ବାହାରିବ ସିଟିଇଟି ରେଜଲ୍ଟ

ସିବିଏସଇ ପକ୍ଷରୁ କେନ୍ଦ୍ରୀୟ ଶକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଜୁଲାଇ ୨୦୨୪ର ଫଳାଫଳ ଘୋଷଣା କରାଯାଇଛି । ଏଥିପାଇଁ ଗତ ମାର୍ଚ୍ଚ ୩ରୁ ଏପ୍ରିଲ ୫ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିବା ବେଳେ ଜୁଲାଇ ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ମାସ ଶେଷ ଆଡ଼କୁ…

୭୧ ବର୍ଷ ବୟସରେ  କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ। ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ଚିକିତ୍ସା ପରେ ଗତ ମାସରେ ସେ ଭାରତ ଫେରିଥିଲେ। ଏମିତିକି ତାଙ୍କ ଚିକିତ୍ସା ପାଇଁ ବିସିସିଆଇ…

ରାତିଅଧରେ ଗାଁରେ ପଶିଲେ ହାତୀପଲ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ମଗରମୁଣ୍ଡା ଗାଁରେ ରାତିଅଧରେ ଗାଁରେ ହାତୀ ପଲ ପଶି ଘର ଭାଙ୍ଗିଛନ୍ତି। ଜୀବନ ଭୟରେ ଘର ଛାଡ଼ି ଗ୍ରାମବାସୀ ସୁରକ୍ଷତ ସ୍ଥାନକୁ ପଳାଇ ଯାଇଥିଲେ।ରାତିଅଧରେ ହାତୀପଲ ମଗରମୁଣ୍ଡା ଗାଁ ଭିତରକୁ ଆସି ପଶି ଭଙ୍ଗାରୁଜା କରିଥିଲେ। ଗ୍ରାମବାସୀମାନେ ହାତୀ ଭୟରେ…

କଟକକୁ ୨ ଘଣ୍ଟିଆ ଅରେଞ୍ଜ ୱାର୍ଣ୍ଣିଂ

ରାଜ୍ୟରେ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ପାଣିପାଗ ବିଭାଗ ପ୍ରବଳ ବର୍ଷା ଯୋଗୁଁ କଟକକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଗୁରୁବାର ସକାଳେ ୨ ଘଣ୍ଟା ପାଇଁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ସତର୍କ ସୂଚନାରେ କୁହାଯାଇଛି ଯେ, କଟକ ସହରର ତଳି ଅଞ୍ଚଳରେ ପାଣି ଜମିପାରେ।…

ସରିଲା ପ୍ରଥମ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନ

ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ବିଧାନସଭାରେ ୯୫ ହଜାର କୋଟି ଲେଖାନୁଦାନ ପାରିତ ହେବା ପରେ ଆସନ୍ତା ଅଗଷ୍ଟ ୨୦ ତାରିଖ ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ତେବେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଶେଷ ଦିନରେ ଅନେକ ନାଟକ ଗୃହ ମଧ୍ୟରେ ଦେଖିବାକୁ ମିଳିଥିଲା । ବିରୋଧୀ…

ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖ ଅର୍ଥାତ ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ।  ଦୀର୍ଘ ଦିନ ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। କୁମ୍ଭୀର ପ୍ରଜନନ ଋତୁ ପାଇଁ ଗତ ମେ’ ପହିଲାରୁ ଭିତରକନିକା ଅଭୟାରଣ୍ୟ…

ଆଜିର ରାଶିଫଳ

ମେଷ: ଲୋକ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ। କାରବାରରେ ଉନ୍ନତି ହେବ। ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହେବ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ।- ବୃଷ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। କୌଣସି ନୂଆ ବ୍ୟବସାୟରେ ପୁଞି ଲଗାଇବା ପାଇଁ ଭାବିବେ। ବେକାରଙ୍କୁ…

ହାବିଲଦାର ନିଯୁକ୍ତି 

ଏସଏସସି ମଲ୍ଟିଟାସ୍କିଂ (ଏମଟିଏସ) ଓ ହାବିଲଦାର ନିଯୁକ୍ତି ୨୦୨୪କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ନିଯୁକ୍ତିର ଅନଲାଇନ୍ ଆବେଦନର ଅନ୍ତିମ ତାରିଖ ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୩୧ ରହିଥିବା ବେଳେ ଏବେ ଉକ୍ତ ଅବଧିକୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି…

ହୀରାକୁଦର ୧୪ଟି ଗେଟ୍ ଖୋଲା

ହୀରାକୁଦରେ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୦୯.୨୯ ଫୁଟ୍ ରହିଛି । ଏଥିସହ ୧ ଲକ୍ଷ ୩୯ ହଜାର ୯୪୯ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୨ ଲକ୍ଷ ୪୫ ହଜାର ୪୨୧ କ୍ୟୁସେକ ଜଳ । ମୁଣ୍ଡଳିରେ ଖସିବାରେ ଲାଗିଛି ମହାନଦୀ ଜଳସ୍ତର ।…