‘ତୁମ୍ବାଡ ୨’ରେ ନଜର ଆସିବେ ଆଲିଆ ଭଟ୍ଟ

ସୋହମ ଶାହଙ୍କ‘ତୁମ୍ବାଡ ୨’ ଏବେ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ଫିଲ୍ମ ନିର୍ମାତା ଫିଲ୍ମ ସୁଟିଂ ଆରମ୍ଭ ହେବାକୁ ନେଇ ନିକଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ସେୟାର ହେବା ପରେ ‘‘ତୁମ୍ବାଡ’’କୁ ଅପେକ୍ଷା କରିଥିବା ପ୍ରଶଂସକଙ୍କ ଉତ୍ସାହକୁ ବଢାଇ ଦେଇଛି । ପୂର୍ବ ଅପେକ୍ଷା ଏଥର ଫିଲ୍ମଟି ରୋମାଞ୍ଚକର ଏବଂ ଭୟଙ୍କର ହେବ ବୋଲି ନିର୍ମାତା ଏହି ପୋଷ୍ଟ ସେୟାର କରି ଦର୍ଶକଙ୍କୁ ଇସାରା ଦେଇଛନ୍ତି ।

ଏହି ଫିଲ୍ମ ପାଇଁ ପ୍ରିୟଙ୍କା ଚୋପ୍ରା, କ୍ୟାଟ୍ରିନା କୈଫ ଏବଂ ନୟନତାରା ଭଳି ବଡ଼ ନାମ ଚର୍ଚ୍ଚାରେ ଥିବାବେଳେ ଏବେ ଏକ ଅପଡେଟ୍ ସାମ୍ନାକୁ ଆସିଛି । ‘ତୁମ୍ବାଡ ୨’ରେ ନଜର ଆସିବେ ଆଲିଆ ଭଟ୍ଟ । ଆଲିଆଙ୍କୁ ଦମଦାର କ୍ୟାମିଓ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଯଦିଓ ଫିଲ୍ମରେ ତାଙ୍କର ସ୍କ୍ରିନ୍ ସମୟ କମ୍ ହେବ ତଥାପି ଫିଲ୍ମରେ ଅଭିନେତ୍ରୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ । ଏଥିସହ ଏପରି ଅଭିନେତ୍ରୀ ନିର୍ମାତାଙ୍କର ଆବଶ୍ୟକତା ଥିଲା ।ଯିଏ କମ ସ୍କ୍ରିନ୍ ସମୟ ସହିତ ମଧ୍ୟ ତାଙ୍କ ଉପସ୍ଥିତି ସହିତ ଗଭୀର ପ୍ରଭାବ ଏବଂ ରହସ୍ୟ ସୃଷ୍ଟି କରିପାରିବେ । ତେଣୁ ଆଲିଆ ଏହି ଭୂମିକା ପାଇଁ ଉପଯୁକ୍ତ ବୋଲି ସେ କହିଛନ୍ତି ।” ଏହା ବ୍ୟତୀତ ଫିଲ୍ମ ପାଇଁ ମାଧ ଆଇଲ୍ୟାଣ୍ଡରେ ସୁଟିଂ ସେଟ୍ ନର୍ମାଣ କରାଯାଇଛି । ଏହି ଫିଲ୍ମର ସୁଟିଂ ମେ ୩ ରୁ ଆଲିଆ ଆରମ୍ଭ କରିସାରିଛନ୍ତି । ଏହି ଫିଲ୍ମଟି ୩ ଡିସେମ୍ବର ୨୦୨୭ରେ ରିଲିଜ ହେବ ବୋଲି ଏକ ରିପୋର୍ଟ ସୂଚନା ମିଳିଛି ।

ଯଦି ଆଲିଆ ଭଟ୍ଟଙ୍କ କାମ କଥା କୁହାଯାଏ ତେବେ ସେ ଖୁବଶୀଘ୍ର ‘ଆଲଫା’ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ଆଲିଆଙ୍କୁ ଭିକି କୌଶଳ ଏବଂ ରଣବୀର କପୁରଙ୍କ ସହ ଦେଖିବାକୁ ପାଇବେ ଦର୍ଶକ ।

Leave a comment