ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ । ନୂଆ ଆଇନ ଅନୁଯାୟୀ, ଜାତୀୟ ଗୀତ ‘ବନ୍ଦେ ମାତରମ’ ଗାନ ବେଳେ ଉଦ୍ଦେଶ୍ୟମୂଳକ ଭାବେ ବାଧା ସୃଷ୍ଟି କଲେ କିମ୍ବା ଏହାକୁ ଅପମାନିତ କଲେ ତାହା ଏକ ଦଣ୍ଡନୀୟ ଅପରାଧ ଭାବେ ଗଣା ହେବ । ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ଆସୁଛି ମେଗା ବିଲ । UGC ଏବଂ AICTE ଇତିହାସ ପାଲଟିବ । ବିକଶିତ ଭାରତ ଶିକ୍ଷା ପ୍ରତିଷ୍ଠାନ ବିଲ୍ ଦେଶର ଉଚ୍ଚଶିକ୍ଷା ନିୟାମକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବ । ଏହି ବିଲ୍ ଅଧୀନରେ ବର୍ତ୍ତମାନ ପ୍ରଚଳିତ UGC, AICTE ଏବଂ NCTE ଭଳି ସଂସ୍ଥାଗୁଡ଼ିକୁ ହଟାଇ ସେମାନଙ୍କ ସ୍ଥାନରେ ଏକ ମିଳିତ କମିଶନ ଗଠନ କରାଯିବ । ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟକୁ ସାକାର କରିବା ଏବଂ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ଏହାର ମୂଳ ଉଦ୍ଦେଶ୍ୟ । ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରୁ ସରଗରମ ହେବ ଗୃହ । ଏକାଧିକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ତୟାରି କରିଛନ୍ତି ବିରୋଧୀ । ନିଟ୍ ୟୁଜି ପରୀକ୍ଷା ଦୁର୍ନୀତି ସବୁଠୁ ବଡ଼ ପ୍ରସଙ୍ଗ ହେବ । ସେହିଭଳି ରାମ ମନ୍ଦିର ଦାନ ଅର୍ଥ ହେରଫେରକୁ ନେଇ ଘେରିବେ ବିରୋଧୀ । ସାମ୍ନା କରିବାକୁ ସରକାର ବି ତୟାର । ଏହି ଅଧିବେଶନରେ ୭ଟି ବଡ଼ ବିଲ୍ ଆସିବ । ବଦଳିଯିବ ଅନେକ ନିୟମ । ‘ବନ୍ଦେ ମାତରମ’ ଅପମାନ ବିରୋଧୀ ବିଲ୍ (୨୦୨୬) ଆଗତ ହେବ । ଜାତୀୟ ଏକତା ଏବଂ ସାଂସ୍କୃତିକ ଗୌରବକୁ ସୁଦୃଢ଼ କରିବା ପାଇଁ ସରକାର ୧୯୭୧ର ପୁରୁଣା ଆଇନରେ ସଂଶୋଧନ ଆଣୁଛନ୍ତି ।

 

Leave a comment