ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
ନଭେମ୍ବର 18 ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର 17 ତମ ଅଧିବେଶନ । ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ । ନଭେମ୍ବର 18 ରେ ବିଧାନସଭାରେ ଉପସ୍ଥାପିତ ହେବ ପ୍ରଥମ ଅତିରିକ୍ତ ବଜେଟ୍ । ନଭେମ୍ବର ୨୫ରୁ ୨୭ ମଧ୍ୟରେ ଅତିରିକ୍ତ ବ୍ୟୟବରାଦର ଖର୍ଚ୍ଚ ଦାବି ଉପରେ ଆଲୋଚନା ଓ ବିତର୍କ ହେବ। ନଭେମ୍ବର ୩୦ରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟବରାଦ ସମ୍ପର୍କିତ ବିନିଯୋଗ ବିଲ୍ ଗୃହରେ ଉପସ୍ଥାପିତ ହେବ। ସମୁଦାୟ 44 ଦିନ ମଧ୍ୟରେ ରହିଛି 33 ଟି କାର୍ଯ୍ୟ ଦିବସ ।