ବିଗ୍ ବି ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର,ଡିସଚାର୍ଜ ହୋଇ ଘରକୁ ଫେରିଲେ ମେଗାଷ୍ଟାର ଅମିତାଭ ବଚ୍ଚନ

ବିଗ୍ ବି ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର । ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଅପରେସନ୍ ପାଇଁ ସମ୍ପ୍ରତି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ ବୋଲି ସେ ତାଙ୍କ ବ୍ଲଗରେ ସେୟାର କରି ସୂଚନା ଦେଇଥିଲେ । ଏବେ କିନ୍ତୁ ଅମିତାଭ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ।  ୮୩ ବର୍ଷୀୟ ଅଭିନେତା ତାଙ୍କ ଆରୋଗ୍ୟ ବିଷୟରେ କହିଛନ୍ତି ଯେ, ଶାରୀରିକ, ମାନସିକ ଏବଂ ବ୍ୟବହାରିକ ଭାବେ ଏହି ସମୟ କଷ୍ଟକର ।

ଅମିତାଭ ବ୍ଲଗ ସେୟାର କରି ଲେଖିଛନ୍ତି ଯେ, ଅପରେସନ୍ ଓ ଆଇସିୟୁ, ଦକ୍ଷ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଡିସଚାର୍ଜ ଆଉ ଘରକୁ ଫେରିବା । ଘରକୁ ଫେରିବା ପର୍ଯ୍ୟନ୍ତ ଏହି ସମୟ ଖୁବ୍ କଷ୍ଟକର । ଶାରୀରିକ, ମାନସିକ ଏବଂ ବ୍ୟବହାରିକ ଭାବେ ଏହି ସମୟ କଷ୍ଟକର । କିଛି ଲୋକ ସାହସର ସହ ସାମ୍ନା କରନ୍ତି ତ ଆଉ କିଛି ହାର ମାନିଯାଆନ୍ତି । ସମସ୍ତେ ସୁସ୍ଥ ରୁହନ୍ତୁ, ଖୁସି ରୁହନ୍ତୁ ।

ଏହା ବ୍ୟତୀତ  ସେ ଏହି ବ୍ଲଗ ପରେ X ରେ ଏକ ସିକ୍ରେଟ୍ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଲେଖାଥିଲା, “T 5806 – ଖେଳ ଶେଷ ହୋଇଛି । କିନ୍ତୁ କାମ ଜାରି ରହିଛି ।” ସେ କାହା ବିଷୟରେ ଏହି ପୋଷ୍ଟ ସେୟାର କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ପ୍ରଶ୍ନ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ବର୍ତ୍ତମାନ ସୁଦ୍ଧା ଅମିତାଭଙ୍କ ସମ୍ପର୍କରେ କୌଣସି ସୂଚନା ତାଙ୍କ ପରିବାର କିମ୍ବା ଡାକ୍ତରୀ ପକ୍ଷରୁ ମିଳିନାହିଁ ।

Leave a comment