ସେମିକନ୍ ଇଣ୍ଡିଆ ୨୦୨୬ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାରତ ସମେତ ୫୨ ଦେଶର କମ୍ପାନୀ କରିବେ ଅଂଶଗ୍ରହଣ

ନୂଆଦିଲ୍ଲୀର ଯଶୋଭୂମିରେ ଚାଲିଥିବା ସେମିକନ୍ ଇଣ୍ଡିଆ ୨୦୨୬ର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପ୍ଟେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ ଗ୍ଲୋବାଲ୍ ଇଭେଣ୍ଟରେ ୫୨ଟି ଦେଶର ୬୦୦ରୁ ଅଧିକ କମ୍ପାନୀ ଓ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରୁଛନ୍ତି । ଭାରତୀୟ କମ୍ପାନୀ, ନୀତି ନିର୍ମାତା, ନିବେଶକ, ରିସର୍ଚ୍ଚ, ଷ୍ଟାଟ୍ଅପ୍, ଶିକ୍ଷାନୁଷ୍ଠାନ ଏବଂ ଛାତ୍ରମାନେ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ଭାରତ ସମେତ ୫୨ ଦେଶର କମ୍ପାନୀ ଅଂଶଗ୍ରହଣ କରିବେ ।

ଏହି କାର୍ଯ୍ୟକ୍ରମରେ ହଜାର ହଜାର ଭିଜିଟରଙ୍କ ସହ ୪୦୦ରୁ ଅଧିକ ଏକ୍ଜିକ୍ୟୁଟିଭ୍ ଓ ସ୍ପିକର ମଧ୍ୟ ଯୋଗଦେଉଛନ୍ତି । ଚଳିତ ବର୍ଷ ସେମିକନ୍ ଇଣ୍ଡିଆର ଥିମ୍ ରହିଛି Silicon to Systems: Building the Ecosystem । ଏହାର ଲକ୍ଷ୍ୟ ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଆହୁରି ମଜବୁତ କରିବା । ଭାରତର ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍ ୨.୦ ପାଇଁ ମଧ୍ୟ ଏହି ଆୟୋଜନକୁ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଚିପ୍ ଫ୍ୟାବ୍ରିକେସନ୍ଠାରୁ ଆରମ୍ଭ କରି ସପ୍ଲାଇ ଚେନ୍ ପର୍ଯ୍ୟନ୍ତ ଭାରତର କ୍ଷମତା ବଢ଼ାଇବା ଉପରେ ଫୋକସ୍ ରହିଛି ।.

ଦେଶର ୬୫୦ରୁ ଅଧିକ ଶିକ୍ଷାନୁଷ୍ଠାନର ହଜାର ହଜାର ଛାତ୍ରଛାତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଏହି ଇଭେଣ୍ଟ ସହ ଯୋଡ଼ି ହୋଇଛନ୍ତି । ୧୫ ହଜାର ବର୍ଗ ମିଟର ପ୍ରଦର୍ଶନୀ କ୍ଷେତ୍ରରେ ପ୍ରାୟ ୩୦୦ ଇଣ୍ଟରନ୍ୟାସନାଲ କମ୍ପାନୀ ସହିତ ୧୫୦ରୁ ଅଧିକ ବକ୍ତା ଭାଗ ନେବାର ଆଶା ରହିଛି ।

Leave a comment