ଆଜି ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନା ବ୍ଲକ, ନୂଆପଡ଼ା ବ୍ଲକ, ଖରିଆର ରୋଡ୍ ଏନଏସି ଓ ନୂଆପଡ଼ା ମୁ୍ୟନିସିପାଲିଟିର ବିଜୁ ଜନତା ଦଳର ପ୍ରମୁଖ ନେତା ମାନେ ନବୀନ ନିବାସ ଠାରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟି ଗତ ଉପନିର୍ବାଚନର ଫଳାଫଳ ଉପରେ ଆଲୋଚନା କରିବା ସହିତ ଦଳୀୟ ସଂଗଠନ ଉପରେ ବିସ୍ତୃତ ଭାବେ ସଭାପତିଙ୍କ ସହିତ ଆଲୋଚନା କରିଥିଲେ । ନବୀନ ବାବୁ ସମସ୍ତଙ୍କୁ ପରାମର୍ଶ ଦେଇ କହିଥିଲେ, ଆଗାମୀ ଦିନରେ ଆପଣମାନେ ଏକାଠି ହୋଇ ଦଳୀୟ ସଂଗଠନକୁ ମଜବୁତ କରିବା ସହିତ ବିରୋଧୀ ଦଳ ଭାବେ ଲୋକଙ୍କ ସମସ୍ୟା ଓ ବିଶେଷ ଭାବେ କୃଷକ ମାନଙ୍କ ସମସ୍ୟାକୁ ନେଇ ଲଢ଼େଇ କରନ୍ତୁ ।
ଏହାପରେ ସମସ୍ତ ନେତୃମଣ୍ଡଳୀ ନୂଆପଡ଼ା ଉପନିର୍ବାଚନର ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହିତ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଶ୍ରୀମତୀ ଛୁରିଆ କହିଥିଲେ ଯେ, ନୂଆପଡ଼ା ଉପନିର୍ବାଚନରେ ୯୧ଟି ବୁଥ୍ରେ ପ୍ରଶାସନ ସହଯୋଗରେ ଶାସକ ବିଜେପି ଦଳ ବୁଥ୍ ରିଗିଂ କରିଥିଲା ବେଳେ ୪୧ଟି ବୁଥ୍ରେ ୯୦ ପ୍ରତିଶତରୁ ଅଧିକ ଭୋଟ କିପରି ପଡ଼ିଲା ବୋଲି ପ୍ରଶ୍ନ କରିଥିଲେ । ବିଜେପିର ନୂଆପଡ଼ା ଉପନିର୍ବାଚନ ବିଜୟରେ ନିର୍ବାଚନ କମିଶନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସାମିଲ ଥିବା ଶ୍ରୀମତୀ ଛୁରିଆ ଅଭିଯୋଗ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅବନୀ ଯୋଶୀ, ମନୋଜ ମିଶ୍ର, ରାଜେଶ ନିଗମ, ଦୀପିକା ଦୀପ୍, ଭାନୁ ପ୍ରତାପ ସିଂ ମାଝୀ, ମୁରଲୀଧର ଭୋଇ, ଉମା ଠାକୁର, କ୍ଷମା ସିଂ ନିଆଲ, ଟିଟୁ ପଣ୍ଡା, ଚୁରଣ ସିଂ ମାଝୀ, ରାଜୁ ଚୌହ୍ୱାନ, କାର୍ତ୍ତିକ ଦୀପ୍, ହେମନ୍ତ କର, ବୁନୁ ଖମାରୀ, ଭବାନୀ ପାଣିଗ୍ରାହୀ, ଦେବୀ ରଞ୍ଜନ ଖମାରୀ, ଗଇନ୍ଦରାମ ସାହୁ, ହେମନ୍ତ କୁମ୍ଭାର, ରାଜକିଶୋର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
Trending
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
Prev Post