ଲକ୍ଷ୍ମୀସାଗର ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ,ଦୁଇ ଜୀବନ୍ତ ଦଗ୍ଧ
ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଅଘଟଣ । ଲକ୍ଷ୍ମୀସାଗର ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଦୁଇ ଜଣଙ୍କର ପୋଡ଼ି ମୃତ୍ୟୁ ହୋଇଥିବା ସୂଚନା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଚାଲିଛି ଉଦ୍ଧାର ଏବଂ ନିଆଁ ଲିଭା କାର୍ଯ୍ୟ ।
ଖବର ଅନୁଯାୟୀ, ଇଲେକ୍ଟ୍ରିକାଲ୍ ପ୍ୟାନେଲ୍ ବୋର୍ଡ ସର୍ଟ ସର୍କିଟରୁ ଗାର୍ଡ ରୁମରେ ନିଆଁ ଲାଗିଥିଲା । ଶ୍ବାସରୁଦ୍ଧ ହୋଇ ଜଣେ ସୁରକ୍ଷା କର୍ମୀ ଏବଂ ଜଣେ କେୟାର ଟେକର୍ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଦମ୍ପତ୍ତି ହେଉଛନ୍ତି ବିଶ୍ବଜିତ ବେହେରା ଏବଂ ସୁଲଭ ବେହେରା । ଅଗ୍ନିକାଣ୍ଡରେ ତାଙ୍କ ନାବାଳିକା ନାତୁଣୀ ଗୁରୁତର ଅଛନ୍ତି। ଇଲେକ୍ଟ୍ରିକାଲ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ଖୋଳତାଡ଼ କରୁଛି। ଭୋର ୪ଟାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନିଶମବାହିନୀ ନିଆଁକୁ ଆୟତ୍ତ କରିଛନ୍ତି ।ସେପଟେ ଅଗ୍ନିକାଣ୍ଡ ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି । ଏହାସହିତ କୋଠା ଭିତରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରୁଛି ଅଗ୍ନିଶମ ବାହିନୀ । ଏହି ଅଗ୍ନିକାଣ୍ଡରେ ବହୁ ସଂପତ୍ତି ପୋଡ଼ି ପାଉଁଶ ହୋଇଥିବା ସୂଚନା ରହିଛି ।