କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜର୍ମାନୀରେ କହିଛନ୍ତି ଯେ ଭାରତ ଏବଂ ପଶ୍ଚିମ ଦେଶମାନେ ଚୀନକୁ ଉତ୍ପାଦନ ସ୍ଥାନାନ୍ତର କରି ସେମାନଙ୍କର ଅର୍ଥନୀତି ଏବଂ ଚାକିରିକୁ କ୍ଷତି ପହଞ୍ଚାଇଛନ୍ତି। ସେ ଦାବି କରିଛନ୍ତି ଯେ “ମେଡ୍ ଇନ୍ ଚାଇନା” ଗଣତାନ୍ତ୍ରିକ ଦେଶଗୁଡ଼ିକରେ ନିଯୁକ୍ତି ସୃଷ୍ଟିକୁ ଦୁର୍ବଳ କରିଛି, ଯାହା ରାଜନୈତିକ ଅସ୍ଥିରତାକୁ ପ୍ରୋତ୍ସାହିତ କରିଛି ବୋଲି ସେ କହିଛନ୍ତି।ରାହୁଲ ଗାନ୍ଧୀଙ୍କ ଯୁକ୍ତି ହେଉଛି ଯେ, ଗଣତାନ୍ତ୍ରିକ ଦେଶଗୁଡ଼ିକ (ଭାରତ ଓ ପଶ୍ଚିମ ଦେଶ) ନିଜର ଉତ୍ପାଦନ (Manufacturing) କ୍ଷମତାକୁ ଚୀନ୍କୁ ହସ୍ତାନ୍ତର କରିଦେଇଛନ୍ତି। ଯେଉଁ ଚାକିରି ଭାରତ କିମ୍ବା ଆମେରିକାରେ ସୃଷ୍ଟି ହେବା କଥା, ତାହା ଚୀନ୍କୁ ଚାଲିଯାଇଛି।ରାହୁଲଙ୍କ ଦାବି ଅନୁସାରେ, ଉତ୍ପାଦନ କେନ୍ଦ୍ରଗୁଡ଼ିକ ଚୀନ୍କୁ ସ୍ଥାନାନ୍ତର ହେବା ଫଳରେ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ନିଯୁକ୍ତି ସୁଯୋଗ କମିଛି। ଯେଉଁଥିପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି ଏବଂ ଏହା ହିଁ ଦେଶ ଦେଶ ମଧ୍ୟରେ ରାଜନୈତିକ ଅସ୍ଥିରତାର ମୁଖ୍ୟ କାରଣ ସାଜିଛି।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ