ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ

ଜନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ । ଜିଲ୍ଲାପାଳଙ୍କ ସହ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ ସୂଚନା ଦେଇଛନ୍ତି । ଆସନ୍ତା ୩୧ ସୁଦ୍ଧା ସର୍ଭେ ପାଇଁ ଟିମ୍ ଗଠନ କରାଯିବ । ଅକ୍ଟୋବରରୁ ଡୋର୍ ଟୁ ଡୋର ସର୍ଭେ ଆରମ୍ଭ ହେବ । ୧୦ ଫେବ୍ରୁଆରୀ ସୁଦ୍ଧା ୱାର୍ଡୱାରି ଭୋଟର ତାଲିକା ପ୍ରକାଶ ପାଇବ। ଜନଗଣନା ପରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି SEC କହିଛନ୍ତି ।

ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ପ୍ରସ୍ତାବିତ ଘରକୁ ଘର ସର୍ବେକ୍ଷଣ, ନୂତନ ବୁଥ୍ ୱାରି ଭୋଟର ତାଲିକା ପ୍ରସ୍ତୁତି ଏବଂ ତୃଣମୂଳସ୍ତରରେ ଭୋଟରଙ୍କ ତଥ୍ୟ ଯାଞ୍ଚ ସମ୍ପର୍କରେ ଏଥିରେ ବିସ୍ତୃତ ଆଲୋଚନା ହୋଇଥିଲା । ଭୋଟର ତାଲିକାରେ ଥିବା ତ୍ରୁଟି, ଦ୍ୱିତୀୟ ନାମ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ଚିହ୍ନଟ କରିବା ସହ ଯୋଗ୍ୟ ନୂତନ ଭୋଟରଙ୍କୁ ସାମିଲ କରିବାକୁ ସଠିକ୍ କ୍ଷେତ୍ରସ୍ତରୀୟ ଯାଞ୍ଚ ଉପରେ ଆୟୋଗ ଗୁରୁତ୍ୱ ଦେଇଛି । ଏହାଦ୍ୱାରା ୨୦୨୭ର ସ୍ଥାନୀୟ ନିର୍ବାଚନକୁ ଅଧିକ ସ୍ୱଚ୍ଛ, ଅବାଧ ଓ ସମାବେଶୀ କରାଯାଇପାରିବ ବୋଲି ଆୟୋଗ ମତ ପ୍ରକାଶ କରିଛି ।

Leave a comment