ଆଗାମୀ ରଣଜୀ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ଦଳ ଘୋଷଣା
ଘୋଷଣା ହେଲା ଓଡ଼ିଶା ରଣଜୀ ଦଳ । ଆଗାମୀ ୨ ଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳ ଘୋଷଣା କଲା ଓସିଏ । ଦଳର ଅଧିନାୟକ ଦାୟିତ୍ଵ ଶୁଭ୍ରାଂଶୁ ସେନାପତି ଙ୍କୁ ମିଳିଥିବା ବେଳେ ଦଳରେ ୨ ଜଣ ରାଜ୍ୟ ବାହାରର ଖେଳାଳି ଙ୍କ ସହ ୪ ଜଣ ନୁଆ ମୁହଁକୁ ସ୍ଥାନ ମିଳିଛି ।
ନିନନ୍ଦା ରାଟଭ ଏବଂ ଲଳିତ ଯାଦବ ବାହାର ରାଜ୍ୟର ଖେଳାଳି ହୋଇଥିବାବେଳେ ଓମ ଟି ମୁଣ୍ଡେ, ଶ୍ରେୟାଂଶ ଭରଦ୍ୱାଜ, ସମ୍ବିତ ବେଜ, ସୋମ୍ୟ ଲେଙ୍କାଙ୍କୁ ନୂଆ ମୁଂହ ଭାବେ ସ୍ଥାନ ମିଳିଛି । ଆସନ୍ତା ୧୧ ତାରିଖରେ ଗୁଜରାଟ ବିପକ୍ଷରେ ଖେଳି ରଣଜୀ ଅଭିଯାନ ଆରମ୍ଭ କରିବ ଟିମ ଓଡିଶା । ଚଳିତବର୍ଷ କଷ୍ଟସାଧ୍ୟ ଗ୍ରୁପ ରେ ଓଡିଶା ସ୍ଥାନ ପାଇଥିବାବେଳେ ଦିଲ୍ଲୀ, ମହାରାଷ୍ଟ୍ର, ବେଙ୍ଗଲ, କେରଳ, ସର୍ଭିସେସ, ଝାଡ଼ଖଣ୍ଡ ଆଦି ଦଳ ଗ୍ରୁପ ରେ ରହିଛନ୍ତି । ଓସିଏ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ କୋଚ ଓ ମୁଖ୍ୟ ଚୟନ କର୍ତ୍ତା ସୂଚନା ଦେଇଛନ୍ତି ।