୍ତ ନୁରିସ୍ତାନରେ ବନ୍ୟା ଆସିଛି ଏବଂ ନିଖୋଜମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଏଥିସହ ସାଧାରଣ ନାଗରିକମାନଙ୍କୁ ବନ୍ୟାପ୍ରବଣ ଏବଂ ବିପଦପୂର୍ଣ୍ଣ ଅଞ୍ଚଳରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି । ଦୁର୍ଭାଗ୍ୟବଶତଃ, ଆଜି ପାରୁନ ସହର ଏବଂ ନୁରିସ୍ତାନ ପ୍ରଦେଶର ଅନ୍ୟ କେତେକ ଅଞ୍ଚଳରେ ଘଟିଥିବା ଭୟଙ୍କର ବନ୍ୟା ଆମ ସାଥୀ ନାଗରିକଙ୍କ ମଧ୍ୟରେ ଭାରୀ ଜୀବନ ଏବଂ ସମ୍ପତ୍ତିର କ୍ଷତି କରିଛି ବୋଲି ମଧ୍ୟ ହମ୍ମାଦ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବନ୍ୟା ଲୋକଙ୍କ ଘର କୃଷି ଜମି ଏବଂ ସାର୍ବଜନୀନ ସୁବିଧାକୁ ବ୍ୟାପକ କ୍ଷତି ପହଞ୍ଚାଇଛି ।
ଅନ୍ୟପଟେ ନିରୁସ୍ତାନ ପ୍ରଦେଶରେ ବନ୍ୟା ଜୀବନ ଏବଂ ସମ୍ପତ୍ତି କ୍ଷତି କରିଥିବା ଜାଣି ସରକାରୀ ପ୍ରବକ୍ତା ଜାବିହୁଲ୍ଲା ମୁଜାହିଦ୍ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ଏବଂ ଆହତଙ୍କ ପାଇଁ ମଧ୍ୟ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।