କଳିଙ୍ଗା ଘାଟିର ଭୁ-ସ୍ଖଳନ ସ୍ଥାନରେ ପୁଣି ଅଘଟଣ , ପାହାଡ଼ ଉପରୁ ପଥର ଖସି ଭାଙ୍ଗିଲା ଗାର୍ଡ଼ ୱାଲ୍

କଳିଙ୍ଗା ଘାଟିର ଭୁ-ସ୍ଖଳନ ସ୍ଥାନରେ ପୁଣି ଅଘଟଣ । ପାହାଡ଼ ଉପରୁ ପଥର ଖସି ଭାଙ୍ଗିଲା ଗାର୍ଡ଼ ୱାଲ୍ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରୁ ଗାଡ଼ି ଚଳାଚଳ ବନ୍ଦ ରହିଛି । ଖବର ପାଇ ଘଟଣାସ୍ଥଳରେ କନ୍ଧମାଳ ଜିଲ୍ଲାପାଳ ଓ ବହୁ ପଦାଧିକାରୀ ପହଞ୍ଚିଥିବା ଜଣାପଡ଼ିଛି।

ବଡ଼ କଥା ହେଲା ପ୍ରବଳ ବର୍ଷା ଯୋଗୁ ପାହାଡ଼ ଉପରୁ ବଡ଼ ବଡ଼ ପଥର ଖସିଥିବା ବେଳେ, ଯାନ ବାହାନ ପାଇଁ ଯେଉଁ ରାସ୍ତା ନିର୍ମାଣ ହୋଇଥିଲା ତାହା ପୁଣି ନଷ୍ଟ ହୋଇଯାଇଛି । ତା’ ସହ ଗାର୍ଡ ଓ୍ବାଲ ମଧ୍ୟ ଭାଙ୍ଗି ଯାଇଛି।କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ, ତହସିଲଦାର ସମୁଦ୍ର ମିଶ୍ର, ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ଓ ଜାତୀୟ ରାଜପଥ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନିର୍ଦ୍ଦିଷ୍ଟ ସମୟ ପାଇଁ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ସେପଟେ ଅନ୍ଧାର କୋଟି ନିକଟରେ ତିନି ଶହ ମିଟର ରାସ୍ତା ମଧ୍ୟ ଧୋଇ ହୋଇଯାଇଛି ।

Leave a comment