ଆଜି ବିଏମ୍‌ସିର ସ୍ବାୟତ୍ତ ଶାସନ ଦିବସ

ବିଏମ୍‌ସି ପାଳିବାକୁ ଯାଉଛି ସ୍ବାୟତ୍ତ ଶାସନ ଦିବସ। ଏଥିପାଇଁ ଚାଲିଥିବା‌ ଜୋରଦାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଏଥର ଉଦ୍‌ଘାଟନ ପାଇଁ କେତେକ ୱାର୍ଡ ଅଫିସ, ରାସ୍ତା, ନଳାକୁ ଛାଡ଼ିଦେଲେ କୌଣସି ବଡ଼ ପ୍ରକଳ୍ପ ବିଏମ୍‌ସି ହାତରେ ନାହିଁ। ଏଣୁ ଏହାକୁ ପ୍ରକଳ୍ପ ନିକଟରେ…

୩ଟି ନୂତନ ବନ୍ଦେ ଭାରତ ଟ୍ରେନ୍‌ ଉଦ୍‌ଘାଟନ କରିବେ ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଏନେଇ ପିଏମଓ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଥିଲା । ଆଜି ଅପରାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍ସି ମାଧ୍ୟମରେ ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଏହି ବନ୍ଦେ ଭାରତ…

ଏହି ସବୁ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଆସନ୍ତା ସେପ୍ଟେମ୍ବର ୨, ୯ ଏବଂ ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ସଂପ୍ରତି ସପ୍ତଦଶ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ସେପ୍ଟେମ୍ବର ୨ ତାରିଖ ଏବଂ ସେପ୍ଟେମ୍ବର ୯ ତାରିଖରେ ନୂଆଖାଇ ପରିପ୍ରେକ୍ଷୀରେ ସ୍ଵତନ୍ତ୍ର ସରକାରୀ…

ଦିବ୍ୟାଙ୍ଗମାନଙ୍କ ପାଇଁ ସିନେମା ହଲ୍‌ରେ ଫିଲ୍ମ ପ୍ରଦର୍ଶନର ମାର୍ଗଦର୍ଶିକା ଜାରି

ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗମାନଙ୍କ ପାଇଁ ସିନେମା ହଲ୍‌ମାନଙ୍କରେ ଫିଲ୍ମ ପ୍ରଦର୍ଶନର ମାର୍ଗଦର୍ଶିକା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣ ବୋର୍ଡ ପକ୍ଷରୁ କଟକଠାରେ ଆଞ୍ଚଳିକ ଅଧିକାରୀ ତଥା ପିଆଇବି ଓ ସିବିସିର ନିର୍ଦ୍ଦେଶକ ଡକ୍ଟର…

ଆଜିର ରାଶିଫଳ

ମେଷ: ଆପଣ ସାହସ ଓ ଶୌର୍ଯ୍ୟ ଆପଣଙ୍କୁ ସମସ୍ତଙ୍କ ଠାରୁ ଅଲଗା ଅନୁଭବ କରାଇବ। ଯେଉଁ ମହିଳାମାନେ ଚାକିରି ଖୋଜୁଛନ୍ତି ସେମାନେ ଭଲ ଖବର ପାଇବେ। ବୈଜ୍ଞାନିକଙ୍କୁ ନୂଆ ସଫଳତା ମିଳିପାରେ। ‌ ବୃଷ: ଆପଣଙ୍କୁ ବଢ଼ିଆ ଅବସର ମିଳିବ। ବ୍ୟବସାୟରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ।…

 ତିନି ଦିନ ପ୍ରବଳ ବର୍ଷିବ

ଲଘୁଚାପ ପ୍ରଭାବରେ ଆଜିଠୁ ନିର୍ଧୁମ ଛେଚିବ। ତିନି ଦିନ ଭିଜିବ ଓଡ଼ିଶା। ବିଶେଷ ଭାବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଗଂଜାମ, ଗଜପତି, ରାୟଗଡ଼ା,ମାଲକାନଗିରି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ତାସହ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ବରଗଡ଼,…

“ସ୍ମାଇଲପେ” କ’ଣ?

ଫେଡେରାଲ୍ ବ୍ୟାଙ୍କ ଆଣିଛି ସ୍ମାଇଲ୍ ପେ, ଏହା ଏକ ନୂଆ ପେମେଣ୍ଟ ସିଷ୍ଟମ, ଯାହା ଗ୍ରାହକଙ୍କ ଫେସ ବ୍ୟବହାର କରି କାରବାର କରିବାକୁ ସକ୍ଷମ କରିଥାଏ । ଏହା କାର୍ଡ କିମ୍ବା ମୋବାଇଲ୍ ଫୋନ୍ ପରି ଶାରୀରିକ ଦେୟ ଉପକରଣଗୁଡ଼ିକର ଆବଶ୍ୟକତାକୁ ଦୂର କରିଥାଏ । ସ୍ମାଇଲପେ କ’ଣ? ୨୯ ଅଗଷ୍ଟ ୨୦୨୪ ରେ ଏକ…

ପଦ୍ମ ଧରିଲେ ଚମ୍ପାଇ ସୋରେନ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ବିଜେପିରେ ସାମିଲ ହୋଇଛନ୍ତି। ଶୁକ୍ରବାର ରାଞ୍ଚିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ ଝାଡ଼ଖଣ୍ଡ ବିଜେପି ସଭାପତି…

ପ୍ୟାରିସ୍ ପାରାଲିମ୍ପିକ୍ସରେ ଚମକିଲା ଭାରତ

ପ୍ୟାରିସ୍ ପାରାଲିମ୍ପିକ୍ସରେ ଚମକିଲା ଭାରତ। ଦ୍ଵିତୀୟ ଦିନରେ ଦୁଇ ଦୁଇଟି ପଦକ ନିଜ ନାଁରେ କରିଛି ଭାରତ। ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଗୋଟିଏ ସ୍ଵର୍ଣ୍ଣ ପଦକ ସହ ଦୁଇଟି ପଦକ ଦେଇଥିବା ପାରା ଶୁଟର ଅବନୀ ଲେଖରା ପ୍ୟାରିସ୍‌ ପାରାଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୧୦…

କମିଲା ଜିଡିପି ଅଭିବୃଦ୍ଧି

ଚଳିତ ବର୍ଷର ପ୍ରଥମ ୩ ମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହ୍ରାସ ପାଇଛି। ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲ ମାସରୁ ଜୁନ ମାସ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ଜିଡିପି ୬.୭ % ରହିଛି, ଯାହା ଗତ ଆର୍ଥିକ ବର୍ଷର ଏହି ସମୟରେ ୮.୨% ରହିଥିଲା। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟର…