ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଧୋଇନେଲା ବର୍ଷା

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଧୋଇନେଲା ବର୍ଷା । ଭାରତ ପ୍ରଥମେ ବ୍ୟାଟିଂ କରି ୧୯୦ ରନର ମଜବୁତ ଟାର୍ଗେଟ୍ ଦେଇଥିଲେ ମଧ୍ୟ ବର୍ଷା ଏବଂ ଓଦା ପଡ଼ିଆ କାରଣରୁ ଇଂଲଣ୍ଡ ବିଲକୁଲ ଖେଳ ଆରମ୍ଭ କରିପାରିନଥିଲା । ଶେଷରେ ଅମ୍ବାୟର ମ୍ୟାଚ ରଦ୍ଦ କରିଥିଲେ ।ଶ୍ରେୟସ ଆୟର ଏବଂ ଅଭିଷେକ ଶର୍ମାଙ୍କ ଦମଦାର ଇନିଂସ ବେକାର ଯାଇଥିଲା ।

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଭାରତ ଇନିଂସ ଖେଳିଥିବା ବେଳେ ଇଂଲଣ୍ଡ ଇନିଂସ ବେଳେ ଆରମ୍ଭ ହୋଇଥିଲା ବର୍ଷା । ବର୍ଷା ଯୋଗୁଁ କିଛି ସମୟ ଖେଳକୁ ରୋକାଯାଇଥିଲା । କିନ୍ତୁ ମ୍ୟାଚ୍ ଆରମ୍ଭ କରାଇବା ପାଇଁ ଅମ୍ପାୟାରମାନେ ବହୁ ସମୟ ଅପେକ୍ଷା କରିଥିଲେ । କଟ୍-ଅଫ୍ ସମୟର ମାତ୍ର ୪୫ ମିନିଟ୍ ବାକି ଥିବା ବେଳେ ପଡ଼ିଆ ଓଦା ଥିବାରୁ ମ୍ୟାଚ୍ ରଦ୍ଦ କରିବାକୁ ପଡ଼ିଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା । ଆରମ୍ଭରେ ସଞ୍ଜୁ ସାମସନ ଓ ଇଶାନ କିଶନ କମ ରନରେ ଆଉଟ୍ ହୋଇଥିଲେ । କିନ୍ତୁ ଅଭିଷେକ ଶର୍ମା ୨୪ ବଲରେ ୫୯ ରନ୍ ଏବଂ ଅଧିନାୟକ ଶ୍ରେୟସ ଆୟର ୪୭ ବଲରେ ୬୮ ରନ କରିଥିଲେ । ଶିବମ ଦୁବେ ମାତ୍ର ୨୧ ବଲରେ ଅପରାଜିତ ୪୨ ରନ୍ କରି ଭାରତକୁ ଏକ ବଡ଼ ସ୍କୋରରେ ପହଞ୍ଚାଇଥିଲେ । ସାକିବ ମହମୁଦ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।

ଏହି ପଡ଼ିଆରେ ପୂର୍ବରୁ ୨୦୦୨ ଓ ୨୦୧୧ରେ ଅନୁଷ୍ଠିତ ଅନେକ ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ତେବେ ଏହି ମ୍ଯାଚ ବାତିଲ ହେବା ପରେ ଉଭୟ ଦଳ ଏବେ ମ୍ୟାଞ୍ଚେଷ୍ଟର ଅଭିମୁଖେ ଯାତ୍ରା କରିବେ। ସିରିଜର ଦ୍ୱିତୀୟ ଟି-୨୦ ମୁକାବିଲା ଆସନ୍ତା ଶନିବାର, ଜୁଲାଇ ୪ ତାରିଖରେ ଖେଳାଯିବ।

Leave a comment