ଚଳିତ ମାସ ୨୨ରେ ଭାରତୀୟ ବଜାରରେ ଲଞ୍ଚ ହେବ OnePlus N6 Lite

ଭାରତୀୟ ବଜାରରେ ନୂଆ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ OnePlus N6 Lite ଲଞ୍ଚ କରିବାର ପ୍ରସ୍ତୁତି କରୁଛି । କମ୍ପାନୀ ଏହି ଫୋନକୁ ୨୨ ସେପ୍ଟେମ୍ବର ୨୦୨୬ ମସିହାରେ ଭାରତରେ ପ୍ରଚଳନ କରିବ । ଫୋନରେ ୬.୭୫ଇଞ୍ଚର ଡିସପ୍ଲେ ପ୍ରଦାନ କରାଯାଇପାରେ । ଯାହା ୧୨୦Hz ରିଫ୍ରେଶ ରେଟ ଏବଂ ଆକ୍ବା ଟଚ୍କୁ ସପୋର୍ଟ କରିବ ବୋଲି ଆଶା କରାଯାଉଛି । ସବୁଠାରୁ ବିଶେଷ କଥା ହେଉଛି ଯେ ୭୦୦୦mAhବ୍ୟାଟେରୀ ସୁବିଧା ପ୍ରଦାନ କରାଯିବ । ଫୁଲ୍ ଚାର୍ଜ ହେଲେ ଏହା ୩ ଦିନ ପାଇଁ ଚାଲିବ ବୋଲି କମ୍ପାନୀ ଦାବି କରୁଛି । ଫୋନରେ AI ଆଧାରିତ ଫିଚର୍ସ ମଧ୍ୟ ମିଳିପାରେ ବୋଲି କୁହାଯାଉଛି ।

OnePlus N6 Liteରେ ୬.୭୫ଇଞ୍ଚର ଫ୍ଲାଟ୍ ଡିସପ୍ଲେ ସହିତ ୧୨୦Hz ରିଫ୍ରେଶ ରେଟ ଏବଂ ଆକ୍ବା ଟଚ୍କୁ ସପୋର୍ଟ କରିବ । OnePlus N6 Liteର ପ୍ରୋସେସର ସମ୍ପର୍କରେ ବିଭିନ୍ନ ସୂଚନା ସାମ୍ନାକୁ ଆସିଛି । କିଛି ଲିକ୍ ଅନୁସାରେ, ଫୋନରେ Unisoc T7250 ପ୍ରୋସେସର, 4GB RAM ଏବଂ 128GB ଇଣ୍ଟରନାଲ ଷ୍ଟୋରେଜ୍ ଥାଇପାରେ । ଗୋଟିଏ ଲିକ୍ ରୁ 15W ଚାର୍ଜିଂ ସପୋର୍ଟ ମିଳିବାର ସୂଚନା ମିଳିଛି। ଅନ୍ୟ ଏକ ଲିକରୁ ଜଣାପଡୁଛି ଯେ ଫୋନରେ MediaTek Dimensity 6360 ପ୍ରୋସେସର ହୋଇପାରେ । କ୍ୟାମେରା ବିଷୟରେ, ଫୋନରେ ଡୁଆଲ୍ ରିଅର୍ କ୍ୟାମେରା ସେଟଅପ୍ ରହିବାର ଆଶା କରାଯାଉଛି । ଯେଉଁଥିରେ 13MP ପ୍ରାଥମିକ ସେନ୍ସର ଏବଂ 5MP ଦ୍ୱିତୀୟ କ୍ୟାମେରା ରହିବ ।

OnePlus ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛି ଯେ, OnePlus N6 Lite ଭାରତରେ ଚଳିତ ବର୍ଷ ୨୨ ସେପ୍ଟେମ୍ବରରେ ଲଞ୍ଚ ହେବ । ଲଞ୍ଚ ହେବା ପରେ ଫୋନଟି OnePlus ର ଅଫିସିଆଲ୍ ୱେବସାଇଟ୍, Amazon India ଏବଂ OnePlus ଷ୍ଟୋର୍ ଆପ୍ ମାଧ୍ୟମରେ କ୍ରୟ ପାଇଁ ଉପଲବ୍ଧ ହେବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଆନୁଷ୍ଠାନିକ ଭାବେ ଏହାର ମୂଲ୍ୟ ପ୍ରକାଶ କରାଯାଇନାହିଁ ।

Leave a comment