ଔଷଧ ନମୁନା ପରୀକ୍ଷାରେ ବିଫଳ ୨୯ଟି ଔଷଧ

ଔଷଧ ନମୁନା ପରୀକ୍ଷାରେ ବିଫଳ ୨୯ଟି ଔଷଧ । ବିଭିନ୍ନ କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିବା ୨୯ଟି ଔଷଧ ନମୁନା ନଟ୍ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି (NSQ) ବୋଲି ଚିହ୍ନଟ କରିଛି । ଅଗଷ୍ଟ ୨୦୨୬ର ନିୟମିତ ଯାଞ୍ଚ ସମୟରେ ସେଣ୍ଟ୍ରାଲ୍ ଡ୍ରଗ୍ସ ଲାବୋରେଟୋରୀ ବିଭିନ୍ନ କମ୍ପାନୀର ୨୯ଟି ଔଷଧ ନମୁନାକୁ ପରୀକ୍ଷା କରିଥିଲା । ସେହିପରି ରାଜ୍ୟସ୍ତରୀୟ ଡ୍ରଗ୍ସ ଟେଷ୍ଟିଂ ଲାବୋରେଟୋରୀରେ ଆଉ ୧୯୧ଟି ଔଷଧ ନମୁନା ମଧ୍ୟ ନିର୍ଦ୍ଧାରିତ ଗୁଣବତ୍ତା ମାନକରେ ବିଫଳ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଅଗଷ୍ଟ ୨୦୨୬ର ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରୀରେ ୨୯ଟି ଔଷଧ ନମୁନା ପରୀକ୍ଷାରେ ବିଫଳ ହୋଇଥିଲା । ରାଜ୍ୟରେ ଡ୍ରଗ୍ସ ଟେଷ୍ଟିଂ ଲାବୋରେଟୋରୀରେ ୧୯୧ ଔଧେ ନୁମନା NSQ ବୋଲି ଚିହ୍ନଟ କରାଯାଇଛି । ତେବେ ନିୟମିତ ନିୟାମକ ଯାଞ୍ଚର ଅଂଶ ଭାବେ ଔଷଧ ନମୁନା ପରୀକ୍ଷା କରାଯାଇଥାଏ । ନିର୍ଦ୍ଧାରିତ ଗୁଣବତ୍ତା ପାରାମିଟରରେ ଗୋଟିଏ କିମ୍ବା ଅଧିକ ମାନଦଣ୍ଡ ପୂରଣ ନକଲେ ଏହାକୁ NSQ ଭାବେ ଚିହ୍ନଟ କରାଯାଏ ।

ଦିଲ୍ଲୀର NCT ଅଞ୍ଚଳରୁ ଗୋଟିଏ ଔଷଧ ନମୁନାକୁ ନକଲି ବୋଲି ଚିହ୍ନଟ କରାଯାଇଛି । ଅଭିଯୋଗ ଅନୁସାରେ, ଅନଧିକୃତ ନିର୍ମାତା ଅନ୍ୟ ଏକ କମ୍ପାନୀର ବ୍ରାଣ୍ଡ ନାମ ବ୍ୟବହାର କରି ଏହି ଔଷଧ ପ୍ରସ୍ତୁତ କରିଥିଲେ । ଘଟଣାର ତଦନ୍ତ ଚାଲିଛି ଏବଂ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ପକ୍ଷରୁ NSQ ଏବଂ ନକଲି ଔଷଧର ତାଲିକା ନିୟମିତ ଭାବେ ପ୍ରକାଶ କରାଯାଏ । ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ନିମ୍ନମାନର କିମ୍ବା ନକଲି ଔଷଧକୁ ଚିହ୍ନଟ କରି ବଜାରରୁ ହଟାଇବା ।

Leave a comment