ଖରାପ ଲାଇଫ୍ଷ୍ଟାଇଲ୍ ହେଉ ଅଥବା ଖାଦ୍ୟପେୟରେ ସନ୍ତୁଳନ ନ ରହିବା ଯୋଗୁ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତାହା ନୁହେଁ, ଏହାର ଅନେକ କୁପ୍ରଭାବ ଆମର ତ୍ୱଚା ଏବଂ ଚୁଟି ଉପରେ ପଡିଥାଏ। ଯେମିତି କି ତ୍ୱଚାରେ ବ୍ରଣ, କଳାଦାଗ ଦେଖାଯିବା ଅଥବା ଶୀଘ୍ର ରିଙ୍କିଲ୍ସ ଆସିଯିବା। ସେହିପରି ଅସମୟରେ ଚୁଟି ପାଚିବା ସମସ୍ୟା ବି କେତେକଙ୍କଠାରେ ଦେଖାଯାଇଥାଏ। ତେବେ ଶୀଘ୍ର ଚୁଟି ପାଚିବା ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ କିଛିଟା ଉପକାରୀ ଟିପ୍ସ ଉପରେ ଧ୍ୟାନ ଦେବାକୁ ହୋଇଥାଏ। ଯେମିତି କି ପ୍ରତିଦିନର ଖାଦ୍ୟ ତାଲିକାରେ ଅଣ୍ଡାକୁ ସାମିଲ କରିବା। ପ୍ରତି ୧୫ ଦିନକୁ ଥରେ ଦହି ଓ ଅଣ୍ଡାକୁ ମିଶାଇ ଚୁଟିରେ ଲଗାଇବା। ଏହି ମିଶ୍ରଣ ଉପକାରୀ ହୋମ୍ମେଡ୍ ହେୟାର୍ ମାସ୍କର କାମ କରିଥାଏ; ଯାହା ଚୁଟିକୁ ପ୍ରୋଟିନ୍ ପ୍ରଦାନ କରେ। କୁହାଯାଏ, ଚୁଟିରେ ପ୍ରୋଟିନ୍ କମ୍ ହେଲେ ବି ଅସମୟରେ ଏହା ପାଚିଯାଇଥାଏ। ସେହିପରି କଳା ରାଶିକୁ ରାତିସାରା ନଡିଆ ତେଲରେ ଭିଜାଇ ସକାଳେ ରାଶିକୁ ବାହାର କରି ସେହି ତେଲକୁ ଚୁଟିରେ ଲଗାଇଲେ ଏହି ସମସ୍ୟାରୁ ବି ଅନେକାଂଶରେ ମୁକ୍ତି ମିଳିଥାଏ। ପିଆଜ ରସକୁ ପଇଡ ପାଣିରେ ମିଶାଇ ଚୁଟିରେ କିଛି ସମୟ ଲଗାଇଲା ପରେ ଚୁଟିକୁ ଭଲ ଭାବେ ସଫା କରିଦେବେ। କିଛି ଦିନ ଏମିତି କଲେ ଚୁଟି ଘନ, ଲମ୍ବା ହେବା ସହ ଶୀଘ୍ର ପାଚି ନ ଥାଏ ବୋଲି ବ୍ୟୁଟିସିଆନ୍ମାନେ ମତ ଦେଇଥାନ୍ତି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି