ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଓ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ସହ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ୱାକ୍ଷରିତ,ଆଲୁମିନିୟମ୍ ହବ୍ ହେବ ଓଡ଼ିଶା
ଆଲୁମିନିୟମ୍ ହବ୍ ହେବ ଓଡ଼ିଶା । ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ସହ ମିଶି ଓଡ଼ିଶାରେ ୧.୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ଆଦାନୀ ଏଣ୍ଟରପ୍ରାଇଜେସ୍ । ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଓ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ସହ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛନ୍ତି ।
ସୁନ୍ଦରଗଡ଼ ଓ ରାୟଗଡ଼ାରେ ଏହି ନିବେଶ କରିବେ ଏହି ଦୁଇ କମ୍ପାନୀ । ଏହାଦ୍ୱାରା ୫୩ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ରିଫାଇନାରୀ, ସ୍ମେଲ୍ଟର ପାୱାର ପ୍ଲାଣ୍ଟ ଏବଂ ଡାଉନ୍ ଷ୍ଟ୍ରିମ୍ ପାର୍କ ପ୍ରତିଷ୍ଠା ହେବ । ବାର୍ଷିକ ୪ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା, ୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନିୟମ୍, ୧ ମିଲିୟନ ଟନ କ୍ଷମତା ବିଶିଷ୍ଟ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏହାକୁ ଖୁବ୍ଶୀଘ୍ର ଗ୍ରାଉଣ୍ଡି କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ ହେବ । ଆଜି ଏନେଇ ଏମଓୟୁ ହୋଇଥିବା ବେଳେ ପ୍ରତି ମାସରେ ଅଗ୍ରଗତି ନେଇ ସମୀକ୍ଷା କରାଯିବ ।ଓଡ଼ିଶା ଶିଳ୍ପ ଜଗତ ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ଲୋକସେବା ଭବନରେ ଆୟୋଜିତ ଏହି କାର୍ଯକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଦାନୀ ପୋର୍ଟ MD କରନ ଆଦାନୀ, ଆଦାନୀ ଗ୍ରୀନ Executive Director ସାଗର ଆଦାନୀ, ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ ସିଇଓ ଏବଂ IRH CEO ଉପସ୍ଥିତ ଥିଲେ ।