୮ ବର୍ଷ ପରେ ହେବ ଛାତ୍ରସଂସଦ ନିର୍ବାଚନ: ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ,୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି

୮ ବର୍ଷ ପରେ ହେବ ଛାତ୍ରସଂସଦ ନିର୍ବାଚନ। ଘୋଷଣା ହେଲା ତାରିଖ। ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ।୧୬ରେ ଶପଥଗ୍ରହଣ ସମାରୋହ। ଗଣମାଧ୍ୟମକୁ ସୂଚନା ଦେଲେ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଦଶହରା ଛୁଟି ପୂର୍ବରୁ ସରିବ ସମସ୍ତ ପ୍ରକ୍ରିୟା। ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି।୯ ତାରିଖରେ ନାମାଙ୍କନ ପତ୍ର ଦାଖଲ।

ତେବେ କେଉଁ ପଦ୍ଧତିରେ ନିର୍ବାଚନ ହେବ ତାହାକୁ ନେଇ ଉଚ୍ଚଶିକ୍ଷା ବିଭାଗରେ ମାନସ ମନ୍ଥନ ଜାରି ରହିଛି। ନିର୍ବାଚନ କେବଳ ସରକାରୀ କଲେଜଗୁଡ଼ିକରେ ହେବ ନା ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ପୂର୍ବ ପରି କରାଯିବ, ତାହା ଚୂଡ଼ାନ୍ତ ହୋଇପାରି ନାହିଁ। ୮ ବର୍ଷ ପରେ କ୍ୟାମ୍ପସ ନିର୍ବାଚନ ହେବା ନେଇ ଆଶା ଉଜ୍ଜ୍ବଳ ହୋଇଛି।

ରାଜ୍ୟର ୩ ପ୍ରମୁଖ ଛାତ୍ର ସଙ୍ଗଠନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଛାତ୍ରନେତାମାନେ ପତିଆରା ଜାହିର କଲେଣି। ଏବେ ପ୍ରଥମକରି କଲେଜରେ ପାଦ ଦେଇଥିବା ଛାତ୍ରୀଛାତ୍ରଙ୍କ ଉପରେ ସେମାନେ ନଜର ପକାଇଛନ୍ତି। କିଏ ସୋସିଆଲ ମିଡିଆରେ ନିଜ ଉପସ୍ଥିତି ଜାହିର କରୁଛି ତ, ଆଉ କିଏ ନିଜ ଦଳବଳ ନେଇ ମଇଦାନରେ ଲଢେଇ ପାଇଁ ଅଣ୍ଟା ଭିଡ଼ୁଛି। ସେପଟେ ଆଉକିଛି ଛାତ୍ରନେତା ଗୋଟିଏ ସଙ୍ଗଠନରୁ ଆଉ ଗୋଟିଏ ସଙ୍ଗଠନକୁ ଡିଆଁ ମାରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

Leave a comment