ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନି

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନାୟବ ସିଂ ସଇନି । ମଙ୍ଗଳବାର ବସିଥିବା ଭାଜପା ବିଧାୟକ ବୈଠକରେ ନାୟବ ସିଂଙ୍କ ନାଁ ଉପରେ ମୋହର ବାଜିଥିଲା। ନାୟବ ସିଂ ଓବିସିର ସଇନି ସମ୍ପ୍ରଦାୟର ଅଟନ୍ତି। ସେ ହରିୟାଣା ଭାଜପାର ସଭାପତି ଅଛନ୍ତି। ଏହା ବ୍ୟତୀତ ସେ କୁରୁକ୍ଷେତ୍ରର…

ଦୁଇ ଦିନର ଆନ୍ଦୋଳନ ପରେ ସଫେଇ କର୍ମଚାରୀଙ୍କ ଦାବି ଶୁଣିଛି ବିଏମସି

ଦୁଇ ଦିନର ଆନ୍ଦୋଳନ ପରେ ସଫେଇ କର୍ମଚାରୀଙ୍କ ଦାବି ଶୁଣିଛି ବିଏମସି। ୩ ଦିନ ଭିତରେ ବର୍ଦ୍ଧିତ ଦରମା ଘୋଷଣା ହେବ ବୋଲି କହିଛନ୍ତି ବିଏମ୍‌ସି ମେୟର । ଆସନ୍ତା ୧୫ ଦିନ ଭିତରେ ଅଳିଆ ପୃଥକୀକରଣ ସଂପର୍କରେ ନିଷ୍ପତ୍ତି ନିଆଯିବ। ସଫେଇ କର୍ମଚାରୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା…

ସରପଞ୍ଚ ପାଇବେ ୧୦ ହଜାର, ଜିଲ୍ଲା ପରିଷଦ ସଭାପତିଙ୍କୁ ମିଳିବ ୩୦ ହଜାର

ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଘୋଷଣା ଅନୁସାରେ ସରପଞ୍ଚମାନଙ୍କୁ ପୂର୍ବରୁ ମାସିକ ପୂର୍ବରୁ ୨୩୫୦ ଟଙ୍କା ମିଳୁଥିଲା ବେଳେ ଏବେ ସେମାନେ ୧୦ ହଜାର ଟଙ୍କା ମିଳିବ। ନାଏବ ସରପଞ୍ଚମାନେ ୯୪୦ ଟଙ୍କା ବଦଳରେ ୪ ହଜାର ଟଙ୍କା ପାଇବେ। ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କ ଦୈନିକ ଭତ୍ତା…

ଆପଣଙ୍କ ଅସମୟରେ ଚୁଟି ପାଚୁଛି କି?

ଖରାପ ଲାଇଫ୍‌ଷ୍ଟାଇଲ୍‌ ହେଉ ଅଥବା ଖାଦ୍ୟପେୟରେ ସନ୍ତୁଳନ ନ ରହିବା ଯୋଗୁ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତାହା ନୁହେଁ, ଏହାର ଅନେକ କୁପ୍ରଭାବ ଆମର ତ୍ୱଚା ଏବଂ ଚୁଟି ଉପରେ ପଡିଥାଏ। ଯେମିତି କି ତ୍ୱଚାରେ ବ୍ରଣ, କଳାଦାଗ ଦେଖାଯିବା ଅଥବା ଶୀଘ୍ର ରିଙ୍କିଲ୍ସ ଆସିଯିବା। ସେହିପରି ଅସମୟରେ…

ଭାଜପା-ଜେଜେପି ମେଣ୍ଟ ଭାଙ୍ଗିଲା

ଲୋକ ସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ଭାଜପା-ଜେଜେପି ମିଳିତ ମେଣ୍ଟ ଭାଙ୍ଗିଯାଇଛି। ଏଭଳି ପରିସ୍ଥିତିରେ ଏକ ନୂତନ ସରକାର ଗଠନ ସମ୍ଭବ। ଆଜି ବିଧାନସଭା ପାର୍ଟି ବୈଠକରେ ଏହା ଘୋଷଣା କରାଯିବ। ଏହା ପରେ ଗ୍ରୁପ କ୍ୟାବିନେଟ ଇସ୍ତଫା ଦେବେ।ପର୍ଯ୍ୟବେକ୍ଷକ ଅର୍ଜୁନ ମୁଣ୍ଡା ଏବଂ ତରୁଣ ଚୁଘ…

ରାଜ୍ୟରେ କମୁଛି ଶିଶୁ ମୃତ୍ୟୁହାର

ରାଜ୍ୟରେ କମୁଛି ଶିଶୁ ମୃତ୍ୟୁହାର । ଏସଆରଏସ୍ ରିପୋର୍ଟରୁ ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ସଫଳତା ପ୍ରକାଶ ପାଇଛି । ୨୦୦୮ ତୁଳନାରେ ୫୦ ପ୍ରତିଶତ କମିଛି ଶିଶୁ ମୃତ୍ୟୁହାର । ଆଗକୁ ଏହି ସଂଖ୍ୟା ଆହୁରି କମିବା ନେଇ ଆଶା କରାଯାଉଛି । ଉଭୟ ଗର୍ଭବତୀ ମା ଓ ଶିଶୁର ସୁରକ୍ଷା ପାଇଁ ରାଜ୍ୟ…

ବିଏଚଇଏଲରେ ବାହାରିଛି ନିଯୁକ୍ତି

ସିନିୟର ଇଞ୍ଜିନିୟର, ଡେପୁଟି ଇଞ୍ଜିନିୟର, ସିନିୟର ମ୍ୟାନେଜରଙ୍କ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ।ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୩୩ ଟି ପଦବୀରେ ନିଯୁକ୍ତି କରାଯିବ । ଯୋଗ୍ୟ ତଥା ଆଗ୍ରହୀ…

ସେୟାର ମୂଲ୍ୟ ହ୍ରାସ

ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୬୧୭ ପଏଣ୍ଟ ହ୍ରାସ ପାଇ ୭୩,୫୦୨ ପଏଣ୍ଟରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ୩.୧୫ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି। ଷ୍ଟକ୍‌ ବଜାରରେ ପଞ୍ଜୀକୃତ ଥିବା ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ…

‘ଆମ ଭୂମି’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ‘ଆମ ଭୂମି’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଶଙ୍କରପୁରଠାରେ ଆନନ୍ଦ ବନ ଉଦଘାଟନ କରିବା ଅବସରରେ ‘ଆମ ଭୂମି’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ‘ଆମ ଭୂମି’ ର ଲୋଗୋ ମଧ୍ୟ…

ଚର୍ଚ୍ଚାରେ ଆଲିଆ!

ଧାରାବାହିକ ‘ପୋଚର୍‌’ ମନୋରଞ୍ଜନ ଦୁନିଆରେ ହଇଚଇ ସୃଷ୍ଟି କରିଛି। ଏହି ଧାରାବାହିକଟି କେରଳର ମାଲାୟାତୂର ଇଲାକାର ଦନ୍ତାହାତୀ ଶିକାର ଭଳି ଏକ ବାସ୍ତବ ଘଟଣା ଉପରେ ଆଧାରିତ। ଅଭିନେତ୍ରୀ ଆଲିଆ ଭଟ୍ଟ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି। ଏଣେ ସେ ମଧ୍ୟ ବିଳାସପୂର୍ଣ୍ଣ ବ୍ୟାଗ୍‌, ଜୋତା…