ହାଇକୋର୍ଟର ବିଚାରପତି ଭାବେ ମନୋନୀତ ହେଲେ

ବଲାଙ୍ଗୀର ସହର ମାଲପଡ଼ା ନିବାସୀ ବିଭୁଦତ୍ତ ଗୁରୁ ଛତିଶଗଡ଼ ହାଇକୋର୍ଟର ବିଚାରପତି ଭାବେ ମନୋନୀତ ହୋଇଛନ୍ତି। ସେ ବର୍ତ୍ତମାନ ବିଲାସପୁରସ୍ଥିତ ଛତିଶଗଡ଼ ହାଇକୋର୍ଟରେ ରାଜ୍ୟର ଏଡିସିନାଲ୍ ଆଡଭୋକେଟ ଜେନେରାଲ ଭାବରେ କାର୍ଯ୍ୟରତ ଅଛନ୍ତି। ଗତକାଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ…

ରୁଷ୍‌-ୟୁକ୍ରେନ ଯୁଦ୍ଧ ଏବେ ଆଫ୍ରିକାକୁ ବ୍ୟାପିଲା

ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆଉ ୟୁରୋପ ଭିତରେ ସୀମିତ ନାହିଁ। ସୁଦୂର ଆଫ୍ରିକାକୁ ବ୍ୟାପିଲାଣି ଏହାର ତାତି। ଆଫ୍ରିକାର ଉତ୍ତର ମାଲିରେ ବିଦ୍ରୋହୀ ସେନା ୫୦ ଜଣ ରୁଷୀୟ ଭଡ଼ାସୈନିକଙ୍କୁ ହତ୍ୟା କରିଛନ୍ତି। ତେବେ ରୁଷର ଜଣେ ପୂର୍ବତନ କମାଣ୍ଡର କହିଛନ୍ତି ଯେ ଅତି କମ୍‌ରେ ୮୦ ଜଣ ଲୋକ ନିହତ…

ରାଜ୍ୟ ରାଜନୀତିରେ ଆଲୋଡ଼ନ

ଆଜି ବିଜେଡିକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି। ଏହା ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦଳ ସହ ସବୁ ସମ୍ପର୍କ ଛିନ୍ନ କରିଛନ୍ତି। ମମତାଙ୍କ ଇସ୍ତଫା ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟରେ ଏକ ବଡ଼ ଧରଣର…

୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ

ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସହ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ଗୁରୁବାର ସକାଳ ସୁଦ୍ଧା ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ବର, ଭଦ୍ରକ, ସମ୍ବଲପୁର,…

ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କରାଯିବ କାଉନ୍‌ସେଲିଂ

ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ବିଭିନ୍ନ ସମସ୍ୟା ଯୋଗୁ ରେଜଲ୍ଟ ଖରାପ ହୋଇଥାଏ। କିଏ ପାଠପଢ଼ା ଅଧାରୁ ଛାଡ଼ିଥାଏ ତ’ ଆଉ କିଏ ଖରାପ ଦିଗରେ ଯାଇଥାଏ। ଯେପରିକି ତମାଖୁ କିମ୍ବା ଅନ୍ୟକିଛି ନିଶାଦ୍ରବ୍ୟ ସେବନ କରିଥାନ୍ତି। ଛାତ୍ରୀଛାତ୍ରଙ୍କ ଏଭଳି ସମସ୍ୟା ଲାଗି କିଏ ଅଭିଭାବକଙ୍କ ଠିକ…

ଡିମ୍ପଲ୍ କପାଡିଆ କହିଲେ ତାଙ୍କ ଦୁଃଖ କଥା

ଡିମ୍ପଲ୍ କପାଡିଆ ଖୁବ୍ କମ୍ ବର୍ଷ ବୟସରେ ବଲିଉଡ୍‌ରେ ପ୍ରବେଶ କରି ସଫଳତାର ସିଢି ଚଢିଥିଲେ। ସେ ରାଜ କପୁରଙ୍କ ଫିଲ୍ମ 'ବବି'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ୧୯୭୩ ମସିହାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ତାଙ୍କୁ ଏତେ କମ ବୟସରେ କିପରି ମିଳିଲା?…

୨ ଯାଏଁ ପ୍ରବଳ ବର୍ଷିବ

୧ରେ ପ୍ରବଳ ବର୍ଷା ନେଇ ୨୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ । ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ସୋନପୁର, ସମ୍ବଲପୁରରେ ଅତି ପ୍ରବଳ ବର୍ଷିବ । ୨ ତାରିଖରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଲା ଆଞ୍ଚଳିକ ପାଣିପାଗ ବିଭାଗ ।

ମା’ ସମଲେଶ୍ବରୀ ମନ୍ଦିର ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି

ସମଲେଇ ପ୍ରକଳ୍ପ ପାଇଁ ନିର୍ବାଚନରେ ଫାଇଦା ମିଳିବ ବୋଲି ଆଶା ରଖିଥିଲେ ତତ୍କାଳୀନ ବିଜେଡି ସରକାର। ସେଥିପାଇଁ ଅତ୍ୟନ୍ତ ତରବରିଆ ଭାବେ ଗତ ୨୭ ଜାନୁଆରିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରାଗଲା। ୨୯୩ କୋଟି ଟଙ୍କାର ଏହି ପ୍ରକଳ୍ପ…

ଅଗଷ୍ଟରେ ଶସ୍ତାରେ ମିଳିବ ଏଲପିଜି ସିଲିଣ୍ଡର

ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ଏହି ମାସରେ କୋଟି କୋଟି ଲୋକ ସାଧାରଣ ଗ୍ରାହକଙ୍କ ତୁଳନାରେ ପୁଣି ଥରେ ଶସ୍ତା ଏଲପିଜି ସିଲିଣ୍ଡର ପାଇବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗ୍ରାହକମାନେ ଆସନ୍ତା ଆଠ ମାସ ପାଇଁ ଏହି ପାଇବେ ।କେଉଁ ଗ୍ରାହକମାନେ ଏହାର ଫାଇଦା ଉଠାଇବାକୁ ସକ୍ଷମ ହେବେ ତାହା…

ରିଜର୍ଭ ବ୍ୟାଙ୍କ ଆଣିବ ୱେବ୍ ସିରିଜ୍

ମନୋରଞ୍ଜନ ଶିଳ୍ପରେ ହୋଇଥିବା ପରିବର୍ତ୍ତନରେ ଓଭର ଦି ଟପ୍‌ (ଓଟିଟି) ଏବେ ଆଗରେ ରହିଛି। ସେହି ଦୌଡ଼ରେ ନିଜକୁ ସାମିଲ କରିବାକୁ ଯାଉଛି ଆର୍ଥିକ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହା ଏକ ୱେବ୍‌ ସିରିଜ୍ ଆଣିବା ଉପରେ କାମ କରୁଛି। ସେଥିରେ ୨୫-୩୦ ମିନିଟ୍‌ ବିଶିଷ୍ଟ…