ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ: ଶୁଭେଚ୍ଛା ପତ୍ର ଓ ସ୍ମାରକୀ ପ୍ରଦାନ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ


​ରାଇରଙ୍ଗପୁର:ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପବିତ୍ର ଜନ୍ମଦିବସ ଅବସରରେ ତାଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହି କ୍ରମରେ ମୟୂରଭଞ୍ଜ ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି।

ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସ୍ବାଗତ ଅଭିଭାଷଣ ରଖିଛନ୍ତି । ଗୋଟିଏ ମଞ୍ଚରେ ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଉପସ୍ଥିତ ଅଛନ୍ତି । ଜନ୍ମଦିନ ଅବସରରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ । ପ୍ରଧାନମନ୍ତ୍ରୀଙ୍କୁ କଲ୍ୟାଣକାରୀ ଯୋଜନା ପାଇଁ ପ୍ରଶଂସା ଅଜାଡ଼ି ଦେଲେ । ୨୦୧୪ ପରଠୁ ପ୍ରଧାନମନ୍ତ୍ରୀ ଯେଉଁ ଯୋଜନା ଆଣିଛନ୍ତି,ସଫଳତା ମିଳିଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୁଇ ବର୍ଷର ରାଜ୍ୟ ଶାସନର ସଫଳତା ନେଇ ସେ ତଥ୍ୟ ରଖିଛନ୍ତି। ରାଜ୍ୟର ଡବଲ ଇଞ୍ଜିନ ଶାସନରେ ବିକାଶ ତ୍ବରାନ୍ବିତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିଶ୍ରୁତି ପ୍ରତିବଦ୍ଧତା ନେଇ ରାଜ୍ୟ ସରକାର କାର୍ଯ୍ୟ କରି ଚାଲିଛନ୍ତି । ରାଜ୍ୟ​‌ରେ ଜନହିତକାରୀ କଲ୍ୟାଣ ଉଦ୍ୟମରେ ତିଳେ ମାତ୍ର ହେଳା କରିବୁନି ବୋଲି ପୁଣି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଅନେକ କଲ୍ୟାଣକାରୀ ଯୋଜନା ଲାଗୁ ହୋଇଥିବା ସେ କହିଛନ୍ତି । ମୟୁରଭଞ୍ଜରେ ଏକାଠି ହେଲେ ରାଷ୍ଟ୍ରପତି, ମୋଦୀ, ରାଜ୍ୟ ପାଇଁ ଆସୁଛି ବଡ ଉପହାର, ୪୭ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ, ରାସ୍ତା, ରେଳ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି।ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଏକ ସ୍ୱତନ୍ତ୍ର ଶୁଭେଚ୍ଛା ପତ୍ର ଏବଂ ସ୍ମରଣୀୟ ସ୍ମାରକୀ (Momento) ପ୍ରଦାନ କରିଛନ୍ତି।
​ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଷ୍ଟ୍ରପତିଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିବା ସହ କହିଛନ୍ତି ଯେ, ଶ୍ରୀମତୀ ମୁର୍ମୁଙ୍କ ସରଳତା, ନିଷ୍ଠା ଓ ଦେଶ ସେବା ସମଗ୍ର ଓଡ଼ିଶା ତଥା ଦେଶବାସୀଙ୍କ ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ଏଭଳି ଏକ ଶୁଭ ମହୂରତରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସେମାନଙ୍କ ପାଇଁ ବେଶ୍ ଗୌରବର ବିଷୟ ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି।

Leave a comment