ବହୁ ପ୍ରତିକ୍ଷୀତ ଫିଲ୍ମ ଲଭ୍ ଆଣ୍ଡ୍ ୱାରର ରଣବୀର କପୁରଙ୍କ ପ୍ରଥମ ଲୁକ୍ ରିଲିଜ,ଦମଦାର ଲୁକରେ ନଜର ଆସୁଛନ୍ତି ରଣବୀର ,ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟିଛି

ଫିଲ୍ମ ମେକର ସଂଜୟଲୀଲା ଭନସାଲୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଲଭ୍ ଆଣ୍ଡ୍ ୱାରକୁ ନେଇ ବହୁତ ଦିନରୁ ଚର୍ଚ୍ଚା ହେଉଛି । ଫ୍ୟାନ୍ସଙ୍କ ବହୁ ପ୍ରତୀକ୍ଷାକୁ ଅନ୍ତ କରି ଫିଲ୍ମରୁ ରଣବୀର କପୁରଙ୍କ ପ୍ରଥମ ଲୁକ୍ ରିଲିଜ ହୋଇଛି । ରଣବୀର କପୁର ନୂଆ ଏବଂ ଦମଦାର ଅନ୍ଦାଜ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟିଛି । ସାମ୍ନାକୁ ଆସିଥିବା ନୂଆ ପୋଷ୍ଟରରେ ରଣବୀର କପୁରଙ୍କ ଦମଦାର ଲୁକରେ ନଜର ଆସୁଛନ୍ତି ।

ଲଭ୍ ଆଣ୍ଡ୍ ୱାର୍ର ନୂଆ ପୋଷ୍ଟରରେ ରଣବୀରଙ୍କ ହାତରେ ରକ୍ତ ଏବଂ କ୍ଷତ ଚିହ୍ନ ଦେଖିବାକ ମିଳିଛି । ଫିଲ୍ମର ଥ୍ରୀଲ୍ ଏବଂ ଓ୍ବାର୍ ଆଡ଼କୁ ଈଶାରା ଦେଉଛି । ରଣବୀର ଏକ ଭିଣ୍ଟେଜ ନୀଳ ରଙ୍ଗର କନର୍ଭଟେବଲ୍ କାରରେ ବସିଥିବାର ନଜର ଆସିଛନ୍ତି । ରଣବୀରଙ୍କ ଲୁକ୍ ସହିତ କ୍ୟାପସନ ମଧ୍ୟ ଚର୍ଚ୍ଚାରେ ରହିଛି । ୱୋ ରୁତୱା, ୱୋ ରୋବ୍, ୱୋ ଜୁଜୁନ୍ । ଏହି ଫିଲ୍ମ ୨୧ ଜାନୁଆରୀ ୨୦୨୭ରେ ରିଲିଜ ହେବ । ଫିଲମରେ ରଣବୀରଙ୍କ ବ୍ୟତୀତ ଆଲିଆ ଭଟ୍ଟ ଏବଂ ବିକି କୌଶଲ ମଧ୍ୟ ନଜର ଆସିବେ ।

ସଂଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ୨୧ ଜାନୁଆରୀ, ୨୦୨୭ରେ ରିଲିଜ ହେବ । ଲଭ୍ ଆଣ୍ଡ ୱାର୍ ରେ କେବଳ ରଣବୀର ନୁହେଁ ବରଂ ଆଲିଆ ଭଟ୍ଟ ଏବଂ ବିକ୍କି କୌଶଲ ମୁଖ୍ୟ ଭୂମିକାରେ ନଜର ଆସିବେ । ରଣବୀର କପୁରଙ୍କ ଫାଷ୍ଟ ଲୁକ୍ ରିଲିଜ ହୋଇଥିବା ବେଳେ ଫ୍ୟାନ୍ସ ଆଲିଆ ଏବଂ ବିକ୍କିଙ୍କ ଲୁକ୍ କୁ ଅପେକ୍ଷା କରି ରହିଛନ୍ତି । ଦୁଇ ଷ୍ଟାରଙ୍କ ଫାଷ୍ଟ ଲୁକ୍ ପୋଷ୍ଟର ଖୁବଶୀଘ୍ର ସାମ୍ନାକୁ ଆସିବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।

ସଂଜୟ ଲୀଲା ଭନସାଲୀଙ୍କ ଭିଜନ ଏବଂ ରଣବୀର, ଆଲିଆ ଏବଂ ବିକ୍କିଙ୍କ ଦମଦାର ଯୁଗଳବନ୍ଦୀ ଫିଲ୍ମକୁ ଦମଦାର କରିବ । ୨୦୨୭ ଆରମ୍ଭରେ ବକ୍ସ ଅଫିସରେ ବଡ଼ ଧମାକା ହେବ । ରଣବୀର କପୁର ସୋସିଆଲ ମିଡିଆରେ ନଥିବା ବେଳେ ଆଲିଆ ଏବ ବିକ୍କି ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେୟାର କରିଛନ୍ତି । ତେବେ ରଣବୀରଙ୍କ ଲଭ୍ ଆଣ୍ଡ ୱାର୍ ପୂର୍ବରୁ ରଣବୀର କପୁରଙ୍କ ରାମାୟଣ ରିଲିଜ ହେବ । ଯାହା ଚଳିତବର୍ଷ ଦୀପାବଳିରେ ରିଲିଜ ହେବ ।

Leave a comment