ବଲିଉଡରେ ଦେଖାଦେଇଛି iPhone 18 Proର କ୍ରେଜ୍ ,ସୋସିଆଲ୍ ମିଡିଆରେ ଭୁରି ବୁଲୁଛି ଫଟୋ

ବଲିଉଡ୍ ଷ୍ଟାରଙ୍କ ହାତରେ ଏବେ ନୂଆ ଆଇଫୋନ୍! କାହା ପାଖରେ ଗ୍ଲେସିୟର ବ୍ଲୁ, ତ ଆଉ କାହା ପାଖରେ ବର୍ଗଣ୍ଡି କଲରର ନୂଆ ଫୋନ୍। ଦାମୀ କାର୍, ଲଗଜୁରୀ ଲାଇଫଷ୍ଟାଇଲ୍ ପାଇଁ ବଲିଉଡର ଷ୍ଟାରମାନେ ସବୁବେଳେ ଚର୍ଚ୍ଚାରେ। ଏବେ ତାଙ୍କ ହାତରେ ନଜର ଆସୁଛି ଟେକ୍ ଦୁନିଆର ନୂଆ ଚର୍ଚ୍ଚିତ ଗ୍ୟାଜେଟ୍।

iPhone 18 Pro ଏବଂ iPhone 18 Pro Maxକୁ ନେଇ ବଲିଉଡରେ ଦେଖାଦେଇଛି କ୍ରେଜ୍। ରିତେଶ ଦେଶମୁଖଙ୍କ ଠାରୁ ଜେନେଲିଆ, ନେହା ଧୁପିଆଙ୍କ ଠାରୁ କରିସ୍ମା ତନ୍ନା ନୂଆ ଆଇଫୋନର ବିଭିନ୍ନ ଭାରିଆଣ୍ଟ ସହ ଷ୍ଟାରମାନଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଭୁରି ବୁଲୁଛି।

ଭାରତୀୟ ବଜାରରେ iPhone 18 Pro ସିରିଜର ବିକ୍ରି ଆରମ୍ଭ ହେବା ସହ ଏହାକୁ ନେଇ ଗ୍ୟାଜେଟ ପ୍ରେମୀଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ। ବିକ୍ରି ଆରମ୍ଭ ପୂର୍ବରୁ ହିଁ କିଛି ବଲିଉଡ୍ ଷ୍ଟାରଙ୍କ ହାତରେ ନୂଆ ମଡେଲ୍ ଦେଖିବାକୁ ମିଳିଥିଲା। ରିତେଶ ନିଜ ସୋସିଆଲ୍ ମିଡିଆରେ ନୂଆ iPhone 18 Pro Maxର ଫଟୋ ସେୟାର କରିଥିଲେ। ତାଙ୍କ ହାତରେ ନଜର ଆସିଥିଲା ଗ୍ଲେସିୟର ବ୍ଲୁ ଭାରିଆଣ୍ଟ।ଆଉ ରିତେଶଙ୍କ ପତ୍ନୀ ଜେନେଲିଆ ଦେଶମୁଖଙ୍କ ପସନ୍ଦ ହୋଇଛି ବର୍ଗଣ୍ଡି ରଙ୍ଗ। ନୂଆ ଆଇଫୋନ୍ର ଏହି ରଙ୍ଗ ଏବେ ଷ୍ଟାରମାନଙ୍କ ମଧ୍ୟରେ ବି ଟ୍ରେଣ୍ଡ୍ରେ ରହିଛି। କେବଳ ରିତେଶ ଓ ଜେନେଲିଆ ନୁହଁନ୍ତି… ନେହା ଧୁପିଆ ଏବଂ କରିସ୍ମା ତନ୍ନାଙ୍କ ହାତରେ ବି ନଜର ଆସିଛି iPhone 18 Pro Maxର ବର୍ଗଣ୍ଡି ଭାରିଆଣ୍ଟ। ସୋସିଆଲ୍ ମିଡିଆରେ ନୂଆ ଆଇଫୋନ୍ ସହ ଷ୍ଟାରମାନଙ୍କ ଫଟୋ ଆସିବା ପରେ ଏହାକୁ ନେଇ ଫ୍ୟାନ୍ମାନଙ୍କ ଉତ୍ସାହ ବି ବଢ଼ିଛି।

ଏପଟେ ଆପଲ୍ର ବିଶେଷ ଇଭେଣ୍ଟରେ ବି ନଜର ଆସିଥିଲେ ବଲିଉଡ୍ ଏବଂ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଚେହେରା। ଗାୟକ AP ଢିଲ୍ଲୋନ୍ ଏବଂ ଅଭିନେତ୍ରୀ ତୃପ୍ତି ଡିମ୍ରି ଆପଲ୍ ପାର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେମାନେ ଆପଲ୍ର CEOଙ୍କ ସହ ଭେଟିବା ସହ ନୂଆ iPhone ମଡେଲ୍ ସହ ଫଟୋ ମଧ୍ୟ ନେଇଥିଲେ। ତୃପ୍ତି ଡିମ୍ରି ମଧ୍ୟ ଏହି ଅନୁଭୂତିକୁ ସୋସିଆଲ୍ ମିଡିଆରେ ସେୟାର କରିଥିଲେ।

ବଲିଉଡ୍ ଷ୍ଟାରଙ୍କ ହାତରେ ନୂଆ ଆଇଫୋନ୍… ଆଉ ଷ୍ଟୋର୍ ବାହାରେ ଗ୍ରାହକଙ୍କ ଲମ୍ବା ଲାଇନ୍। ଲଗ୍ଜୁରୀ ଲାଇଫ୍ଷ୍ଟାଇଲ୍ ପାଇଁ ପରିଚିତ ଷ୍ଟାରମାନଙ୍କ ମଧ୍ୟରେ ଏବେ ନୂଆ iPhone 18 Pro ସିରିଜ୍ର କ୍ରେଜ୍ କେତେ, ସେହି ଝଲକ ସୋସିଆଲ୍ ମିଡିଆର ଫଟୋରୁ ହିଁ ସ୍ପଷ୍ଟ।

Leave a comment