ରବିବାର ଖୋଲା ରହିବ ବ୍ୟାଙ୍କ । ସେପ୍ଟେମ୍ବର ୨୭ ରବିବାର ଦିନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସମସ୍ତ ବ୍ୟାଙ୍କ ଶାଖା, ଅଫିସ, ଏଟିଏମ୍ ଲିଙ୍କ ଶାଖା ଏବଂ କରେନ୍ସୀ ଚେଷ୍ଟକୁ ଖୋଲା ରଖିବାକୁ ନିର୍ଦ୍ଦେଶ । ଏହି ନୋଟିଫିକେସନ ୟୁନାଇଟେଡ୍ ଫୋରମ୍ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ଦ୍ବାରା ୨୮ରୁ ୩୦ ସେପ୍ଟେମ୍ବର ୩ ଦିନ ବ୍ୟାପୀ ବ୍ୟାଙ୍କ ହଡତାଳ ଯୋଗୁଁ ରବିବାର ବ୍ୟାଙ୍କ ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଧର୍ମଘଟ୨୬ ସେପ୍ଟେମ୍ବର (ଚତୁର୍ଥ ଶନିବାର), ୨୭ ସେପ୍ଟେମ୍ବର (ରବିବାର) ପରେ ୨୮ ରୁ ୩୦ ସେପ୍ଟେମ୍ବର ଯାଏଁ ୩ ଦିନ ଧରି ହେବ । ତେଣୁ ନାଗରିକଙ୍କ ବ୍ୟାଙ୍କିଂ ସେବାକୁ ଗୁରୁତ୍ବ ଦେଇ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
ଗ୍ରାହକଙ୍କ ବ୍ୟାଙ୍କିଂ ଜରୁରୀ ବହୁ ଦିନ ଧରି ପ୍ରଭାବିତ ନ ହେଉ, ତେଣୁ ସମସ୍ତ ପବ୍ଲିକ ସେକ୍ଟର ବ୍ୟାଙ୍କ ଏବଂ ରିଜନାଲ ରୁରାଲ ବ୍ୟାଙ୍କ ରବିବାର ସାମାନ୍ୟ ଭାବେ କାମ କରିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସମସ୍ତ ବ୍ୟାଙ୍କ ଶାଖା, ଅଫିସ, ଏଟିଏମ ଲିଙ୍କ ଶାଖା ଏବଂ କରେନ୍ସୀ ଚେଷ୍ଟକୁ ୨୭ ସେପ୍ଟେମ୍ବର ରବିବାର ଚାଲୁ ରଖିବାକୁ ମଞ୍ଜୁରୀ ଦେଇଛି ।
ଧର୍ମଘଟ ଯୋଗୁଁ ଗ୍ରାହକମାନଙ୍କୁ ଅସୁବିଧା ଯେପରି ଅସୁବିଧା ନହେବ ସେନେଇ ସୋମବାର ଅର୍ଥ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କ୍ଷେତ୍ରର ବ୍ୟାଙ୍କ୍, RRB ଏବଂ NABARD ର ଶୀର୍ଷ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା । ଏଥିରେ ବିକଳ୍ପ ପ୍ରଶାସନିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ତେଣୁ ୫ ଦିନ ଲଗାତାର ବ୍ୟାଙ୍କ ବନ୍ଦ ରହୁଥିବା ଯୋଗୁଁ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ନ ପଡ଼ୁ ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି ।