ଆସନ୍ତୁ ଜାଣିବା ସ୍ବେଟ୍ ବୋଟୋକ୍ସ୍ ଟ୍ରିଟ୍ମେଣ୍ଟ୍ କଣ
ଆଜିକାଲି ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହିଁଥାଆନ୍ତି। ସେଥିପାଇଁ ଏବେ ବିଭିନ୍ନ ପ୍ରକାର ଟ୍ରିଟ୍ମେଣ୍ଟ୍ ମଧ୍ୟ କରାଉଛନ୍ତି। ଯାହାକୁ ଆମେ ବୁଟକ୍ସ ବୋଲି କହିଥାଉ। ଏହା ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ରହିଛି। ଏହି ଟ୍ରିଟ୍ମେଣ୍ଟ୍କୁ ବ୍ୟବହାର କରି ଆମର ମୁହଁରେ ପଡ଼ୁଥିବା ବିଭିନ୍ନ ଭାଙ୍ଗକୁ ଦୂର କରାଯାଏ। ଅଭିନେତ୍ରୀମାନେ ବୁଟକ୍ସ କରି ଏତେ ସୁନ୍ଦର ଚେହେରାର ଅଧିକାରୀ କରିପାରୁଛନ୍ତି।
ଡର୍ମାଲ୍ ଫିଲର୍- ଏହି ପ୍ରକ୍ରିୟାରେ ଆମ ଗାଲ, ଓଠ, ଆଖି ତଳ ଭଳି ସ୍ଥାନକୁ ଫୁଲା କରିବା ପାଇଁ ବ୍ୟବହାର କରାଯାଏ। ଯେଉଁମାନେ ସୁନ୍ଦର ଚେହେରା ପାଇଁ ସର୍ଜରି କରିବା ପାଇଁ ପସନ୍ଦ କରୁନାହାନ୍ତି ସେମାନେ ଏହି ପ୍ରକ୍ରିୟାକୁ ଆପଣାଇ ଥାଆନ୍ତି। ଏଥିରେ ଏକ ଏସିଡ୍ ଆମ ଶରୀରରେ ବ୍ୟବହାର କରାଯାଇଥାଏ।
ସ୍ବେଟ୍ ବୋଟୋକ୍ସ୍-
ମଣିଷର ଝାଳ ବୋହିବା ଏକ ସାଧାରଣ ପ୍ରକ୍ରିୟା। ଏହା ଆମ ଶରୀରକୁ ଥଣ୍ଡା କରିବାରେ ସାହାଯ୍ୟ କରିଥାଏ। ସେଲିବ୍ରେଟିମାନେ ଯେତେବେଳେ କୌଣସି ଲମ୍ବା ସୁଟିଂରେ ରହିଥାଆନ୍ତି ସେତେବେଳେ କାଖତଳ, ହାତ, ପାଦରେ ସ୍ବେଟ୍ ବୋଟୋକ୍ସ୍ ଟ୍ରିଟ୍ମେଣ୍ଟ୍ କରାଇଥାଆନ୍ତି।
ସ୍ମାଇଲ୍ କରେକସନ୍-
ହସକୁ ସୁନ୍ଦର କରିବା ପାଇଁ ଏହି ଟ୍ରିଟ୍ମେଣ୍ଟ୍ କରାଯାଇଥାଏ। ଉପର ଓଠରେ ଏହି ଇଞ୍ଜେକ୍ସନ୍ ଦିଆଯାଏ। ଯେଉଁ କାରଣରୁ ହସିବା ସମୟରେ ଅଧିକ ମାଢ଼ି ଦେଖାଯିବ ନାହିଁ ଏବଂ ଆମ ହସ ସୁନ୍ଦର ଲାଗିବ। ଏହାକୁ ଲିପ୍ ବୋଟୋକ୍ସ୍ ମଧ୍ୟ କୁହାଯାଏ ଯେଉଁଥିରେ ଓଠକୁ କିଞ୍ଚିତ ସ୍ଥୁଳ କରାଯାଏ।
ଥ୍ରେଡ୍ ଲିଫ୍ଟ୍-
ଏହା ବିଶେଷଭାବେ ଢ଼ିଲାପଣ ଚର୍ମକୁ ଉପରକୁ ଉଠାଇବାକୁ କରାଯାଇଥାଏ। ଏହା ସର୍ଜରି ନକରି ମୁହଁକୁ ଟାଇଟ୍ କରିବା ପାଇଁ ବ୍ୟବହାର ହୋଇଥାଏ।
ସ୍କିନ୍ ବୁଷ୍ଟର-
ଶରୀରକୁ ଗଭୀରଭାବେ ହାଇଡ୍ରେସନ୍ କରିବା ଏବଂ ଭିତରୁ ଚମକ ଆଣିବା ପାଇଁ ଏହି ପ୍ରକ୍ରିୟାର ବ୍ୟବହାର କରାଯାଇଥାଏ। ଏଥିରେ ମଧ୍ୟ ଏକ ଏସିଡ୍ର ବ୍ୟବହାର କରାଯାଇଥାଏ। ଯେଉଁମାନେ ଗ୍ଲାସ୍ ସ୍କିନ୍ ପସନ୍ଦ କରିଥାଆନ୍ତି ସେମାନେ ଏହି ବୁଷ୍ଟ୍ ନେଇପାରିବେ।
ନେକ୍ ବୁଟକ୍ସ-
ଏହି ଟ୍ରିଟ୍ମେଣ୍ଟ୍ ବେକକୁ ସୁନ୍ଦର କରିବା ପାଇଁ ବ୍ୟବହାର କରାଯାଏ। ଆମର ଜ ଲାଇନ୍କୁ ଟାଇଟ୍ କରି ବେକରେ ଥିବା ମାଂସପେଶୀକୁ ଟାଇଟ୍ କରାଯାଇଥାଏ। ଯାହାଦ୍ବାରା ବେକ ସାର୍ପ ଓ ଚିକ୍କଣ ଦେଖାଯିବ।