ଦେଶୀ କମ୍ପାନୀ Mivi ନିଜର ପ୍ରଥମ ସ୍ମାର୍ଟଫୋନ୍ ଲଞ୍ଚ: ପ୍ରଥମ 5G ସ୍ମାର୍ଟଫୋନ୍ ଭାବେ Mivi One 5Gକୁ ବଜାରକୁ ଅଣାଯାଇଛି

ଦେଶୀ କମ୍ପାନୀ Mivi ନିଜର ପ୍ରଥମ ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀର ପ୍ରଥମ 5G ସ୍ମାର୍ଟଫୋନ୍ ଭାବେ Mivi One 5Gକୁ ବଜାରକୁ ଅଣାଯାଇଛି । ହାଇଦ୍ରାବାଦ-ଭିତ୍ତିକ ଏହି କମ୍ପାନୀର ପ୍ରଥମ ସ୍ମାର୍ଟଫୋନ୍ ଫ୍ଲିପକାର୍ଟରେ ଲଞ୍ଚ ହୋଇଛି । ଫୋନ୍‌ରେ ୬୦୦୦mAhର ଦମଦାର ବ୍ୟାଟେରୀ ସହ ୫୦MP କ୍ୟାମେରା ଭଳି ଫିଚର୍ ଦିଆଯାଇଛି । ଏହାର ବ୍ୟାକ୍ ପ୍ୟାନେଲ୍ ଡିଜାଇନ୍ iPhone 16ରୁ ପ୍ରେରିତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଫିଚର୍ସ :
Mivi One 5Gରେ ୬.୭୫ ଇଞ୍ଚର HD+ ଡିସପ୍ଲେ ରହିଛି । ଏଥିରେ ପାରମ୍ପରିକ ୱାଟରଡ୍ରପ୍ ନଚ୍ ଡିଜାଇନ୍ ରହିଛି। ଏହି ସ୍ମାର୍ଟଫୋନ ଡିସପ୍ଲେର ରେଜୋଲ୍ୟୁସନ୍ ୭୨୦ x ୧୬୦୦ ପିକ୍ସେଲ୍ ରହିଛି । ଫୋନ୍‌ରେ Qualcomm Snapdragon 4 Gen 2 5G ଚିପସେଟ୍ ମଧ୍ୟ ଦିଆଯାଇଛି । ଏହା ସହିତ ସର୍ବାଧିକ ୮GB RAM ଏବଂ ୧୨୮GB ଇଣ୍ଟରନାଲ୍ ଷ୍ଟୋରେଜ୍ ମିଳିବ। ମାଇକ୍ରୋSD କାର୍ଡ ଜରିଆରେ ଷ୍ଟୋରେଜ୍‌କୁ ଆହୁରି ଏକ୍ସପାଣ୍ଡ କରାଯାଇପାରିବ ।

ସଫ୍ଟୱେର୍ କଥା କହିଲେ, Mivi Oneରେ Android 16 ଅପରେଟିଂ ସିଷ୍ଟମ୍ ଦିଆଯାଇଛି । କମ୍ପାନୀ ଏଥିରେ କୌଣସି କଷ୍ଟମାଇଜ୍‌ଡ୍ OS ବ୍ୟବହାର କରିନାହିଁ । ଫୋନ୍‌ର ବ୍ୟାକରେ ଡୁଆଲ୍ କ୍ୟାମେରାର ସେଟଅପ୍ ରହିଛି । ଯେଉଁଥିରେ ୫୦MPର ମେନ୍ କ୍ୟାମେରା ସହ ଏକ ସେକେଣ୍ଡାରୀ କ୍ୟାମେରା ରହିଛି । ଏହା ସହିତ LED ଫ୍ଲାସ୍ ମଧ୍ୟ ପ୍ରଦାନ କରାଯାଇଛି । ସେଲ୍ଫି ଓ ଭିଡିଓ କଲିଂ ପାଇଁ ୮MPର ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି ।

ପ୍ରାଇସ:
ବ୍ୟାଟେରୀ କ୍ଷମତା ୬୦୦୦mAh ରହିଥିବା ବେଳେ ଚାର୍ଜିଂ ପାଇଁ USB Type-C ପୋର୍ଟ ଦିଆଯାଇଛି। କନେକ୍ଟିଭିଟି ପାଇଁ 5G, 4G, LTE, 3G, 2G, Wi-Fi ଓ Bluetooth ଭଳି ଫିଚର୍ ରହିଛି । Mivi One 5Gକୁ ୩ଟି ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ୪GB RAM + ୧୨୮GB ଭାରିଆଣ୍ଟର ଦାମ୍ ୧୨,୯୯୯ ଟଙ୍କା । ସେହିପରି ୬GB RAM + ୧୨୮GB ଭାରିଆଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ଏବଂ ୮GB RAM + ୧୨୮GB ଭାରିଆଣ୍ଟର ଦାମ୍ ୧୬,୪୯୯ ଟଙ୍କା ରହିଛି । ଏହି ଫୋନ୍‌ଟିକୁ ବ୍ଲୁ, ବରଗୁଣ୍ଡି, ଡାର୍କ ବ୍ଲୁ, ଗ୍ରୀନ୍ ଓ ପିଙ୍କ୍ଏ ନାମକ ୫ଟି କଲର ଅପ୍ସନରେ ଉପଲବ୍ଧ ହେବ । ଫୋନ୍‌ର ପ୍ରଥମ ସେଲ୍ ଅକ୍ଟୋବର ୮ ତାରିଖରେ ଫ୍ଲିପକାର୍ଟରେ ଆରମ୍ଭ ହେବ । ଏହାର କ୍ରୟ ଉପରେ ୧,୦୦୦ ଟଙ୍କାର ଇନଷ୍ଟାଣ୍ଟ ବ୍ୟାଙ୍କ ଡିସକାଉଣ୍ଟ ମଧ୍ୟ ମିଳିବ ବୋଲି କୁହାଯାଇଛି ।

Leave a comment