Browsing Category

Politics

All politics-related news information will be uploaded here in daily besis

ଆଜି ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର

ବିହାରରେ ଆଜିଠୁ ପୁଣି ନୀତୀଶ ସରକାର । ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ । ଶପଥ ପାଠ…

ରାଜନୀତି ଛାଡିବେନି ପ୍ରଶାନ୍ତ କିଶୋର: ନିର୍ବାଚନ ପରାଜୟ ପାଇଁ ଦାୟିତ୍ୱ ନେଲେ

ନିର୍ବାଚନରେ ଜନ ସୁରାଜ ପାର୍ଟିର ପରାଜୟ ପରେ ଦଳର ପ୍ରତିଷ୍ଠାତା ତଥା ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିହାରବାସୀଙ୍କୁ କ୍ଷମା ମାଗିଛନ୍ତି । ତାଙ୍କ ଦଳର ଯଦି କିଛି ଭୁଲ ରହିଥାଏ ତେବେ ସେମାନେ ଆଗାମୀ ଦିନରେ ତାହାକୁ ସୁଧାରିବେ ବୋଲି ପିକେ କହିଛନ୍ତି । ଏହା ସହ ସେ ସିଧା ସିଧା…

ବିଜେପିକୁ ୧୬, ଜେଡିୟୁକୁ ୧୪ ମନ୍ତ୍ରିପଦ ମିଳିପାରେ !

ବିହାର ନିର୍ବାଚନ ପରେ ଏନ୍‌ଡିଏ ବୈଠକରେ ସରକାର ଗଠନ ନେଇ ବଡ଼ ସୂଚନା ମିଳିଛି । ଚୂଡ଼ାନ୍ତ ହୋଇଥିବା ବ୍ୟବସ୍ଥା ଅନୁଯାୟୀ ବିଜେପିରୁ ପ୍ରାୟ ୧୫ରୁ ୧୬ ଜଣ ମନ୍ତ୍ରୀ ହେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଜେଡିୟୁର ପ୍ରାୟ ୧୪ ଜଣ ମନ୍ତ୍ରୀ ହେବା ସମ୍ଭାବନା ରହିଛି। ସେହିପରି ୧୯ଟି ଆସନ…

କଂଗ୍ରେସର ବିଭୀଷଣ କିଏ ?

କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ ନୂଆପଡ଼ାରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ କହିଛନ୍ତି, ସବୁ ଦଳରେ ବିଭୀଷଣ ଅଛନ୍ତି। ଆଉ ଆମ ଦଳ କଂଗ୍ରେସରେ ବି ବିଭୀଷଣ ଅଛନ୍ତି। ଯେଉଁମାନଙ୍କ ପାଇଁ ଦଳକୁ ଆଶାନୁରୂପ ସଫଳତା ମିଳିଲାନି। ଏହି କାରଣରୁ ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।…

ଆଜି ଆସିବ ଶେଖ୍‌ ହାସିନାଙ୍କ ବିରୋଧରେ ରାୟ

ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲଙ୍କ ରାୟ ପୂର୍ବରୁ ପୁରା ଦେଶରେ ହାଇଆଲର୍ଟ ଜାରି କରାଯାଇଥିବା ସୂଚନା ମିଳିଛି । ବାଂଲାଦେଶର ପୂର୍ବତନ ତଥା ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିରୋଧରେ ଆଜି ରାୟ ଆସିବାକୁ…

ନୂଆପଡ଼ା ଉପନିର୍ବାଚନ ଫଳାଫଳରେ କାରସାଦି ହୋଇଥିବା ଅଭିଯୋଗ କରି ଫଳାଫଳକୁ ଖଣ୍ଡନକରିଛନ୍ତି ସ୍ନେହାଙ୍ଗିନୀ ଛୁରିଆ

ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡି ସଙ୍ଗୀନ ଅଭିଯୋଗ ଆଣିଛି। ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କାରସାଦି ହୋଇଥିବା ଅଭିଯୋଗ କରି ଫଳାଫଳକୁ ଖଣ୍ଡନ କରିବା ସହ ନିର୍ବାଚନ କମିଶନଙ୍କୁ କଡ଼ା ନିନ୍ଦା କରିଛନ୍ତି। ଛୁରିଆ କହିଛନ୍ତି, “ଯେଉଁ ଭୋଟ୍ ମେସିନ୍‌ରେ…

ସୋସିଆଲ ମିଡିଆ ଜରିଆରେ ଯନ୍ତ୍ରଣା ବଖାଣିଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ

ନିକଟରେ ବିହାର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ଆରଜେଡିର ପରାଜୟ ପରେ ଲାଲୁଙ୍କ ପରିବାର ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ଏକ ବୟାନ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତକାଲି ରୋହିଣୀ…

ଆସନ୍ତା ୧୯ କିମ୍ବା ୨୦ତାରିଖରେ ହେବ ବିହାରରେ ହେବ ଶପଥ ଗ୍ରହଣ

ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଏବେ ନୂଆ ସରକାର କେବେ ଶପଥ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ଏନଡିଏ ଏକ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ନୂତନ ସରକାର ଗଠନ ପ୍ରକ୍ରିୟା ଏବେ ତ୍ୱରାନ୍ୱିତ ହୋଇଛି । ସୂତ୍ର ଅନୁସାରେ ଶପତ ଗ୍ରହଣ ଉତ୍ସବ…

ଆତ୍ମସମୀକ୍ଷା ପରେ ଦଳରେ ଥିବା ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ – ପିସିସି ସଭାପତି ଭକ୍ତ ଦାସ

ନୂଆପଡ଼ା ଜନାଦେଶକୁ ନେଇ ପିସିସି ସଭାପତି ଭକ୍ତ ଦାସ ଦେଇଛନ୍ତି ବଡ଼ ବୟାନ । କହିଛନ୍ତି, ଆତ୍ମସମୀକ୍ଷା ପରେ ଦଳରେ ଥିବା ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ଦଳରେ ବିଭୀଷଣ ରହିଥିବା ବେଳେ ଆମ ଦଳରେ ମଧ୍ୟ ଏଭଳି କିଛି ତତ୍ତ୍ୱ ଅଛନ୍ତି, ଯେଉଁମାନେ ନିର୍ବାଚନରେ ଆମ…

ନୂଆପଡ଼ାରେ ‘ଶଙ୍ଖ’ ଶୁଭିଲାନି: ବିଜେଡ଼ିକୁ କଟାକ୍ଷ କଲେ ଶ୍ରୀମୟୀ ଓ ଏଲିନା

ନୂଆପଡ଼ାରେ ‘ଶଙ୍ଖ’ ଶୁଭିଲାନି ବୋଲି ଏବେ ସୋସିଆଲ ମିଡିଆରେ ସମାଲୋଚନା ପରେ ସମାଲୋଚନାର ସାମନା କରୁଛି ବିଜେଡି । ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ବାରମ୍ବାର ସର ମାରୁଥିବାବେଳେ, ଏବେ ଶ୍ରୀମୟୀଙ୍କ ସମାଲୋଚନା ତାଳରେ ତାଳ ମିଳାଇଛନ୍ତି ଆଉ ଜଣେ ମହିଳା ନେତ୍ରୀ । ଦଳ ଭିତରୁ ନିଜ…