ଆଜି ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନା ବ୍ଲକ, ନୂଆପଡ଼ା ବ୍ଲକ, ଖରିଆର ରୋଡ୍ ଏନଏସି ଓ ନୂଆପଡ଼ା ମୁ୍ୟନିସିପାଲିଟିର ବିଜୁ ଜନତା ଦଳର ପ୍ରମୁଖ ନେତା ମାନେ ନବୀନ ନିବାସ ଠାରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟି ଗତ ଉପନିର୍ବାଚନର ଫଳାଫଳ ଉପରେ ଆଲୋଚନା କରିବା ସହିତ ଦଳୀୟ ସଂଗଠନ ଉପରେ ବିସ୍ତୃତ ଭାବେ ସଭାପତିଙ୍କ ସହିତ ଆଲୋଚନା କରିଥିଲେ । ନବୀନ ବାବୁ ସମସ୍ତଙ୍କୁ ପରାମର୍ଶ ଦେଇ କହିଥିଲେ, ଆଗାମୀ ଦିନରେ ଆପଣମାନେ ଏକାଠି ହୋଇ ଦଳୀୟ ସଂଗଠନକୁ ମଜବୁତ କରିବା ସହିତ ବିରୋଧୀ ଦଳ ଭାବେ ଲୋକଙ୍କ ସମସ୍ୟା ଓ ବିଶେଷ ଭାବେ କୃଷକ ମାନଙ୍କ ସମସ୍ୟାକୁ ନେଇ ଲଢ଼େଇ କରନ୍ତୁ ।
ଏହାପରେ ସମସ୍ତ ନେତୃମଣ୍ଡଳୀ ନୂଆପଡ଼ା ଉପନିର୍ବାଚନର ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହିତ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଶ୍ରୀମତୀ ଛୁରିଆ କହିଥିଲେ ଯେ, ନୂଆପଡ଼ା ଉପନିର୍ବାଚନରେ ୯୧ଟି ବୁଥ୍ରେ ପ୍ରଶାସନ ସହଯୋଗରେ ଶାସକ ବିଜେପି ଦଳ ବୁଥ୍ ରିଗିଂ କରିଥିଲା ବେଳେ ୪୧ଟି ବୁଥ୍ରେ ୯୦ ପ୍ରତିଶତରୁ ଅଧିକ ଭୋଟ କିପରି ପଡ଼ିଲା ବୋଲି ପ୍ରଶ୍ନ କରିଥିଲେ । ବିଜେପିର ନୂଆପଡ଼ା ଉପନିର୍ବାଚନ ବିଜୟରେ ନିର୍ବାଚନ କମିଶନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସାମିଲ ଥିବା ଶ୍ରୀମତୀ ଛୁରିଆ ଅଭିଯୋଗ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅବନୀ ଯୋଶୀ, ମନୋଜ ମିଶ୍ର, ରାଜେଶ ନିଗମ, ଦୀପିକା ଦୀପ୍, ଭାନୁ ପ୍ରତାପ ସିଂ ମାଝୀ, ମୁରଲୀଧର ଭୋଇ, ଉମା ଠାକୁର, କ୍ଷମା ସିଂ ନିଆଲ, ଟିଟୁ ପଣ୍ଡା, ଚୁରଣ ସିଂ ମାଝୀ, ରାଜୁ ଚୌହ୍ୱାନ, କାର୍ତ୍ତିକ ଦୀପ୍, ହେମନ୍ତ କର, ବୁନୁ ଖମାରୀ, ଭବାନୀ ପାଣିଗ୍ରାହୀ, ଦେବୀ ରଞ୍ଜନ ଖମାରୀ, ଗଇନ୍ଦରାମ ସାହୁ, ହେମନ୍ତ କୁମ୍ଭାର, ରାଜକିଶୋର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post